Advertisment

ଚଳନ୍ତା କାର୍‌ ଉପରେ ମତୁଆଲା ହେଲା ବର, ଫାଇନ୍‌ କାଟିଲା ପୁଲିସ

ଲକ୍ଷ୍ନୌ: ଆଗରେ ଯାଉଛି ବର। ପଛକୁ ପଛ ଲମ୍ବିଛନ୍ତି ବରଯାତ୍ରୀ। ରାସ୍ତା ଉପରେ ଲାଗିଛି କାର୍‌ର ଲମ୍ବା ଲାଇନ୍‌। ଆଉ ଚଳାନ୍ତା କାର୍‌ ଉପରେ ମତୁଆଲା ହୋଇପଡିଛି ବର। କେବଳ ସେତିକି ନୁହେଁ ଚଳନ୍ତା କାର୍‌ ଉପରେ ଠିଆ ହୋଇ ସେଲ୍ଫି ଉଠାଇବା ସହ ଧୁମ୍‌ ନାଚୁଛି ମଧ୍ୟ। ବରକୁ ଦେଖି ବରଯାତ୍ରୀମାନେ ମଧ୍ୟ କିଏ ଚଳନ୍ତା କାର୍‌ର ଡୋର୍‌ ଉପରେ ବସି ପଡୁଛି ତ ଆଉ କିଏ କାର୍‌ ଛାତ ଉପରେ ଚଢ଼ି ନାଚୁଛନ୍ତି। ଏଭଳି […]

ଅଦ୍ୟତନ ହୋଇଛି
ଚଳନ୍ତା କାର୍‌ ଉପରେ ମତୁଆଲା ହେଲା ବର, ଫାଇନ୍‌ କାଟିଲା ପୁଲିସ

groom-taking-selfie-in-moving-car

Advertisment

ଲକ୍ଷ୍ନୌ: ଆଗରେ ଯାଉଛି ବର। ପଛକୁ ପଛ ଲମ୍ବିଛନ୍ତି ବରଯାତ୍ରୀ। ରାସ୍ତା ଉପରେ ଲାଗିଛି କାର୍‌ର ଲମ୍ବା ଲାଇନ୍‌। ଆଉ ଚଳାନ୍ତା କାର୍‌ ଉପରେ ମତୁଆଲା ହୋଇପଡିଛି ବର। କେବଳ ସେତିକି ନୁହେଁ ଚଳନ୍ତା କାର୍‌ ଉପରେ ଠିଆ ହୋଇ ସେଲ୍ଫି ଉଠାଇବା ସହ ଧୁମ୍‌ ନାଚୁଛି ମଧ୍ୟ। ବରକୁ ଦେଖି ବରଯାତ୍ରୀମାନେ ମଧ୍ୟ କିଏ ଚଳନ୍ତା କାର୍‌ର ଡୋର୍‌ ଉପରେ ବସି ପଡୁଛି ତ ଆଉ କିଏ କାର୍‌ ଛାତ ଉପରେ ଚଢ଼ି ନାଚୁଛନ୍ତି। ଏଭଳି କାର୍‌ ଉପରେ ଡ୍ୟାନ୍ସ କରିବା ଏବେ ବର ସମେତ ସମସ୍ତ ବରଯାତ୍ରୀଙ୍କୁ ମହଙ୍ଗା ପଡିଛି।

Advertisment

ବିବାହ ଖୁସିରେ ମତୁଆଲା ହୋଇଗଲା ବର। ଚଳନ୍ତା କାର୍‌ ଉପରେ ଠିଆ ହୋଇ ସେଲ୍ଫି ଉଠାଇଲା, ଡ୍ୟାନ୍ସ ମଧ୍ୟ କଲା। ହେଲେ ଡ୍ୟାନ୍ସ କରିବା ତାଙ୍କୁ ମହଙ୍ଗା ପଡିଛି। ତାଙ୍କୁ ଗଣିବାକୁ ପଡିଛି ମୋଟା ଅଙ୍କର ତଣ୍ଡ। ଉତ୍ତରପ୍ରଦେଶରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର ସମେତ ବରଯାତ୍ରୀ ମଧ୍ୟ ବିଚ୍‌ ରାସ୍ତାରେ କାର୍‌ ଉପରେ ଠିଆ ହୋଇ ନାଚିଛନ୍ତି। ଭିଡିଓ ଭାଇରାଲ ହେବା ପରେ ୟୁପି ପୁଲିସ ଏମାନଙ୍କ ବିରୋଧରେ ନେଇଛି କଡା ଆକ୍ସନ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କାଟିଛି ଚାଲାଣ। ବର ସମେତ ବରଯାତ୍ରୀଙ୍କୁ ଫାଇନ୍‌ ବାବଦକୁ ଦେବାକୁ ପଡିଛି ୨ ଲକ୍ଷ ଟଙ୍କା।

ବାସ୍ତବରେ ଅଙ୍କିତ କୁମାର ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଉତ୍ତରପ୍ରଦେଶ ଟ୍ରାଫିକ ପୁଲିସକୁ ଟ୍ୟାଗ୍‌ କରି ଟ୍ୱିଟ୍‌ କରିଥିଲେ। ଭିଡିଓକୁ ଶେଆର କରି ଅଙ୍କିତ କ୍ୟାପସନରେ ଲେଖିଥିଲେ, 'ହରିଦ୍ୱାରରୁ ନଏଡା ଯାତ୍ରା କରିବା ସମୟରେ ମୁଜାଫରନଗର ଜିଲ୍ଲାରେ କିଛି ଲୋକ ମନୋରଞ୍ଜନ ପାଇଁ ଅନ୍ୟଙ୍କ ଜୀବନ ବିପନରେ ପକାଉଥିଲେ। ଟ୍ରାଫିକ ପୁଲିସ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା।'

Advertisment

ଏହାପରେ ବରିଷ୍ଟ ପୁଲିସ ଅଧିକାରୀ ଅଭିଷେକ ଯାଦବ, ଟ୍ରାଫିକ ପୁଲିସକୁ ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଟ୍ରାଫିକ ଏସ୍‌ପି କୁଲଦୀପ ସିଂହଙ୍କ କହିବା ମୁତାବକ, ଉକ୍ତ ଭିଡିଓକୁ ଆଧାର କରି ୯ଟି ଗାଡିକୁ ଚିହ୍ନଟ କରାଯାଇଛି। ଉକ୍ତ ଗାଡିର ମାଲିକଙ୍କ ବିରୋଧରେ ୨ ଲକ୍ଷ ୨ ହଜାର ଟଙ୍କା ଚାଲାଣ ମଧ୍ୟ କଟାଯାଇଛି। ଏଥିସହ ଆଇନ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ସମସ୍ତ ଗାଡିଗୁଡିକର ରେଜିଷ୍ଟ୍ରେସନ ନମ୍ବର ଦିଲ୍ଲୀର ରହିଛି।'

https://twitter.com/muzafarnagarpol/status/1536586039942590464?s=20&t=HXy3_qenVqR5E5obCxzxMQ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe