Advertisment

ମହଙ୍ଗା ମାଡ ପରେ ମାତିଲେ ଲେମ୍ବୁ ଚୋର, ନେଇଗଲେ ୬୦ କିଲୋ

ଲକ୍ଷ୍ନୌ: ଘରେ ସାଇତି ରଖନ୍ତୁ ଲେମ୍ବୁ, ନହେଲେ ହୋଇଯିବ ଚୋରି। ହୁ ହୁ ହୋଇ ବଢ଼ିଚାଳିଛି ଲେମ୍ବୁ ଦର। ପେଟ୍ରୋଲ ଡିଜେଲ ପରେ ଏବେ ଲେମ୍ବୁର ବଢ଼ିଛି ଭାଉ। ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ। ଲେମ୍ବୁ ଗୋଟାକ ଏବେ ୧୦ ଟଙ୍କା ଉପରେ ହେଲାଣି। ଲେମ୍ବୁ କିଲୋ ପିଛା କେଉଁଠି ୩୦୦ ତ ଆଉ କେଉଁଠି ୪୦୦ରେ ପହଞ୍ଚିଲାଣି। ଏଭଳି ମହଙ୍ଗା ମାଡ ପରେ ବିଭିନ୍ନ ସ୍ଥାନରେ ମାତିଛନ୍ତି ଲେମ୍ବୁ ଚୋର। ଏକା ଥରକେ ଚୋରି […]

author-image
Madhupriya Mistry
ମହଙ୍ଗା ମାଡ ପରେ ମାତିଲେ ଲେମ୍ବୁ ଚୋର, ନେଇଗଲେ ୬୦ କିଲୋ

lemon thief

ଲକ୍ଷ୍ନୌ: ଘରେ ସାଇତି ରଖନ୍ତୁ ଲେମ୍ବୁ, ନହେଲେ ହୋଇଯିବ ଚୋରି। ହୁ ହୁ ହୋଇ ବଢ଼ିଚାଳିଛି ଲେମ୍ବୁ ଦର। ପେଟ୍ରୋଲ ଡିଜେଲ ପରେ ଏବେ ଲେମ୍ବୁର ବଢ଼ିଛି ଭାଉ। ଖାଉଟିଙ୍କ ଉପରେ ପଡିଛି ମହଙ୍ଗା ମାଡ। ଲେମ୍ବୁ ଗୋଟାକ ଏବେ ୧୦ ଟଙ୍କା ଉପରେ ହେଲାଣି। ଲେମ୍ବୁ କିଲୋ ପିଛା କେଉଁଠି ୩୦୦ ତ ଆଉ କେଉଁଠି ୪୦୦ରେ ପହଞ୍ଚିଲାଣି। ଏଭଳି ମହଙ୍ଗା ମାଡ ପରେ ବିଭିନ୍ନ ସ୍ଥାନରେ ମାତିଛନ୍ତି ଲେମ୍ବୁ ଚୋର। ଏକା ଥରକେ ଚୋରି କରିନେଇଛନ୍ତି ୬୦ କିଲୋ ଲେମ୍ବୁ। କେବଳ ଲେମ୍ବୁ ନୁହେଁ ରସୁଣ, ପିଆଜକୁ ମଧ୍ୟ ଛାଡି ନାହାନ୍ତି। ତାକୁ ମଧ୍ୟ ଚୋରି କରି ନେଇଯାଇଛନ୍ତି ଚୋର। ଏଭଳି କିଛି ଘଟଣା ସାମ୍ପାକୁ ଆସିଛି ଉତ୍ତରପ୍ରଦେଶର ଶାହାଜାହାନପୁର।

Advertisment

ଶାହାଜାହାନପୁରର ତିଲହର ଅଞ୍ଚଳରେ ଥିବା ଜରିଆ ପରିବାର ହାଟରୁ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ମନୋଜ କଶ୍ୟପଙ୍କ ଏହି ହାଟରେ ବେପାର କରନ୍ତି। ତାଙ୍କର ଏହି ଏକ ଦୋକାନ ଅଛି, ଯେଉଁଠାରେ ସେ ଲେମ୍ବୁ, କଞ୍ଚାଲଙ୍କା, ପିଆଜ ଓ ରସୁଣ ବିକ୍ରି କରନ୍ତି। ତେବେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତମାନେ ତାଙ୍କ ଗୋଦାମରୁ ୬୦ କିଲୋ ଲେମ୍ବୁ, ୪୦ କିଲୋ ପିଆଜ ଓ ୩୮ କିଲୋ ରସୁଣ ଚୋରି କରି ନେଇଥିବା ସେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ହୋଲସେଲ୍‌ ବଜାରରେ ଲେମ୍ବୁ ଦାମ୍ କିଲୋ ପିଛା ୨୮୦ ଟଙ୍କା ରହିଛି। ଚୋରି ହୋଇଥିବା ଲେମ୍ବୁର ଦାମ୍‌ ପାଖାପଖି ୧୨ ହଜାର ଟଙ୍କା ହେବ ବୋଲି ମନୋଜ କହିଛନ୍ତି। ସେପଟେ ଦୋକାନ ଭିତରୁ ଏଭଳି ଚୋରି ହୋଇଥିବା ନେଇ ବ୍ୟବସାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବ୍ୟବସାୟୀମାନେ ବର୍ତ୍ତମାନ ଯାଏଁ ପୁଲିସରେ କୌଣସି ଅଭିଯୋଗ କରି ନାହାନ୍ତି। ଲେମ୍ବୁ ଚୋରି ହେବା ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି।

Advertisment

ଦୁଇ ବର୍ଷ ତଳେ ଯେତେବଳେ ଦେଶରେ ଟୋମାଟ ଦାମ୍‌ ବୃଦ୍ଧି ପାଇଥିଲା ସେତେବେଳେ ମଧ୍ୟ କିଛି ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଦେଶର ଅନେକ ରାଜ୍ୟରୁ ଟୋମାଟ ଓ ରସୁଣ ଚୋରି ହୋଇଥିବା ନେଇ ଖବର ପ୍ରକାଶିତ ପାଇଥିଲା। ଟୋମାଟ ଦାମ୍‌ ଅହେତୁକ ବୃଦ୍ଧି ପାଇଥିବା ଯୋଗୁଁ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡିଥିଲେ।