groom-sudden-crying
ନୂଆଦିଲ୍ଲୀ: ବାହାଘର। ବାପ ଘରକୁ ପର କରି ଶାଶୁ ଘରକୁ ଆସନ୍ତି ଝିଅ। ବାପା ମା'ଙ୍କୁ ଛାଡି ନୂଆ ଘରକୁ ଯାଏ କନିଆଁ। ଏଥିପାଇଁ ଏ ସବୁକୁ ମନେ ପକାଇ ବିଦାଇ ବେଳେ କାନ୍ଦେ କନିଆଁ। କିନ୍ତୁ ଏଠି ଦେଖିବାକୁ ମିଳିଛି ଓଲଟା ଚିତ୍ର। କନିଆଁ ବଦଳରେ ବିଦାଇ ବେଳେ ଭୋ ଭୋ ହୋଇ କାନ୍ଦୁଛି ବର। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିଦାଇ ବେଳେ କାନ୍ଦୁଛି ବର। ସେପଟେ କନିଆଁ କାନ୍ଦିବା ବଦଳରେ ବରକୁ ଦେଖି ହସୁଛି। ବରକୁ କାନ୍ଦୁଥିବା ଦେଖି ଆଖପାଖରେ ଥିବା ବରଯାତ୍ରୀ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି। ସେମାନେ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ କରିପାରୁ ନାହାନ୍ତି।
ଭିଡିଓରେ କିନିଆଁ ନିଜ ବାପଘରୁ ବିଦା ହୋଇ ଶାଶୂଘରକୁ ଯାଉଥିବା ଦେଖିବାକୁ ମିଳିଛି। ସାଧାରଣତଃ ବିଦାଇ ସମୟରେ କନିଆଁ ଏବଂ ତାଙ୍କ ପରିବାର ଲୋକେ କାନ୍ଦୁଥିବା ଦେଖିଥିବେ, କିନ୍ତୁ ଏହି ଭିଡିଓରେ କନିଆଁ ନୁହେଁ ବର ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
ପ୍ରକୃତରେ ବିଦାଇ ସମୟରେ ବର ଥଟ୍ଟା ମଜା କରିବା ମୁଡ୍ରେ ଏଭଳି କରିଥିବା ଜଣାପଡିଛି। ବାହାଘର ସାରି ଘରକୁ ଯିବା ବେଳେ ସେ କାନ୍ଦିବା ପରି ଅଭିନୟ ଆରମ୍ଭ କରିଥିଲେ। ବରକୁ ଏଭଳି କାନ୍ଦୁଥିବା ଦେଖି ଭାବୁକ ହୋଇପଡିଥିବା କନିଆଁ କିଛି ସମୟ ପାଇଁ ନିଜ ହସକୁ ଆଉ ରୋକି ପାରିନଥିଲେ। ନିଜ କନିଆଁ ମୁହଁରେ ହସ ଦେଖି ବର ମଧ୍ୟ ଖୁସ୍ ହୋଇଯାଇଥିଲେ।
ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓ 'thebridesofindia' ନାମକ ପେଜରୁ ଶେଆର କରାଯାଇଛି। ଏହି ଭିଡିଓଟିକୁ ବର୍ତ୍ତମନ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି। ଅନେକ ଲାଇକ୍ସ ଓ କମେଣ୍ଟ ମଧ୍ୟ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/groom-sudden-crying.jpg)