କନ୍ୟାର ପାଦ ଛୁଇଁ ଆଶୀର୍ବାଦ ନେଲା ବର! ଭାଇରାଲ୍ ହେଲା ଭିଡିଓ

ବିବାହକୁ ସାତ ଜନ୍ମର ବନ୍ଧନ କୁହାଯାଏ । ବିବାହରେ ବନ୍ଧନ ହେବା ପରେ ଦୁଇ ଲୋକଙ୍କ ମଧ୍ୟରେ ଭଲପାଇବା ସହ ସମ୍ମାନ ମଧ୍ୟ ବଢ଼ିଯାଇଥାଏ । ଏଭଳି ଏକ ଭଲପାଇବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି, ଯେଉଁଥିରେ କନ୍ୟା ପାଇଁ ବର ଖାସ୍ ପଦକ୍ଷେପ ଉଠାଇଛି । ଏହି ଭିଡିଓକୁ official_niranjanm87 ନାମକ ଇନଷ୍ଟାଗ୍ରାମ ପେଜରେ ଶେଆର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ ବିବାହର ବରଣମାଳା କାର୍ଯ୍ୟକ୍ରମ ଚାଲିଛି । କନ୍ୟା ବରଣମାଳା […]

viral

Ranjit Kumar Jena
  • Published: Saturday, 03 July 2021
  • , Updated: 03 July 2021, 09:39 PM IST

ବିବାହକୁ ସାତ ଜନ୍ମର ବନ୍ଧନ କୁହାଯାଏ । ବିବାହରେ ବନ୍ଧନ ହେବା ପରେ ଦୁଇ ଲୋକଙ୍କ ମଧ୍ୟରେ ଭଲପାଇବା ସହ ସମ୍ମାନ ମଧ୍ୟ ବଢ଼ିଯାଇଥାଏ । ଏଭଳି ଏକ ଭଲପାଇବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି, ଯେଉଁଥିରେ କନ୍ୟା ପାଇଁ ବର ଖାସ୍ ପଦକ୍ଷେପ ଉଠାଇଛି । ଏହି ଭିଡିଓକୁ official_niranjanm87 ନାମକ ଇନଷ୍ଟାଗ୍ରାମ ପେଜରେ ଶେଆର କରାଯାଇଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ବିବାହର ବରଣମାଳା କାର୍ଯ୍ୟକ୍ରମ ଚାଲିଛି । କନ୍ୟା ବରଣମାଳା ପିନ୍ଧାଇବା ପରେ ବରର ପାଦ ଛୁଇଁ ଆଶୀର୍ବାଦ ନେଉଛି ଏବଂ ପରେ ବର କନ୍ୟାକୁ ବରଣମାଳା ପିନ୍ଧାଉଛି । ବରଣମାଳା ପିନ୍ଧାଇବା ପରେ ବର ମଧ୍ୟ ତଳକୁ ନଇଁ ପଡ଼ୁଛି ଏବଂ ହସି ହସି କନ୍ୟାର ପାଦ ଛୁଇଁ ପକାଉଛି । ଏହା ଦେଖି କନ୍ୟା ବରର ହାତକୁ ଧରି ପକାଇ ଉଠାଇ ଦେଉଛି ଏବଂ ମୁହଁରେ ହାତ ରଖି ହସ ରୋକିବାକୁ ପ୍ରୟାସ କରୁଛି ।

 

View this post on Instagram

 

A post shared by Niranjan Mahapatra (@official_niranjanm87)

ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ ବିବାହରେ ବର ପରସ୍ପର ପ୍ରତି ସମାନତା ଓ ସମ୍ମାନ ବଜାୟ ରଖିବାକୁ ଚାହୁଁଛି । କେବଳ ପତ୍ନୀ କାହିଁକି ଆଦର କିମ୍ବା ସମ୍ମାନ କରିବ, ପତିର ମଧ୍ୟ ନୈତିକ କର୍ତ୍ତବ୍ୟ ଅଛି ଯେ ସେ ମଧ୍ୟ ପତ୍ନୀ ପ୍ରତି ସମାନ ଆଦର ଓ ସମ୍ମାନ ବଜାୟ ରଖିବ ।

ଏହି ଭିଡିଓ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ବରର ଚିନ୍ତାଧାରାକୁ ଲୋକେ ସଲାମ କରିଛନ୍ତି । କିଛି ଲୋକେ ବରକୁ ସଲାମ୍ କରିଥିବା ବେଳେ କିଛି କନ୍ୟାକୁ ଲକ୍ଷ୍ମୀର ଅବତାର କହିଛନ୍ତି ।

Related story