Advertisment

କନିଆଁକୁ ଆଣିବା ପାଇଁ ୫୧ଟି ଟ୍ରାକ୍ଟର ନେଇ ବାହାରିଲା ବର

ନୂଆଦିଲ୍ଲୀ: ପଛକୁ ପଛ ଲମ୍ବିଛି ଟ୍ରାକ୍ଟର। ଆଗରେ ବସିଛି ବର। ବାଜୁଛି ବ୍ୟାଣ୍ଡବାଜା। କନିଆଁକୁ ଆଣିବା ପାଇଁ ବାହାରିଛି ବରଯାତ୍ରୀ। ୫୧ଟି ଟ୍ରାକ୍ଟରରେ ବସିଛନ୍ତି ୧୫୦ ବରଯାତ୍ରୀ। ବର ନିଜେ ଟ୍ରାକ୍ଟର ଚଲାଇ କନିଆଁ ଘରକୁ ଯାଉଛି। ଏଭଳି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିବାହାର ଋତୁ ଆସିଲେ ସୋଶାଲ ମିଡିଆରେ ବିବାହର ଅନେକ ମଜାଦାର ଓ ଚକିତ କଲା ଭଳି ବିଡିଓରେ ବନ୍ୟା ଆସିଯାଏଁ। କିଛି […]

କନିଆଁକୁ ଆଣିବା ପାଇଁ ୫୧ଟି ଟ୍ରାକ୍ଟର ନେଇ ବାହାରିଲା ବର

groom-arrived-with-tractors

Advertisment

ନୂଆଦିଲ୍ଲୀ: ପଛକୁ ପଛ ଲମ୍ବିଛି ଟ୍ରାକ୍ଟର। ଆଗରେ ବସିଛି ବର। ବାଜୁଛି ବ୍ୟାଣ୍ଡବାଜା। କନିଆଁକୁ ଆଣିବା ପାଇଁ ବାହାରିଛି ବରଯାତ୍ରୀ। ୫୧ଟି ଟ୍ରାକ୍ଟରରେ ବସିଛନ୍ତି ୧୫୦ ବରଯାତ୍ରୀ। ବର ନିଜେ ଟ୍ରାକ୍ଟର ଚଲାଇ କନିଆଁ ଘରକୁ ଯାଉଛି। ଏଭଳି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବିବାହାର ଋତୁ ଆସିଲେ ସୋଶାଲ ମିଡିଆରେ ବିବାହର ଅନେକ ମଜାଦାର ଓ ଚକିତ କଲା ଭଳି ବିଡିଓରେ ବନ୍ୟା ଆସିଯାଏଁ। କିଛି ଭିଡିଓ ଚକିତ କରିଦେଇଥାଏ ତ ଆଉ କିଛିକୁ ଦେଖି ଲୋକେ ନିଜ ହସ କଣ୍ଟ୍ରେଲ କରିପାରନ୍ତି ନାହିଁ। କିଛି ଏଭଳି ହିଁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଧମାଲ କରିଛି।

ବର କନିଆଁକୁ ଆଣିବା ପାଇଁ କାର୍‌ ବା କୌଣସି ଗାଡି ନୁହେଁ ଟ୍ରାକ୍ଟରରେ ବାହାରିଛି। କେବଳ ସେତିକି ନୁହେଁ ବରଯାତ୍ରୀରେ ଗୋଟିଏ କି ଦୁଇଟି ନୁହେଁ ୫୧ଟି ଟ୍ରାକ୍ଟର ଏକା ସାଙ୍ଗେ ଏକ କିଲୋମିଟର ଯାଏଁ ଲମ୍ବିଛି। ୧୫୦ ବରଯାତ୍ରୀ ବ୍ୟାଣ୍ଡବାଜା ନେଇ କନିଆଁ ଘରକୁ ଯାଉଛନ୍ତି। ସେୱନିୟାଲା ଠାରୁ ବାରମର୍ ଜିଲ୍ଲାର ବୋରା ଗାଁ ପର୍ଯ୍ୟନ୍ତ ବରଯାତ୍ରୀ ଲମ୍ବିଛି। ଏହି ଅଦ୍ଭୁତ ବରଯାତ୍ରୀର ଭିଡିଓ ରଜସ୍ଥାନରୁ ଆସିଛି।

Advertisment

ଏହି ବିବାହ ଶୋଭାଯାତ୍ରାକୁ ଦେଖି ଲୋକେ ଚକିତ ହୋଇପଡିଛନ୍ତି। ଏହି ଭିଡିଓଟିକୁ ଭିଡିଓଟି ବର୍ତ୍ତମାନ ପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଲୋକେ ଦେଖିସାରିଲେଣି। ଅନେକ ଲୋକେ ଏହି ଭିଡିଓରେ ବେଶ୍‌ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି।

https://twitter.com/ANI/status/1534949223904735233?s=20&t=S6I0U1NXDa6sdbbWJ-cTZg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe