ଲାଇଫ ପାର୍ଟନର ପାଇଁ ପୁଲିସର ସହଯୋଗ ମାଗିଲେ ଯୁବକ
ପୁଣେ: ଆଜିକାଲି ପ୍ରେମ ସମ୍ପର୍କ ଚାରିଆଡେ ଦେଖିବାକୁ ମିଳୁଛି। ବେଳେ ବେଳେ ଏମିତି ଖବର ଆସେ ଯେଉଁଠି ଏକପାଖିଆ ପ୍ରେମ ସମ୍ପର୍କ ପାଇଁ ବିଭିନ୍ନ କାରନାମା ଦେଖିବାକୁ ମିଳେ। ଯାହାକି ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁଣେରେ। ଯେଉଁଠି ଜଣେ ବ୍ୟକ୍ତି ପ୍ରେମ ସମ୍ପର୍କ ପାଇଁ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଉ ପୁଲିସ କମିଶନର ସହଯୋଗ କରିବାକୁ ଯାଇ ସେହି ବ୍ୟକ୍ତିର ଟ୍ୱିଟର ରିଟ୍ୱିଟ୍ କରିଛନ୍ତି। ଯାହାକି ସୋଶାଲ ମିଡିଆରେ ନିଆଁ ଲଗାଇଛି।
ଏବେ ଖବରକୁ ଜାଣିବା ପାଇଁ ପଢ଼ନ୍ତୁ ପୁରା ମାମଲା କଣ ରହିଛି। ଏବେ କରୋନା ପାଇଁ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲକଡାଉନ୍ ସହିତ ଅନେକ ନିୟମ ଲାଗୁ କରାଯାଉଛି। ପୁଲିସ କମିଶନର ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ ‘ଲେଟ୍ ଅସ୍ ଟକ୍’ ଜରିଆରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ପୁଲିସ କମିଶନରଙ୍କୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି। ଯେଉଁଥିରେ ସେହି ବ୍ୟକ୍ତି ଜଣଙ୍କ ଟ୍ୱିଟ୍ କରି ଲେଖିଛନ୍ତି ସେ ଜଣେ ଯୁବତୀଙ୍କୁ ଭଲ ପାଉଛନ୍ତି। ହେଲେ ସେହି ଯୁବତୀ ତାଙ୍କ ସହ ସମ୍ପର୍କ ରଖିବାକୁ ରାଜି ହେଉ ନାହାନ୍ତି। ତେଣୁ ଆପଣ ମୋର ସହଯୋଗ କରନ୍ତୁ। ଯାହାର ରିଟ୍ୱିଟ୍ କରିଛନ୍ତି ପୁଲିସ କମିଶନର।
ପୁଲିସ କମିଶନର ଅମିତାଭ ଗୁପ୍ତା ଲେଖିଛନ୍ତି, ‘ଝିଅର ସହମତି ପାଇଁ ଆମେ କିଛି ପ୍ରକାର ସହଯୋଗ କରିପାରିବୁନି। ତାଙ୍କର ବିନା ସହମତିରେ ଆପଣ କିଛି କରନ୍ତୁ ନାହିଁ। ଯଦି କେବେ ସେ ରାଜି ହୋଇଯାଉଛନ୍ତି ତାହେଲେ ଆମ ତରଫରୁ ଆପଣଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ’। ଏହାପରେ ସହଯୋଗ ମାଗିଥିବା ବ୍ୟକ୍ତି ତାଙ୍କ ଟ୍ୱିଟକୁ ଡିଲିଟ୍ କରି ଦେଇଛନ୍ତି।
Unfortunately, without her consent, even we can’t be of any help. Nor should you do anything against her will. And if she does agree some day, you have our best wishes and blessings. #ANoMeansNo #LetsTalkCPPuneCity @PuneCityPolice https://t.co/aBrVTm0KI8
— CP Pune City (@CPPuneCity) March 8, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।