/odisha-reporter/media/post_attachments/uploads/2022/02/Ghost-Village.jpg)
Ghost Village
ନୂଆଦିଲ୍ଲୀ: ଡ୍ୟାମ୍ ଭିତରୁ ବାହାରିଲା ଭୂତ ଗାଁ। ପାଣି ତଳେ ଲୁଚି ରହିଥିବା ଏହି ଗାଁ ୩୦ ବର୍ଷ ପରେ ସାମ୍ନାକୁ ଆସିଛି। କେଉଁଠି ବଡ ବଡ କୋଠା ତ ଆଉ କେଉଁଠି ଭଗ୍ନାବେଶଷ ଘର। ସେହିପରି ଆଉ କେଉଁଠି କଳଙ୍କି ଲାଗିଯାଇଥିବା କାର୍। ସବୁ କିଛି ଏହି ଗାଁରେ ରହିଛି। କେବଳ ସେତିକି ନୁହେଁ ଏହି ଗାଁକୁ ଥିବା ରାସ୍ତାଗୁଡିକ ମଧ୍ୟ ସ୍ପଷ୍ଟ ଭାବେ ଦେଖି ହେଉଛି। ସ୍ପେନ୍ରୁ ଆସିଛି କିଛି ଏଭଳି ଚିତ୍ର। ଡ୍ୟାମ୍ ଶୁଖିଯିବା ପରେ ଏହି ଗାଁଟି ଉପରକୁ ଉଠିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/odisha-reporter/media/post_attachments/wp-content/uploads/2022/02/Ghost-village-emerges-in-Spanish-reservoir-after-major-drought-1.jpg)
ସମୁଦ୍ର କିମ୍ବା ବନ୍ୟା ହେତୁ ବିଶ୍ୱର ଅନେକ ସହର ଏବଂ ଗାଁ ନଦୀ ଭିତରେ ଲୀନ ହୋଇଯାଇଛି। ଆମେ ପ୍ରାୟତଃ ଇତିହାସରେ ସେମାନଙ୍କ ବିଷୟରେ ସୂଚନା ପାଇଥାଉ। ବହୁ ବର୍ଷ ପୂର୍ବେ ସ୍ପେନରେ ମଧ୍ୟ ସମାନ ଘଟଣା ଘଟିଥିଲା।| ପ୍ରାୟ ୩୦ ବର୍ଷ ପୂର୍ବେ ଏକ ଗାଁ ଡ୍ୟାମ୍ ଭିତରେ ଲୀନ ହୋଇଯାଇଥିଲା। ବର୍ତ୍ତମାନ ଜଳଭଣ୍ଡାରର ଜଳ ଶୁଖିଯିବା ପରେ ଏବେ ଏହା ବାହାରକୁ ବାହାରିଛି। ଲୋକମାନେ ଏହାକୁ ଭୂତ ଗାଁ ବୋଲି ମଧ୍ୟ କହୁଛନ୍ତି। ସ୍ପେନ୍ ଏବଂ ପର୍ତ୍ତୁଗାଲ ସୀମାରେ ମରୁଡି ଯୋଗୁଁ ଡ୍ୟାମ୍ର ପାଣି ଶୁଖିଯାଇଛି। ପାଣି ଶୁଖିବା ପରେ ବାହାରକୁ ବାହାରିଛି ଏହି ଭୂତ ଗାଁ। ଏହି ଗାଁର ନାଁ ହେଉଛି ଆକ୍ରେଡୋ।
/odisha-reporter/media/post_attachments/wp-content/uploads/2022/02/Ghost-village-emerges-in-Spanish-reservoir-after-major-drought-2.jpg)
ସ୍ପେନର ଉତ୍ତର-ପଶ୍ଚିମ ଗାଲିସିଆ ଅଞ୍ଚଳର ଆକ୍ରେଡୋ ଗ୍ରାମ ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ଲିମିଆ ନଦୀ ତଳୁ ପୁଣିଥରେ ଉତ୍ପନ୍ନ ହୋଇଛି। ଏହି ଗାଁଟି ସେତେବେଳେ ପାଣି ଭିତରେ ବୁଡି ଯାଇଥିଲା ଯେତେବେଳେ ଜଳଭଣ୍ଡାରର ରାସ୍ତା ତିଆରି କରାଯାଇଥିଲା।
/odisha-reporter/media/post_attachments/wp-content/uploads/2022/02/Ghost-village-emerges-in-Spanish-reservoir-after-major-drought-3.jpg)
କୁହାଯାଏ ଯେ ୧୯୯୨ରେ, ସେତେବେଳେ ଏଠାରୁ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଦିନେ ଡ୍ୟାମରୁ ଜଳ ଛଡା ଯାଇଥିଲା, ଯେଉଁଥିପାଇଁ ଲିମିଆ ନଦୀରେ ବନ୍ୟା ଆସିଥିଲା। ଏହାପରେ ଆକ୍ରେଡୋ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ଯାଇଥିଲା। ଏବେ ୩୦ ବର୍ଷ ପରେ ଡ୍ୟାମ୍ରୁ ପାଣି ଶୁଖିବା ପରେ ଭଗ୍ନାବଶେଷ ଅବସ୍ଥାରେ ଥିବା ଆକ୍ରେଡୋ ଗାଁଟି ପୁଣିଥରେ ଦୃଶ୍ୟମାନ ହୋଇଛି। ସବୁଠାରୁ ମଜା କଥା ହେଲା ଏହି ଗାଁକୁ ସଂଯୋଗ ହୋଇଥିବା ପାଇପ୍ରୁ ଏବେ ଝରୁଛି ପାଣି ଝରୁଥିବା ଦେଖିବାକୁ ମିଳିଛି। ଏହି ଗାଁକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି। ଏଠାରୁ ପଳାୟନ କରିଥିବା ଗାଁ ଲୋକେ ମଧ୍ୟ ଏହାକୁ ଦେଖିବା ପାଇଁ ପହଞ୍ଚିଛନ୍ତି।
/odisha-reporter/media/post_attachments/wp-content/uploads/2022/02/Ghost-village-emerges-in-Spanish-reservoir-after-major-drought-5.jpg)
ତେବେ ମରୁଡି ପରେ ଆଗାମୀ ସମୟରେ ଆଲ୍ଟୋ ଲିଣ୍ଡୋସୋ ଜଳଭଣ୍ଡାରର ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ଦେଶର ପରିବେଶ ମନ୍ତ୍ରଣାଳୟ ଚେତାବନୀ ଦେଇଛି। ଏଠି ଜଳବାୟୁ ପରିବର୍ତ୍ତନ ହେତୁ ବର୍ଷାର ଅଭାବ ଯୋଗୁଁ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଫେବୃଆରୀ ୧ରେ, ପର୍ତ୍ତୁଗାଲ ସରକାର ଆଲ୍ଟୋ ଲିଣ୍ଡୋସୋ ସମେତ ୬ଟି ଡ୍ୟାମକୁ ବିଦ୍ୟୁତ୍ ଉତ୍ପାଦନ ଏବଂ ଜଳସେଚନ ପାଇଁ ସମ୍ପୂର୍ଣ୍ଣ ରୂପେ ଜଳ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
/odisha-reporter/media/post_attachments/1s/2021/11/23/11/50861479-10233637-image-a-26_1637666584260.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
