Advertisment

ଟିକା ନେବାକୁ ଯାଇଥିଲେ, ଛୁଞ୍ଚି ଦେଖି ଦୌଡିଲେ

ଭୋପାଲ: କରୋନାକୁ ମାତ୍‌ ଦେବା ପାଇଁ ଚାଲିଛି ଟିକାକରଣ। ଚାରଆଡେ ଜୋରସୋର ଟିକା ଦିଆ ଚାଲିଛି। ଏହାରି ଭିତରେ ଏକ ଟିକା କେନ୍ଦ୍ରରେ ଜଣେ ଯୁବତୀଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଟିକା ନେବାକୁ ଆସି ଛୁଞ୍ଚି ଦେଖି ଭୟରେ ଦୌଡି ପଳାଇଛନ୍ତି। ମଧ୍ୟ ପ୍ରଦେଶର ଧାର ଜିଲ୍ଲା ଲେବଡ ଟିକାକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଟିକା ନେବାକୁ ଆସିଥିବା ଜଣେ ଯୁବତୀଙ୍କ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଛି। ସେ ଇଞ୍ଜେକସନ ସିରିଞ୍ଜ ଦେଖି ଭୟଭୀତ ହୋଇପଡିଛନ୍ତି। […]

ଟିକା ନେବାକୁ ଯାଇଥିଲେ, ଛୁଞ୍ଚି ଦେଖି ଦୌଡିଲେ

VACCINE

Advertisment

ଭୋପାଲ: କରୋନାକୁ ମାତ୍‌ ଦେବା ପାଇଁ ଚାଲିଛି ଟିକାକରଣ। ଚାରଆଡେ ଜୋରସୋର ଟିକା ଦିଆ ଚାଲିଛି। ଏହାରି ଭିତରେ ଏକ ଟିକା କେନ୍ଦ୍ରରେ ଜଣେ ଯୁବତୀଙ୍କ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ଟିକା ନେବାକୁ ଆସି ଛୁଞ୍ଚି ଦେଖି ଭୟରେ ଦୌଡି ପଳାଇଛନ୍ତି।

Advertisment

ମଧ୍ୟ ପ୍ରଦେଶର ଧାର ଜିଲ୍ଲା ଲେବଡ ଟିକାକେନ୍ଦ୍ରରେ ଘଟିଛି ଏଭଳି ଘଟଣା। ଟିକା ନେବାକୁ ଆସିଥିବା ଜଣେ ଯୁବତୀଙ୍କ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଛି। ସେ ଇଞ୍ଜେକସନ ସିରିଞ୍ଜ ଦେଖି ଭୟଭୀତ ହୋଇପଡିଛନ୍ତି। ଏପରିକି ସେ ସେଠାରେ ଜୋରଦାର ହଙ୍ଗାମା ମଧ୍ୟ କରିଛନ୍ତି। ଯାହାର ଭିଡିଓ ଏବେ ସୋଲାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରୀନା ଭୁରାଲି ନାମକ ଜଣେ ଯୁବତୀ କରୋନା ଟିକା କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ସେଠାରେ ଛୁଞ୍ଚି ଦେଖି ଏତେ ଡରି ଯାଇଥିଲେ ଯେ ସେ ଦୌଡି ଟିକାକେନ୍ଦ୍ରର ବାହାରକୁ ପଳାଇଥିଲେ। ପରେ ତାଙ୍କୁ ପରିବାର ଲୋକେ ଟାଣି ଆଣିଥିଲେ। ହେଲେ ସେ ଟିକା ନେବାକୁ ଜମାରୁ ରାଜି ହୋଇନଥିଲେ। ପରେ ଜୋରଜବରଦସ୍ତି କରି ଘର ଲୋକେ ତାଙ୍କୁ ଟିକା ଦେଇଥିଲେ। ତେବେ ଟିକା ଦେବା ବେଳେ ମଧ୍ୟ ସେ ଜୋରସୋରରେ ପାଟି କରିଥିଲେ। ଏପରିକି କାନ୍ଦି କାନ୍ଦି ତଳେ ଗଡି ଯାଇଥିଲେ।

Advertisment

କିଛି ଦିନ ତଳେ ମଧ୍ୟ ପ୍ରଦେଶର ବୈତୁଲ ଜିଲ୍ଲାରେ ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଥିଲା। ସେଠାରେ ଭଗବାନଙ୍କ ନାଁ ନେଇ ଜଣେ  ମହିଳା ଟିକା ନ ଲଗାଇବା ପାଇଁ ନାଟକ କରିଥିଲେ। ପ୍ରକୃତରେ ଯେତେବେଳେ ମହିଳାଙ୍କୁ ଟିକା  ନେବା ପାଇଁ କୁହାଯାଇଥିଲା ସେତେବେଳେ ସେ ମନା କରିଦେଇଥିଲେ। ଏହାପରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏକ ମନ୍ଦିର ଭିତରକୁ ଟାଣି ନେଇ ଯାଇଥିଲେ। ମନ୍ଦିର ଭିତରେ ଭଗବାନ ଶିବଙ୍କ ମୂର୍ତ୍ତି ଉପରେ ହାତ ରଖି କହିଥିଲେ, 'ଭଗବାନ ମୋତେ ଟିକା ନେବା ପାଇଁ ମନା କରିଛନ୍ତି।' ଏହି ଘଟଣାଟି ମଧ୍ୟ ସେତେବେଳେ ଭାଇରାଲ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe