Advertisment

ହୁ ହୁ ଜଳୁଥିଲା ବିବାହ ମଣ୍ଡପ, ମଟନ୍‌-ଚିକେନ୍‌ ଖାଇବାରେ ବ୍ୟସ୍ତ ଥିଲେ ଅତିଥି

ମୁମ୍ବାଇ: ସବୁ କାମ ଚୁଲିକୁ ଯାଉ ଆଗ ପେଟ ପୂଜା ହେଉ। ଯାହା ଘଟିଲେ ଘଟୁ କିନ୍ତୁ ପ୍ରଥମେ ଖାଇବା ହେଉ। ଘର ପୋଡି ପାଉଁଶ ହେଇଯାଉ ପଛେ ଖାଇବା ବନ୍ଦ ନହେଉ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ। ହୁ ହୁ ଜଳୁଛି ବିବାହ ମଣ୍ଡପ। ଏପଟେ କିନ୍ତୁ ଖାଇବା ଛାଡୁନାହାନ୍ତି ଅତିଥି। ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବା ପରେ ବି ଅତିଥିମାନେ ବିବାହ ଭୋଜିରେ ଚିକେନ୍‌, ମଟନ ଖାଇବା ବନ୍ଦ କରୁନାହାନ୍ତି । […]

ଅଦ୍ୟତନ ହୋଇଛି
ହୁ ହୁ ଜଳୁଥିଲା ବିବାହ ମଣ୍ଡପ, ମଟନ୍‌-ଚିକେନ୍‌ ଖାଇବାରେ ବ୍ୟସ୍ତ ଥିଲେ ଅତିଥି

Fire at marriage hall

Advertisment

ମୁମ୍ବାଇ: ସବୁ କାମ ଚୁଲିକୁ ଯାଉ ଆଗ ପେଟ ପୂଜା ହେଉ। ଯାହା ଘଟିଲେ ଘଟୁ କିନ୍ତୁ ପ୍ରଥମେ ଖାଇବା ହେଉ। ଘର ପୋଡି ପାଉଁଶ ହେଇଯାଉ ପଛେ ଖାଇବା ବନ୍ଦ ନହେଉ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ।

Advertisment

ହୁ ହୁ ଜଳୁଛି ବିବାହ ମଣ୍ଡପ। ଏପଟେ କିନ୍ତୁ ଖାଇବା ଛାଡୁନାହାନ୍ତି ଅତିଥି। ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବା ପରେ ବି ଅତିଥିମାନେ ବିବାହ ଭୋଜିରେ ଚିକେନ୍‌, ମଟନ ଖାଇବା ବନ୍ଦ କରୁନାହାନ୍ତି । ମହାରାଷ୍ଟ୍ରର ଭିୱଣ୍ଡି ଜିଲ୍ଲାରେ ଚାଲିଥିବା ବିବାହ ସମାରୋହରେ ଏଭଳି କିଛି ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି।

ବାସ୍ତବରେ, ଯେଉଁଠାରେ ବିବାହ ଭୋଜିର ଆୟୋଜନ ହୋଇଥିଲା, ସେହି ସ୍ଥାନର ପଛପଟେ ଥିବା ବିବାହ ମଣ୍ଡପରେ ଭୟଙ୍କର ଭାବେ ଅଗ୍ନିକାଣ୍ଡ ଘଟିଥିଲା। ହୁ ହୁ ଜଳୁଥିଲା ବିବାହ ମଣ୍ଡପ। ସୁଉଚ୍ଚ ଯାଏଁ ନିଆଁ ଧାସ ମଧ୍ୟ ଉଠୁଥିଲା। ଏହା ଦେଖିବା ଆଖପାଖର ଲୋକେ ଏକାଠି ହୋଇଯାଇଥିଲେ। ତେବେ ପଛ ପଟେ ନିଆଁ ଲାଗିଥିଲେ ବି ଭୋଜିରେ ଉପସ୍ଥିତ ଲୋକମାନେ ଖାଦ୍ୟ ଖାଇବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଥିଲା।

Advertisment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇଜଣ ଲୋକ ନିଜ ଥାଳିରେ ପରସା ଯାଇଥିବା ଚିକେନ୍‌, ମଟନ୍‌ ଖାଇବାରେ ବ୍ୟସ୍ତ ଥିବାବେଳେ ବିବାହ ମଣ୍ଡପରେ ନିଆଁ ଲାଗିଯାଇଥିବା ସ୍ପଷ୍ଟ ଭାବେ ନଜର ଆସିଛି। ସେମାନଙ୍କ ପଛରେ ହିଁ ଏଭଳି ଅଗ୍ନିକାଣ୍ଡ ଘଟଇଥିବା ସତ୍ତ୍ୱେ ଦୁହେଁ ଖାଦ୍ୟ ଖାଇବା ମଜା ନେଉଛନ୍ତି।

ରବିବାର ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଭିୱଣ୍ଡିର ଅସାଂରୀ ବିବାହ ମଣ୍ଡପ ନିକଟରେ ବାଣ ଫୁଟିବା ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ଏହି ଅଗ୍ନିକାଣ୍ଡରେ ଛଅଟି ଗାଡି ମଧ୍ୟ ଜଳି ଯାଇଛି । ସେହିପରି ମଣ୍ଡପର ସାଜସଜ୍ଜ ଓ କିଛି ଆସବାବ ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଥାନେ ନଗର ନିଗମ ଅନୁସାରେ ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇନଥିବା କୁହାଯାଇଛି।

https://twitter.com/musab1/status/1465128487707025409?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe