Advertisment

ଜୀବନକୁ ବାଜି ଲଗାଇ କାଚ ସଫା କଲେ ମହିଳା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ସୋଶାଲ ମିଡିଆରେ କିଛି ଭାଇରାଲ୍ ଭିଡିଓ ଲୋକଙ୍କୁ ଖୁବ୍ ହସାଇଥାଏ ତ କିଛି ମଧ୍ୟ ଚକିତ କରିଥାଏ। ଏପରିକି କିଛି ଭିଡିଓ ଦେଖି ଲୋକେ ସ୍ତବ୍ଧ ମଧ୍ୟ ହୋଇଯାଇଥାନ୍ତି ଏବଂ ଏହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ। ଏବେ ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ନିଜ ଜୀବନକୁ ବାଜି ଲଗାଇ ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂର ରେଲିଂରେ ଛିଡ଼ା ହୋଇ […]

ଅଦ୍ୟତନ ହୋଇଛି
ଜୀବନକୁ ବାଜି ଲଗାଇ କାଚ ସଫା କଲେ ମହିଳା, ଭିଡିଓ ଭାଇରାଲ୍

daring-women

Advertisment

ନୂଆଦିଲ୍ଲୀ: ସୋଶାଲ ମିଡିଆରେ କିଛି ଭାଇରାଲ୍ ଭିଡିଓ ଲୋକଙ୍କୁ ଖୁବ୍ ହସାଇଥାଏ ତ କିଛି ମଧ୍ୟ ଚକିତ କରିଥାଏ। ଏପରିକି କିଛି ଭିଡିଓ ଦେଖି ଲୋକେ ସ୍ତବ୍ଧ ମଧ୍ୟ ହୋଇଯାଇଥାନ୍ତି ଏବଂ ଏହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ। ଏବେ ଏମିତି ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ନିଜ ଜୀବନକୁ ବାଜି ଲଗାଇ ଏକ ୪ ମହଲା ବିଶିଷ୍ଟ ବିଲ୍ଡିଂର ରେଲିଂରେ ଛିଡ଼ା ହୋଇ କାଚରେ ନିର୍ମିତ ଝରକା ସଫା କରିବାରେ ଲାଗିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।

Advertisment

ଏହି ଭିଡିଓ ଗାଜିଆବାଦର ସିପ୍ରା ରିଭେରା ସୋସାଇଟିର ବୋଲି ଜଣାପଡ଼ିଛି। ଭାଇରାଲ୍ ଭିଡିଓରେ ଜଣେ ମହିଳା ଏକ ବିଲ୍ଡିଂର ଚତୁର୍ଥ ମହଲାର ରେଲିଂ ଉପରେ ଛିଡ଼ା ହୋଇ ଝରକା କାଚ ସଫା କରୁଥିବା ଦେଖିବାକୁ ମିଳିଛି। ସାମ୍ନା ପଟ ଫ୍ଲାଟରେ ରହୁଥିବା ଶୃତି ଠାକୁର ନାମକ ଜଣେ ମହିଳା ଏହି ଭିଡିଓ କରିଛନ୍ତି। ଏହାରି ଭିତରେ ଭିଡିଓ କରୁଥିବା ମହିଳା ଜଣକ କାଚ ସଫା କରୁଥିବା ମହିଳାଙ୍କୁ ଡାକିଥିଲେ, କିନ୍ତୁ ସେ ଶୁଣିନଥିଲେ। ମହିଳା ଜଣକ ସଫା କରିବାରେ ବ୍ୟସ୍ତ ଥିଲେ।

https://twitter.com/sirajnoorani/status/1495635894287859713?s=20&t=DXYY2-1e2MKkbaPmI2ybpg

Advertisment

ଭିଡିଓ କରିଥିବା ଶୃତି କହିଛନ୍ତି, ମହିଳା ଜଣକ ଗୋଟିଏ ହାତରେ ଝରକାକୁ ଧରିଥିଲେ। ଅନ୍ୟ ହାତରେ କପଡ଼ା ଧରି କାଚ ସଫା କରୁଥିଲେ। ତେବେ ସଫା କରୁଥିବା ବେଳେ ମହିଳା ଜଣକ ତଳେ ପଡ଼ିଯାଇଥାନ୍ତେ। ଯେତେବେଳେ ମହିଳା ଜଣକ ଡାକ ନଶୁଣିଲେ, ଶୃତି ନିଜ ଝିଅକୁ ତାଙ୍କ ଘରକୁ ପଠାଇଥିଲେ। ଆଉ ସେତେବେଳକୁ ମହିଳା ଜଣକ ସଫା କରି ରେଲିଂରୁ ବାହାରି ଘର ଭିତରକୁ ଚାଲିଯାଇଥିଲେ।

ସୋଶାଲ ମିଡିଆରେ ସୋମବାର ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି। କଛି ଏହାକୁ ମାତୃଶକ୍ତି କହୁଥିବା ବେଳେ କିଛି ସ୍ୱଚ୍ଛ ଭାରତ ମିଶନର ଅସଲ ସିପାହୀ ବୋଲି କହୁଛନ୍ତି। କିଛି ଲୋକେ ଏହି ଭିଡିଓକୁ ଗାଜିଆବାଦ ପୁଲିସକୁ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଗାଜିଆବାଦ ପୁଲିସ୍ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଦେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe