Advertisment

ଡ୍ରୋନରେ ଆସୁଥିଲା ବରଣମାଳା, ତାଣ୍ଡବ ରୂପ ଦେଖାଇଲେ ବର! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବଡ଼ ଭୁଲ୍ କରିଦେଲା ଡ୍ରୋନ୍! ଡ୍ରୋନ୍ ଆଣୁଥିଲା ବରଣବାଳା। ରାଗରେ ଲାଲ୍ ହୋଇଗଲେ ବର। ଦେଖାଇଲେ ତାଣ୍ଡବ ରୂପ। ଆଉ ନିଜର ସବୁ ରାଗ ଡ୍ରୋନ୍ ଉପରେ ଏମିତି ଶୁଝାଇଲେ ଯେ କେହିବି ବରଣମାଳା ଡ୍ରୋନରେ ଆଣିବାକୁ ଭୁଲ୍ କରିବେନି। ଏମିତି କିଛି ଅଜବ ଗଜବ ଦୃଶ୍ୟ ଦେଖିବାକୁ ମିଳିଛି ଏକ ବିବାହ ଉତ୍ସବରେ। ବରଣମାଳା ଡ୍ରୋନରେ ଆସୁଥିଲା। ସବୁ ଷ୍ଟେଜରେ ଥିଲା। ବରଣମାଳା ଅପେକ୍ଷାରେ ଥିଲେ ବର। କିନ୍ତୁ ବରଣମାଳା ଡ୍ରୋନରେ ଆସୁଥିଲା, ଯାହା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଡ୍ରୋନରେ ଆସୁଥିଲା ବରଣମାଳା, ତାଣ୍ଡବ ରୂପ ଦେଖାଇଲେ ବର! ଭିଡିଓ ଭାଇରାଲ୍

drone

ନୂଆଦିଲ୍ଲୀ: ବଡ଼ ଭୁଲ୍ କରିଦେଲା ଡ୍ରୋନ୍! ଡ୍ରୋନ୍ ଆଣୁଥିଲା ବରଣବାଳା। ରାଗରେ ଲାଲ୍ ହୋଇଗଲେ ବର। ଦେଖାଇଲେ ତାଣ୍ଡବ ରୂପ। ଆଉ ନିଜର ସବୁ ରାଗ ଡ୍ରୋନ୍ ଉପରେ ଏମିତି ଶୁଝାଇଲେ ଯେ କେହିବି ବରଣମାଳା ଡ୍ରୋନରେ ଆଣିବାକୁ ଭୁଲ୍ କରିବେନି। ଏମିତି କିଛି ଅଜବ ଗଜବ ଦୃଶ୍ୟ ଦେଖିବାକୁ ମିଳିଛି ଏକ ବିବାହ ଉତ୍ସବରେ।

Advertisment

ବରଣମାଳା ଡ୍ରୋନରେ ଆସୁଥିଲା। ସବୁ ଷ୍ଟେଜରେ ଥିଲା। ବରଣମାଳା ଅପେକ୍ଷାରେ ଥିଲେ ବର। କିନ୍ତୁ ବରଣମାଳା ଡ୍ରୋନରେ ଆସୁଥିଲା, ଯାହା ବର ହାତ ଠାରୁ ସାମାନ୍ୟ ଦୂରରେ ଥିଲା। ଯେମିତି ଡ୍ରୋନ୍ ସାମାନ୍ୟ ତଳକୁ ଆସିଲା, ବର ବରଳମାଳାକୁ ଏମିତି ଟାଣିଲେ ଯେ ଡ୍ରୋନଟି ତଳେ ପଡ଼ିଯାଇଥିଲା। ଏହାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଲୋକେ ଏହି ଭିଡିଓକୁ ଦେଖି ହସ ରୋକିପାରି ନାହାନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛ ଯେ ବର ଓ କନ୍ୟା ଷ୍ଟେଜରେ ଛିଡ଼ା ହୋଇଛନ୍ତି। ସମସ୍ତେ ବରଣମାଳା ସେରେମନୀକୁ ଅପେକ୍ଷା କରି ରହିଥିଲେ। ଏହି ସମୟରେ ଫିଲ୍ମ ଷ୍ଟାଇଲରେ ଏକ ଡ୍ରୋନ୍ ବରଣମାଳା ସହ ଷ୍ଟେଜ୍ ଉପରେ ଘୁରି ବୁଲୁଥିଲା। କିନ୍ତୁ ତାହା ବର ପାଖରୁ ସାମାନ୍ୟ ଦୂରରେ ଥିଲା। ଯେତେବେଳେ ଡ୍ରୋନ୍ ଧୀରେ ଧୀରେ ତଳକୁ ଆସିଲା, ବର ଏହାକୁ ଧରା ପକାଇଲେ। ବରଣମାଳା ତ ବର ହାତକୁ ଚାଲିଆସିଲା, କିନ୍ତୁ ସେ ଡ୍ରୋନକୁ ତଳେ କଚାଡ଼ି ଦେଇଥିଲେ। ଏହା ପରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ପରେ ବର ଓ କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ଏବଂ ସବୁକିଛି ଭଲରେ ଶେଷ ହୋଇଥିଲା।

Advertisment

ଏହି କ୍ଲିପକୁ ଜଣେ ବ୍ୟକ୍ତି ନିଜର ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଶେଆର୍ କରିଛନ୍ତି। ସେ ମଜାକିଆ ଅନ୍ଦାଜରେ ଲେଖିଛନ୍ତି, ଡ୍ରୋନର ଅବସ୍ଥା, ମୋତେ କାହିଁକି ଭାଙ୍ଗିଲ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୮ହଜାରରୁ ଅଧିକ ଲାଇକ୍ସ ମିଳିଥିବା ବେଳେ ୫ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଛନ୍ତି। ଆଉ ଏହି ଭିଡିଓକୁ ଦେଖି ୟୁଜର ନିଜର ହସ ରୋକିପାରିନାହାନ୍ତି। ଅନେକେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଯେ, ‘ଠିକ୍ ହୋଇଛି।’