Advertisment

ଲାଇଫ ପାର୍ଟନର ପାଇଁ ପୁଲିସର ସହଯୋଗ ମାଗିଲେ ଯୁବକ

ପୁଣେ: ଆଜିକାଲି ପ୍ରେମ ସମ୍ପର୍କ ଚାରିଆଡେ ଦେଖିବାକୁ ମିଳୁଛି। ବେଳେ ବେଳେ ଏମିତି ଖବର ଆସେ ଯେଉଁଠି ଏକପାଖିଆ ପ୍ରେମ ସମ୍ପର୍କ ପାଇଁ ବିଭିନ୍ନ କାରନାମା ଦେଖିବାକୁ ମିଳେ। ଯାହାକି ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁଣେରେ। ଯେଉଁଠି ଜଣେ ବ୍ୟକ୍ତି ପ୍ରେମ ସମ୍ପର୍କ ପାଇଁ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଉ ପୁଲିସ କମିଶନର ସହଯୋଗ କରିବାକୁ ଯାଇ ସେହି ବ୍ୟକ୍ତିର ଟ୍ୱିଟର ରିଟ୍ୱିଟ୍ କରିଛନ୍ତି। ଯାହାକି ସୋଶାଲ […]

ଅଦ୍ୟତନ ହୋଇଛି
ଲାଇଫ ପାର୍ଟନର ପାଇଁ ପୁଲିସର ସହଯୋଗ ମାଗିଲେ ଯୁବକ

love affairs

Advertisment

ପୁଣେ: ଆଜିକାଲି ପ୍ରେମ ସମ୍ପର୍କ ଚାରିଆଡେ ଦେଖିବାକୁ ମିଳୁଛି। ବେଳେ ବେଳେ ଏମିତି ଖବର ଆସେ ଯେଉଁଠି ଏକପାଖିଆ ପ୍ରେମ ସମ୍ପର୍କ ପାଇଁ ବିଭିନ୍ନ କାରନାମା ଦେଖିବାକୁ ମିଳେ। ଯାହାକି ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁଣେରେ। ଯେଉଁଠି ଜଣେ ବ୍ୟକ୍ତି ପ୍ରେମ ସମ୍ପର୍କ ପାଇଁ ପୁଲିସକୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆଉ ପୁଲିସ କମିଶନର ସହଯୋଗ କରିବାକୁ ଯାଇ ସେହି ବ୍ୟକ୍ତିର ଟ୍ୱିଟର ରିଟ୍ୱିଟ୍ କରିଛନ୍ତି। ଯାହାକି ସୋଶାଲ ମିଡିଆରେ ନିଆଁ ଲଗାଇଛି।

Advertisment

ଏବେ ଖବରକୁ ଜାଣିବା ପାଇଁ ପଢ଼ନ୍ତୁ ପୁରା ମାମଲା କଣ ରହିଛି। ଏବେ କରୋନା ପାଇଁ ମହାରାଷ୍ଟ୍ରର ଅନେକ ସ୍ଥାନରେ ଲକଡାଉନ୍ ସହିତ ଅନେକ ନିୟମ ଲାଗୁ କରାଯାଉଛି। ପୁଲିସ କମିଶନର ମଧ୍ୟ ଲୋକଙ୍କୁ ସହଯୋଗ କରିବା ପାଇଁ 'ଲେଟ୍ ଅସ୍ ଟକ୍' ଜରିଆରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ପୁଲିସ କମିଶନରଙ୍କୁ ଟ୍ୱିଟ୍ କରି ଅନୁରୋଧ କରିଛନ୍ତି। ଯେଉଁଥିରେ ସେହି ବ୍ୟକ୍ତି ଜଣଙ୍କ ଟ୍ୱିଟ୍ କରି ଲେଖିଛନ୍ତି ସେ ଜଣେ ଯୁବତୀଙ୍କୁ ଭଲ ପାଉଛନ୍ତି। ହେଲେ ସେହି ଯୁବତୀ ତାଙ୍କ ସହ ସମ୍ପର୍କ ରଖିବାକୁ ରାଜି ହେଉ ନାହାନ୍ତି। ତେଣୁ ଆପଣ ମୋର ସହଯୋଗ କରନ୍ତୁ। ଯାହାର ରିଟ୍ୱିଟ୍ କରିଛନ୍ତି ପୁଲିସ କମିଶନର।

ପୁଲିସ କମିଶନର ଅମିତାଭ ଗୁପ୍ତା ଲେଖିଛନ୍ତି, 'ଝିଅର ସହମତି ପାଇଁ ଆମେ କିଛି ପ୍ରକାର ସହଯୋଗ କରିପାରିବୁନି। ତାଙ୍କର ବିନା ସହମତିରେ ଆପଣ କିଛି କରନ୍ତୁ ନାହିଁ। ଯଦି କେବେ ସେ ରାଜି ହୋଇଯାଉଛନ୍ତି ତାହେଲେ ଆମ ତରଫରୁ ଆପଣଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ'। ଏହାପରେ ସହଯୋଗ ମାଗିଥିବା ବ୍ୟକ୍ତି ତାଙ୍କ ଟ୍ୱିଟକୁ ଡିଲିଟ୍ କରି ଦେଇଛନ୍ତି।

Advertisment

https://twitter.com/CPPuneCity/status/1368836485559037953?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe