Advertisment

କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲା ବର

ନୂଆଦିଲ୍ଳୀ: ସଜେଇ ହୋଇଥିଲା ବିବାହ ମଣ୍ଡପ। ଚାଲିଥିଲା ବିବାହ। ପୂରା ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। ମଣ୍ଡପକୁ ଆସୁଥିଲେ କନିଆଁ। ଠିକ୍‌ ଏତିକି ବେଳେ କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ବର। ଏପରିକି ସେ ଚାହିଁଲେ ବି ନିଜ କାନ୍ଦ ଆଉ ଅଟକାଇ ପାରିଲେ ନାହିଁ। ବିବାହ ବେଳର ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର ବେଶରେ ଥିଲେ ଡେମୋଟ୍ରିସ କ୍ୟାଶରିସ୍‌। […]

କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲା ବର

Groom crying

Advertisment

ନୂଆଦିଲ୍ଳୀ: ସଜେଇ ହୋଇଥିଲା ବିବାହ ମଣ୍ଡପ। ଚାଲିଥିଲା ବିବାହ। ପୂରା ଅତିଥି ଗଣ ମଧ୍ୟ ଉପସ୍ଥିତ ଥିଲେ। ମଣ୍ଡପକୁ ଆସୁଥିଲେ କନିଆଁ। ଠିକ୍‌ ଏତିକି ବେଳେ କନିଆଁକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ବର। ଏପରିକି ସେ ଚାହିଁଲେ ବି ନିଜ କାନ୍ଦ ଆଉ ଅଟକାଇ ପାରିଲେ ନାହିଁ। ବିବାହ ବେଳର ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବର ବେଶରେ ଥିଲେ ଡେମୋଟ୍ରିସ କ୍ୟାଶରିସ୍‌। ନିଜ ପ୍ରେମିକା ଆଲେକଜେଣ୍ଡ୍ରିଆଙ୍କୁ କନିଆଁ ବେଶରେ ଦେଖି ଭାବୁକ ହୋଇପଡିଥିଲେ। ବର ବେଶରେ ଡେମୋଟ୍ରିସ ବିବାହର ସବୁ ରୀତିନୀତି ପାଳନ କରିବାକୁ ନିଜ ସାଙ୍ଗମାନଙ୍କ ସହ ପୂରା ପ୍ରସ୍ତୁତ ଅଛନ୍ତି। ଏତିକି ବେଳେ ନିଜ ବାପାଙ୍କ ସହ କନିଆଁ ବେଶରେ ଧଳା ଗାଉନ୍‌ ପିନ୍ଧି ଆଲୋକଜେଣ୍ଡ୍ରିଆ ମଣ୍ଡପରେ ପହଞ୍ଚିଥିଲେ। ବର ନିଜ ପ୍ରମିକାକୁ ପ୍ରଥମଥର ବିବାହର ଧଳା ଗାଉନରେ ଦେଖି ଅତ୍ୟନ୍ତ ଭାବୁକ ହୋଇପଡିଥିଲେ। ଏହାପରେ ସମସ୍ତଙ୍କ ସାମ୍ନାରେ ହିଁ କାନ୍ଦି ପକାଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ତାଙ୍କ ୱେଡିଂ ଭିଡିଓଗ୍ରାଫର ମ୍ୟାଗନୋଲିଆ ରେଡ୍‌ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବର-କନିଆଁଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏହାକୁ ବର୍ତ୍ତମାନ ଯାଏଁ ୩୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

Advertisment

ଏହି ଭିଡିଓକୁ ଚାରିଆଡୁ ପ୍ରଶଂସା ମିଳୁଛି। ଜଣେ ୟୁଜର୍ସ ଏହି ଭିଡିଓ ନେଇ କମେଣ୍ଟ କରି କହିଛନ୍ତି, 'ଏହା ପ୍ରକୃତ ପ୍ରେମର ପ୍ରଦର୍ଶନ। ଆପଣ ବାସ୍ତବରେ ପରସ୍ପରକୁ ବେଶ୍‌ ଭଲ ପାଆନ୍ତି। ମୁଁ ଆପଣଙ୍କୁ ଜାଣି ନଥିଲେ ବି ମୁଁ ମୋର ଶୁଭକାମନା ଜଣାଉଛି ବଲି ଲେଖିଛନ୍ତ।'

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe