ବାବୁ.. ସୋନା... ଡାକି ବାହାରେ କାନ୍ଦୁଛି ଗାର୍ଲଫ୍ରେଣ୍ଡ, ଭିତରେ ବାହା ହେଉଛି ବୟଫ୍ରେଣ୍ଡ

ଭୋପାଳ: ବିବାହ ମଣ୍ଡପ ଭିତରେ ରୀତିନୀତିରେ ଚାଲିଥିଲା ବାହାଘର। ସମ୍ପର୍କୀୟ, ସାଙ୍ଗ ଓ ବନ୍ଧୁ ବାନ୍ଧବଙ୍କ ଭିଡ ଭିତରେ ସାତ ଫେରା ନେଉଥିଲେ ବର-କନିଆ। ହେଲେ ମଣ୍ଡପ ବାହାରେ ଶୁଭୁଥିଲା ଜଣେ ଯୁୂବତୀଙ୍କ ଚିତ୍କାର। କାନ୍ଦି କାନ୍ଦି କହୁଥିଲା, ବାବୁ.. ସୋନା ..ତମେ ବାହା ହୁଅନା। କେତେବେଳେ ବନ୍ଦ ଗେଟ୍‌ରେ ମୁଣ୍ଡ ପିଟୁଥିଲା ତ ଆଉ କେତେବେଳେ ତଳେ ଗଡୁଥିଲା। ଗେଟ୍ ଖୋଲିବାକୁ ସୁରକ୍ଷାକର୍ମୀଙ୍କୁ ବାରମ୍ବାର ନେହୁରା ହେଉଥିଲା ଯୁବତୀ ଜଣକ। ହେଲେ ସୁରକ୍ଷାକର୍ମୀ ଶୁଣିବାକୁ ନାରାଜ […]

Girlfriend Cries

Girlfriend Cries

Madhupriya Mistry
  • Published: Monday, 12 July 2021
  • Updated: 12 July 2021, 03:18 PM IST

Sports

Latest News

ଭୋପାଳ: ବିବାହ ମଣ୍ଡପ ଭିତରେ ରୀତିନୀତିରେ ଚାଲିଥିଲା ବାହାଘର। ସମ୍ପର୍କୀୟ, ସାଙ୍ଗ ଓ ବନ୍ଧୁ ବାନ୍ଧବଙ୍କ ଭିଡ ଭିତରେ ସାତ ଫେରା ନେଉଥିଲେ ବର-କନିଆ। ହେଲେ ମଣ୍ଡପ ବାହାରେ ଶୁଭୁଥିଲା ଜଣେ ଯୁୂବତୀଙ୍କ ଚିତ୍କାର। କାନ୍ଦି କାନ୍ଦି କହୁଥିଲା, ବାବୁ.. ସୋନା ..ତମେ ବାହା ହୁଅନା।

କେତେବେଳେ ବନ୍ଦ ଗେଟ୍‌ରେ ମୁଣ୍ଡ ପିଟୁଥିଲା ତ ଆଉ କେତେବେଳେ ତଳେ ଗଡୁଥିଲା। ଗେଟ୍ ଖୋଲିବାକୁ ସୁରକ୍ଷାକର୍ମୀଙ୍କୁ ବାରମ୍ବାର ନେହୁରା ହେଉଥିଲା ଯୁବତୀ ଜଣକ। ହେଲେ ସୁରକ୍ଷାକର୍ମୀ ଶୁଣିବାକୁ ନାରାଜ । ଯୁବତୀ ନିଜ ମୋବାଇଲରେ ବାହା ହେଉଥିବା ପ୍ରେମିକକୁ ବାରମ୍ବାର କଲ୍ ବି କରୁଥିଲା। ହେଲେ ଫୋନ୍ ଉଠାଉନଥିଲା ପ୍ରେମିକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ହେରଙ୍ଗାବାଦରେ।

ଯୁବତୀ ଜଣଙ୍କର କହିବାନୁସାରେ , ୩ ବର୍ଷ ହେଲା ସେ ଓ ସଂପୃକ୍ତ ଯୁବକଙ୍କୁ ପ୍ରେମ କରୁଥିଲେ। ଏପରିକି ଉଭୟ ଲିଭ୍ ଇନ୍ ରିଲେସନସିପରେ ମଧ୍ୟ ଥିଲେ। ଉଭୟ ଯୁବତୀ ଏବଂ ଯୁବକ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ହେଲେ ଏବେ ଯୁବତୀଙ୍କୁ ଛାଡି ଅନ୍ୟ ଜଣଙ୍କୁ ବିବାହ କରୁଥିଲା ପ୍ରେମିକ। ଆଉ ନିଜ ପ୍ରେମିକର ବିବାହ ଖବର ପାଇ ମଣ୍ଡପରେ ପହଁଚିଥିଲେ ଯୁବତୀ।

ସୁରକ୍ଷାକର୍ମୀ ଭିତରକୁ ନଛାଡିବାରୁ ବାହାରେ ରହି କାକୁତିମିନତି କରୁଥିଲେ। ଶେଷରେ ଘଟଣାସ୍ଥଳରେ ପୁଲିସ ପହଁଚିଥିଲା ଏବଂ ଯୁବତୀଙ୍କ ନେଇ ଚାଲିଯାଇଥିଲା। ଏସମସ୍ତ ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

https://youtu.be/sjS7gjl1dls

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos