Advertisment

ଭୂତ ରୋକିଦେଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ସାଧାରଣ କୌଣସି କ୍ରିକେଟ୍ ମ୍ୟାଚ୍ ବିଭିନ୍ନ କାରଣରୁ ରୋକି ଦିଆଯାଏ। କିନ୍ତୁ ପ୍ରଥମଥର କୌଣସି ମ୍ୟାଚକୁ ଭୂତ କାରଣରୁ ରୋକିବାକୁ ପଡ଼ିଛି। ଏହା ଆମେ କହୁନୁ, ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି। ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଷ୍ଟମ୍ପ ପାଖରେ ବ୍ୟାଟ୍ସମ୍ୟାନ୍ ନଥିଲେ ଏବଂ ରହସ୍ୟମୟ ଭାବେ […]

ଅଦ୍ୟତନ ହୋଇଛି
ଭୂତ ରୋକିଦେଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍! ଭିଡିଓ ଭାଇରାଲ୍

zim-vs-ban

Advertisment

ନୂଆଦିଲ୍ଲୀ: ସାଧାରଣ କୌଣସି କ୍ରିକେଟ୍ ମ୍ୟାଚ୍ ବିଭିନ୍ନ କାରଣରୁ ରୋକି ଦିଆଯାଏ। କିନ୍ତୁ ପ୍ରଥମଥର କୌଣସି ମ୍ୟାଚକୁ ଭୂତ କାରଣରୁ ରୋକିବାକୁ ପଡ଼ିଛି। ଏହା ଆମେ କହୁନୁ, ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କୁହାଯାଇଛି ଯେ ପ୍ରଥମଥର କୌଣସି ମ୍ୟାଚ୍ ଭୂତ ଯୋଗୁ ରୋକା ଯାଇଛି। ଜିମ୍ବାୱେ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ଷ୍ଟମ୍ପ ପାଖରେ ବ୍ୟାଟ୍ସମ୍ୟାନ୍ ନଥିଲେ ଏବଂ ରହସ୍ୟମୟ ଭାବେ ବେଲ୍ ଷ୍ଟମ୍ପରୁ ଆପେ ଆପେ ଗଳି ପଡ଼ିଥିଲା। ଏହି ଘଟଣା ବାଂଲାଦେଶ ଇନିଂସର ୧୮ଶ ଓଭରରେ ଘଟିଥିଲା, ଯେତେବେଳେ ଷ୍ଟ୍ରାଇକରେ ଥିଲେ ମହମ୍ମଦ ସୈଫୁଦ୍ଦିନ। ଜିମ୍ବାୱେ ବୋଲର ତେନ୍ଦାଇ ଚତରା ନିଜ ଓଭରର ପଞ୍ଚମ ବଲ୍ ପକାଉଥିଲେ। ବ୍ୟାଟିଂ କରୁଥିବା ସୈଫୁଦ୍ଦିନ ଶଟ୍ ମାରିଥିଲେ। କିନ୍ତୁ ସେ ପଛକୁ ଚାହିଁ ଦେଖିଲା ବେଳକୁ ଷ୍ଟମ୍ପରୁ ବେଲ୍ ଗଳି ପଡ଼ିଛି। ତେବେ ବେଲ୍ କେମିତି ଗଳିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏକ ସମୟରେ ଲାଗୁଥିଲା ଯେପରି ବ୍ୟାଟ୍ସମ୍ୟାନ୍ ଜଣକ ହିଟ୍ ୱିକେଟ୍ ହୋଇଛନ୍ତି।

https://twitter.com/MazherArshad/status/1418930070576586757?s=20

ଫିଲ୍ଡ ଅମ୍ପାୟାର ମଧ୍ୟ ଥାର୍ଡ ଅମ୍ପାୟାରଙ୍କୁ ପଚାରିଥିଲେ। ରିପ୍ଲେ'ରେ ଯେଉଁ ଫୁଟେଜ୍ ଦେଖିବାକୁ ମିଳିଲା, ତାହା ସମସ୍ତଙ୍କୁ ତାଜୁବ କରିଦେଲା। ରିପ୍ଲେରେ ଦେଖିବାକୁ ମିଳିଲା ସୈଫୁଦ୍ଦିନ ଷ୍ଟମ୍ପ ଠାରୁ ଯଥେଷ୍ଟ ଦୂରରେ ଥିଲେ ଏବଂ ବେଲଟି ପବନରେ ଗଳି ପଡ଼ିଛି। ତେବେ କ୍ରିକେଟ୍ ମ୍ୟାଚରେ ସାଧାରଣ ପବନରେ ବେଲ୍ ଗଳି ପଡ଼େ। କିନ୍ତୁ ଏହି ମ୍ୟାଚରେ ବେଲ୍ ଯେଉଁଭଳି ଢଙ୍ଗରେ ପଡ଼ିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ସୋଶାଲ ମିଡିଆ ୟୁଜର୍ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଟ୍ୱିଟରରେ ଫ୍ୟାନ୍ ଏହି ଘଟଣାକୁ 'ଭୂତ'ର ଆଖ୍ୟା ଦେଇଛନ୍ତି। ଫ୍ୟାନ୍ କହିଛନ୍ତି, ଏହି ୱିକେଟ୍ ଭୂତ ନେଇଛି।

Advertisment

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଜିମ୍ବାୱେ ୨୩ ରନରେ ବାଂଲାଦେଶକୁ ହରାଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଜବାବରେ ବାଂଲୋଦେଶ ୧୯.୫ ଓଭରରେ ୧୪୩ ରନରେ ଅଲଆଉଟ୍ ହୋଇଯାଇଥିଲା।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe