Advertisment

ମଞ୍ଚ ଉପରେ କନିଆଁକୁ ମାଡ଼ ମାରିଲା ବର

ନୂଆଦିଲ୍ଲୀ: ଜମିଥିଲା ଖଚାଖଚ ଭିଡ। ଉପସ୍ଥିତ ଥିଲେ ସମସ୍ତ ଅତଥିଗଣ। ମଞ୍ଚ ଉପରେ ଠିଆ ହୋଇଥିଲେ ବର କନ୍ୟା। ଚାଲିଥିଲା ରିସେପସନ୍‌ ପାର୍ଟି। ଭୋଜିଭାତ ନାଚ ଗୀତରେ ମସଗୁଲ ଥିଲେ ସମସ୍ତେ। ଏତିକି ବେଳେ ହଠାତ୍‌ ମଞ୍ଚ ଉପରେ କନିଆଁକୁ ଜୋରଦାର ଚାପୁଡା ମାରିଲା ବର। ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଜ୍‌ବେକିସ୍ତାନର ଏକ ଅଞ୍ଚଳରେ ଆୟୋଜନ ହୋଇଥିଲା ଏକ ବିବାହ ରିସେପ୍‌ସନ ପାର୍ଟି। ମଞ୍ଚ ଉପରେ ଠିଆ ହୋଇଥିଲେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମଞ୍ଚ ଉପରେ କନିଆଁକୁ ମାଡ଼ ମାରିଲା ବର

groom-beats-his-wife

ନୂଆଦିଲ୍ଲୀ: ଜମିଥିଲା ଖଚାଖଚ ଭିଡ। ଉପସ୍ଥିତ ଥିଲେ ସମସ୍ତ ଅତଥିଗଣ। ମଞ୍ଚ ଉପରେ ଠିଆ ହୋଇଥିଲେ ବର କନ୍ୟା। ଚାଲିଥିଲା ରିସେପସନ୍‌ ପାର୍ଟି। ଭୋଜିଭାତ ନାଚ ଗୀତରେ ମସଗୁଲ ଥିଲେ ସମସ୍ତେ। ଏତିକି ବେଳେ ହଠାତ୍‌ ମଞ୍ଚ ଉପରେ କନିଆଁକୁ ଜୋରଦାର ଚାପୁଡା ମାରିଲା ବର। ଏଭଳି କିଛି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉଜ୍‌ବେକିସ୍ତାନର ଏକ ଅଞ୍ଚଳରେ ଆୟୋଜନ ହୋଇଥିଲା ଏକ ବିବାହ ରିସେପ୍‌ସନ ପାର୍ଟି। ମଞ୍ଚ ଉପରେ ଠିଆ ହୋଇଥିଲେ ବର-କନିଆଁ। ଏତିକି ବେଳେ ବର-କନିଆଁଙ୍କ ମଧ୍ୟରେ ଏକ ଗେମ୍‌ ଖେଳାଯାଇଥିଲା। ଏହି ଗେମ୍‌ରେ ଜିତି ଯାଇଥିଲା କନିଆଁ। ଏହା ଦେଖି ବର ନିଜ ପରାଜୟକୁ ଆଉ ସହିପାରିଲା ନାହିଁ। ରାଗରେ ମଞ୍ଚ ଉପରେ ହିଁ ନିଜ ପତ୍ନୀକୁ ସମସ୍ତଙ୍କ ସାମ୍ନାରେ ମାରିଦେଲା ଜୋରଦାର ଚାପୁଡା। ଚାପୁଡା ମାରିବା ପରେ ବର ଜଣକ କିଛି  ଘଟିନଥିଲା ଭଳି ସ୍ୱାଭାବିକ ଭାବେ ପୁଣି ଠିଆ ହୋଇପଡିଲା। କିନ୍ତୁ କନିଆଁ ଜଣକ ଏଭଳି ମାଡ ସହିପାରିଲେ ନାହିଁ। ଯନ୍ତ୍ରଣାରେ ସେ ନିଜ ମୁଣ୍ଡକୁ ଧରି ପକାଇଲେ। ପରେ ସେ ମଞ୍ଚ ଉପରୁ ମନ ଦୁଃଖ କରି ଚାଲି ଯାଇଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Uzbekistan groom slaps wife after losing a game

ଏହି ଘଟଣା ପରେ ଆଉ କ'ଣ ଘଟିଲା ସେ ନେଇ କିଛି ସୂଚନା ମିଳିନାହିଁ। ଉଜ୍‌ବେକିସ୍ତାନ ପୁଲିସ ତରଫରୁ ଘଟଣାକୁ ନେଇ କୌଣସି ବୟାନ ମଧ୍ୟ ସାମ୍ନାକୁ ଆସିନାହିଁ। ତେବେ ଏହି ବିବାହଟି ଆରେଞ୍ଜ ଥିଲା ନା ପ୍ରେମ ବିବାହ ତାହା ଜଣାପଡିନାହିଁ। ସେପଟେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଅନେକ ସୋଶାଲ ମିଡିଆରେ ୟୁଜର୍ସ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଜଣେ ୟୁଜର୍ସ ଲେଖିଛନ୍ତି, ' ଏହା ଅସହନୀୟ। ବରକୁ ନିଶ୍ଚିତ ରୂପେ ଦଣ୍ଡ ମିଳିବା ଉଚିତ।' ସେହିପରି ଆଉ ଜଣେ ଲେଖିଛନ୍ତି, 'ଝିଅର ବାପା-ମା' ଏହା ଦେଖି କିଭଳି ସହ୍ୟ କରିପାରୁଛନ୍ତି? ଏହା ଏତେ ଭୟଙ୍କର ଯେ, ଏହାକୁ ସମାଧାନ କରାଯାଇପାରିବ ନାହିଁ।'

https://twitter.com/SchengenStory/status/1536347630707650561?s=20&t=nb26R9dygLGedIrAHpineA