Advertisment

ହସୁଛନ୍ତି ମା' ଦୁର୍ଗା

ଭୋପାଲ: ଏଥର ମହିଷାମର୍ଦ୍ଦିନୀଙ୍କ ଆଖିରେ ଆଉ କ୍ରୋଧ ନାହିଁ। ମୁହଁରେ ଫୁଟିଛି ହସ। ଆଖିରେ ପ୍ରସନ୍ନ ଓ ମୁହଁରେ ହସ ନେଇ ଏଥିର ଆସିଛନ୍ତି ମା’ ଦୁର୍ଗା। ମା’ ଦୁର୍ଗାଙ୍କ ୯ ରୂପର ଆରାଧନାର ପର୍ବ ନବରାତ୍ରୀ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଛି। ଘରେ ଘଟ ବସାଇବା ସହ ବିଭିନ୍ନ ସ୍ଥାନରେ ଦେବୀଙ୍କ ଆକର୍ଷଣୀୟ ପ୍ରତିମା ସ୍ଥାପନ କରାଯାଇଛି। ଏହାରି ଭିତରେ ମା’ଙ୍କ ଏକ ଆକର୍ଷଣୀୟ ପ୍ରତିମାର ଫଟୋ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନବରାତ୍ରୀ […]

ଅଦ୍ୟତନ ହୋଇଛି
ହସୁଛନ୍ତି ମା' ଦୁର୍ଗା

Durga

Advertisment

ଭୋପାଲ: ଏଥର ମହିଷାମର୍ଦ୍ଦିନୀଙ୍କ ଆଖିରେ ଆଉ କ୍ରୋଧ ନାହିଁ। ମୁହଁରେ ଫୁଟିଛି ହସ। ଆଖିରେ ପ୍ରସନ୍ନ ଓ ମୁହଁରେ ହସ ନେଇ ଏଥିର ଆସିଛନ୍ତି ମା' ଦୁର୍ଗା।

Advertisment

ମା' ଦୁର୍ଗାଙ୍କ ୯ ରୂପର ଆରାଧନାର ପର୍ବ ନବରାତ୍ରୀ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଯାଇଛି। ଘରେ ଘଟ ବସାଇବା ସହ ବିଭିନ୍ନ ସ୍ଥାନରେ ଦେବୀଙ୍କ ଆକର୍ଷଣୀୟ ପ୍ରତିମା ସ୍ଥାପନ କରାଯାଇଛି। ଏହାରି ଭିତରେ ମା'ଙ୍କ ଏକ ଆକର୍ଷଣୀୟ ପ୍ରତିମାର ଫଟୋ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନବରାତ୍ରୀ ଅବସରରେ ମଧ୍ୟପ୍ରଦେଶ ଛିନ୍ଦୱାଡାରେ ମା'ଙ୍କର ଏକ ହସୁଥିବା ମୂର୍ତ୍ତି ତିଆରି ହୋଇଛି। ଏହି ମୂର୍ତ୍ତି ଏବେ ସମସ୍ତଙ୍କ ମନମୋହିନେଇଛି। ଯିଏ ଦେଖୁଛି ସିଏ ଘଡିଏ ମା'ଙ୍କ ମୂର୍ତ୍ତିକୁ ଚାହିଁ ରହୁଛି। ମା'ଙ୍କ ମୂର୍ତ୍ତିଟି ମଧ୍ୟ ଦେଖିବାକୁ ପୂରାପୁରି ସଜୀବ ଭଳି ଲାଗୁଛି। ଯେପରି ସତରେ ମା' ଦୁର୍ଗା ସ୍ୱର୍ଗରୁ ଓହ୍ଲାଇ ଆସିଲା ଭଳି ମନେ ହେଉଛି।

Advertisment

[caption id="attachment_683271" align="alignnone" width="650"]Godesses Durga ମା'ଙ୍କ ଏହି ଆକର୍ଷଣୀୟ ପ୍ରତିମାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।[/caption]

ମଧ୍ୟପ୍ରଦେଶର ସିଙ୍ଗୋଡିରେ ବାସ କରୁଥିବା ମୂର୍ତ୍ତିକାର ପବନ ପ୍ରଜାପତି ଦୁର୍ଗାଙ୍କ ଏହି ମନମୁଗ୍ଧ କରୁଥିବା ମୂର୍ତ୍ତିକୁ ତିଆରି କିରଛନ୍ତି। ଦୁର୍ଗାଙ୍କ ଏହି ହସୁଥିବା ପ୍ରତିମାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ପ୍ରତିଦିନ ଲୋକଙ୍କ ଭିଡ ଜମୁଛି। ଏହି ଛୋଟ ଗାଁଟି ଏବେ ତୀର୍ଥ କ୍ଷେତ୍ର ପାଲଟିଯାଇଛି। କେବଳ ଛିନ୍ଦୱାଡା ନୁହେଁ ପଡୋଶୀ ଜିଲ୍ଲା ନରସିଂହପୁର, ବୈତୁଲ, ହୋଶଙ୍ଗାବାଦ, ସିବିନ ଯାଏଁ ଦୁର୍ଗାଙ୍କ ଏହି ମୂର୍ତ୍ତିକୁ ନେଇ ଚର୍ଚ୍ଚା ଚାଲିଛି। ଲୋକେ ମୂର୍ତ୍ତିର ଚିତ୍ରକଳା ନେଇକୁ ପ୍ରଶଂସା କରୁଛନ୍ତି।

ସେପଟେ ଉକ୍ତ ମୂର୍ତ୍ତିକୁ ତିଆରି କରିଥିବା ମୂର୍ତ୍ତିକାର କହିଛନ୍ତି, କରୋନା କାଳରେ ସେ ଅନେକ ଲୋକଙ୍କ ମୁହଁରେ ଦୁଃଖ ଦେଖିଛନ୍ତି। ତେଣୁ ଲୋକେ ଯେପରି ନିଜ ଦୁଃଖ ଭୁଲିଯିବେ, ସେଥିପାଇଁ ମା' ଦୁର୍ଗାଙ୍କ ଏଭଳି ହସୁଥିବା ମୂର୍ତ୍ତି ତିଆରି କରିବା ପାଇଁ ଚିନ୍ତା କରିଥିଲୁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe