/odisha-reporter/media/post_attachments/uploads/2022/04/bride-and-groom.jpg)
bride and groom
ମୁମ୍ବାଇ: ବାଜା ବାଣ ଫୁଟାଇ ବର ପହଞ୍ଚିଲା କନିଆଁ ଦୁଆରେ। ଆରମ୍ଭ ହେଲେ ରିତିନୀତି। ବରଣମାଳା ପାଇଁ ଉଭୟ ବର-କନ୍ୟା ମଣ୍ଡପ ଉପରକୁ ଗଲେ। ତା' ପୂର୍ବରୁ ବରର ମୁହଁ ମିଠା କରିବା ପାଇଁ କନିଆଁ ହାତରେ ଧରିଥିଲା ମିଠେଇ। ହେଲେ ମିଠେଇ ଖୁଆଇବା ବଦଳରେ ବରର ଗାଲରେ ଲେସି ଦେଲା କନିଆଁ। ଏହାପରେ ବେଦି ଉପରେ ହିଁ ମୁହାଁମୁହିଁ ହୋଇଗଲେ ବର-କନ୍ୟା। ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଜବରଦସ୍ତ ଫାଇଟ୍। ପରସ୍ପରକୁ ମାରିଲେ ଚାପୁଡା। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିବାହର ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ କମେଡିଆନ୍ ସୁନିଲ ଗ୍ରୋଭର ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ଭିଡିଓରେ ଦେଖାଯାଏ ଯେ ବର କନିଆଁ ମଞ୍ଚ ଉପରକୁ ଯାଆନ୍ତି। କ୍ରୋଧିତ ଦେଖାଯାଉଥିବା କନିଆଁ ବରକୁ ମିଠେଇ ଖାଇବାକୁ ଦିଏ। କିନ୍ତୁ ବର ମିଠେଇ ଖାଇବାରେ ବିଳମ୍ବ କରିବାରୁ ତା' ମୁହଁରେ ମିଠେଇ ଲେସି ଦିଏ କନିଆଁ। ତା’ପରେ ବିଳମ୍ବ ନକରି ବର କନିଆଁ ଗାଲରେ ଏକ ଚାପୁଡା ବସାଇଦିଏ। ଏହାପରେ ପରସ୍ପର ଉପରେ ଚାପୁଡା ବର୍ଷା କରିବା ଆରମ୍ଭ କରି ଦିଅନ୍ତି ବର-କନ୍ୟା। କେବଳ ଚାପୁଡା ନୁହେଁ ରମ୍ପାରମ୍ପି ମଧ୍ୟ ହୋଇଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।
ଏହି ଭିଡିଓକୁ କମେଡିଆନ୍ ସୁନିଲ ଗ୍ରୋଭର ଶେଆର କରି ଲେଖିଛନ୍ତି, 'ଜୀବନ ବର୍ତ୍ତମାନ ଆରମ୍ଭ ହୋଇଛି।' ପ୍ରଶଂସକମାନେ ମଧ୍ୟ ଏହି ଭିଡିଓ ଦେଖିବା ପରେ ସେମାନଙ୍କର ମତାମତ ଦେବାରେ ଆଉ ବିଳମ୍ବ କରୁନାହାନ୍ତି। ସମସ୍ତେ ଏହି ଭିଡିକୁ ଦେଖି ମଜା ନେବା ସହ ସ୍ମାଇଲ୍ ଇମୋଜି ମଧ୍ୟ ଶେଆର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
