Advertisment

ଚାକିରି ପାଇଁ ଯୁବତୀଙ୍କ ଅଭିନବ ଫର୍ମୁଲା, ପଠାଇଲେ 'ରିଜ୍ୟୁମ୍‌ କେକ୍‌'

ନୂଆଦିଲ୍ଲୀ: ଖଣ୍ଡିଏ ଚାକିରି ପାଇବା ପାଇଁ କିଏ କେତେ କ’ଣ କରିପକାନ୍ତି। କିଏ ନିଜକୁ ମାସ ମାସ ଧରି ପ୍ରସ୍ତୁତ କରେ ତ ଆଉ କିଏ ଅପଣାଇ ଥାଏ ନୂଆ ନୂଆ ଫଣ୍ଡା। ନିକଟରେ ଜଣେ ଯୁବତୀ କିନ୍ତୁ ଚାକିରି ପାଇବା ପାଇଁ ଯେଉଁ ଫର୍ମୁଲା ଆପଣାଇଛନ୍ତି ତାହା ସବୁଠାରୁ ନିଆରା। ଜଣାଶୁଣା ଜୋତା କମ୍ପାନୀ ‘ନାଇକି’ରେ ଚାକିରି କରିବା ପାଇଁ ଜଣେ ଯୁବତୀ ଆପଣାଇଛନ୍ତି ଅଭିନବ ଫର୍ମୁଲା। କେକ୍‌ ଉପରେ ନିଜ ରିଜ୍ୟୁମ୍‌ ପ୍ରିଣ୍ଟ କରି […]

author-image
Madhupriya Mistry
ଚାକିରି ପାଇଁ ଯୁବତୀଙ୍କ ଅଭିନବ ଫର୍ମୁଲା, ପଠାଇଲେ 'ରିଜ୍ୟୁମ୍‌ କେକ୍‌'

resume-on-cake

ନୂଆଦିଲ୍ଲୀ: ଖଣ୍ଡିଏ ଚାକିରି ପାଇବା ପାଇଁ କିଏ କେତେ କ'ଣ କରିପକାନ୍ତି। କିଏ ନିଜକୁ ମାସ ମାସ ଧରି ପ୍ରସ୍ତୁତ କରେ ତ ଆଉ କିଏ ଅପଣାଇ ଥାଏ ନୂଆ ନୂଆ ଫଣ୍ଡା। ନିକଟରେ ଜଣେ ଯୁବତୀ କିନ୍ତୁ ଚାକିରି ପାଇବା ପାଇଁ ଯେଉଁ ଫର୍ମୁଲା ଆପଣାଇଛନ୍ତି ତାହା ସବୁଠାରୁ ନିଆରା।

Advertisment

ଜଣାଶୁଣା ଜୋତା କମ୍ପାନୀ 'ନାଇକି'ରେ ଚାକିରି କରିବା ପାଇଁ ଜଣେ ଯୁବତୀ ଆପଣାଇଛନ୍ତି ଅଭିନବ ଫର୍ମୁଲା। କେକ୍‌ ଉପରେ ନିଜ ରିଜ୍ୟୁମ୍‌ ପ୍ରିଣ୍ଟ କରି ସେ କମ୍ପାନୀକୁ ପଠାଇଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Woman gets 'edible resume' on top of a cake hand-delivered to a party at  Nike HQ

ଲିଙ୍କଡଇନ୍‌ରେ ଶେଆର ହୋଇଥିବା ପୋଷ୍ଟ ମୁତାବକ, କାର୍ଲି ପ୍ୟାବଲିନକ ବ୍ଲାକବର୍ନ ନାମକ ଜଣେ ଯୁବତୀ କେକ୍‌ ଉପରେ ହିଁ ନିଜର ପୂରା ରିଜ୍ୟୁମ୍‌ ପ୍ରିଣ୍ଟ କରି କମ୍ପାନୀକୁ ପଠାଇଛନ୍ତି। ପ୍ରକୃତରେ କାର୍ଲି ଚାକିରି ପାଇବା ପାଇଁ କିଛି କ୍ରିଏଟିଭ ଆଇଡିଆ ଉପରେ ରିସର୍ଚ୍ଚ କରୁଥିଲେ। ଏହାପରେ 'ନାଇକି'ର ଏକ ଡିଭିଜନ ଭାଲିଏଣ୍ଟ ଲ୍ୟାବ୍‌ରେ ଏଭଳି କ୍ରିଏଟିଭ ଲୋକଙ୍କ ପାଇଁ ସ୍ଥାନ ଥିବା ତାଙ୍କର ଜଣେ ବନ୍ଧୁ ତାଙ୍କୁ କହିଥିଲେ।

Advertisment

ଏହାପରେ କାର୍ଲି ଏହି କମ୍ପାନୀ ବିଷୟରେ ଗବେଷଣା କରିଥିଲେ। କାର୍ଲିଙ୍କ କହିବାନୁସାରେ, ଏହି କମ୍ପାନୀ ବର୍ତ୍ତମାନ କୌଣସି ନୂତନ ବ୍ୟକ୍ତିଙ୍କୁ ଚାକିରି ଦେଉନାହିଁ। କିନ୍ତୁ, ସେ ଏପରି କିଛି କରିବାକୁ ଚାହୁଁଥିଲେ ଯାହାକୁ ଦେଖି କମ୍ପାନୀ ତାଙ୍କୁ ମନେ ରଖିବ। ଏହି କାରଣରୁ ସେ ତାଙ୍କୁ 'ରିଜ୍ୟୁମ୍ କେକ୍' ପଠାଇବାକୁ ସ୍ଥିର କରିଥିଲେ। ଏହା ପରେ କାର୍ଲି କାଲିଫର୍ଣ୍ଣିଆରୁ ଓରେଗନ୍‌ର ବେଭର୍ଟନ୍ ସ୍ଥିତ ନାଇକ୍ ମୁଖ୍ୟାଳୟକୁ ଯିବାକୁ ସ୍ଥିର କରିଥିଲେ।

Woman's Edible Resume To Nike Leaves The Internet Divided

ନାଇକି ଜେଡିଆଇ ଡେ' (ଜଷ୍ଟ ଡୁ ଇଟ୍‌ ଡେ') ପାଇଁ ଏକ ବଡ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ LeBron James, Colin Kaepernickଙ୍କ ସମେତ ଅନେକ ହଲିଉଡ ମେଗାଷ୍ଟାର୍‌ଙ୍କୁ ଆମନ୍ତ୍ରିତ କରାଯାଇଥିଲ।। ତେଣୁ ଏହି ଦିନ ହିଁ 'ରିଜ୍ୟୁମ୍‌ କେକ୍‌' ପଠାଇବା ପାଇଁ କାର୍ଲି ନିଷ୍ପତ୍ତି ନେଇଥିଲେ।

ତେବେ ଏଭଳି ଅଭିନବ ରିଜ୍ୟୁମ ପାଇ 'ନାଇକି' କାର୍ଲିଙ୍କୁ ଚାକିରି ଦେଇଛି ନା ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଚାକିରି ପାଇବା ପାଇଁ କାର୍ଲିଙ୍କ ଏହି ନିଆରା ଆଇଡିଆକୁ ଅନେକ ପସିନ୍ଦ କରୁଛନ୍ତି। ସୋଶାଲ ମିଡିଆରେ ତାଙ୍କର ଏହି 'ରିଜ୍ୟୁମ କେକ୍‌' ଫଟୋ ଭାଇରାଲ ହେବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମରେ ଏକ ଲକ୍ଷରୁ ଅଧିକ ଲୋକ କାର୍ଲିଙ୍କ ରିଜ୍ୟୁମ୍‌ କେକ୍‌ ପୋଷ୍ଟରେ କମେଣ୍ଟ ମଧ୍ୟ କରିଛନ୍ତି।