Advertisment

ଗାୟିକାଙ୍କ ଉପରେ ଢ଼ାଳିଲେ ବାଲଟି ବାଲଟି ଟଙ୍କା

ଅହମ୍ମଦାବାଦ: ଫ୍ୟାନ୍‌ମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଗାୟକମାନଙ୍କୁ ନେଇ ପାଗଳ। ଏହାକୁ ସେମାନେ ସର୍ବଦା କୌଣସି ପ୍ରକାରେ ପ୍ରମାଣ କରନ୍ତି। ଅଭିନେତା କିମ୍ବା ଗାୟିକାମାନେ ଯେତେବଳେ ଷ୍ଟେଜ୍‌ ଉପରେ ପରଫର୍ମ କରୁଛନ୍ତି ସେତେବେଳେ ଫ୍ୟାନ୍‌ମାନେ ତାଙ୍କ କାର୍ଯ୍ୟକ୍ରମରେ ବିଭୋର ହୋଇ ତାଙ୍କ ଉପରେ ପୁଳା ପୁଳା ଟଙ୍କା ମଧ୍ୟ ଉଡାନ୍ତି। ନିକଟରେ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଗାୟିକାଙ୍କ ଉପରେ ଫ୍ୟାନ୍‌ମାନେ ଢ଼ାଳିଛନ୍ତି ବାଲ୍ଟି ବାଲ୍ଟି ଟଙ୍କା। ଗୁଜୁରାଟର ଜଣେ ପ୍ରସିଦ୍ଧ […]

ଅଦ୍ୟତନ ହୋଇଛି
ଗାୟିକାଙ୍କ ଉପରେ ଢ଼ାଳିଲେ ବାଲଟି ବାଲଟି ଟଙ୍କା

showered by buckets of cash

Advertisment

ଅହମ୍ମଦାବାଦ: ଫ୍ୟାନ୍‌ମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଗାୟକମାନଙ୍କୁ ନେଇ ପାଗଳ। ଏହାକୁ ସେମାନେ ସର୍ବଦା କୌଣସି ପ୍ରକାରେ ପ୍ରମାଣ କରନ୍ତି। ଅଭିନେତା କିମ୍ବା ଗାୟିକାମାନେ ଯେତେବଳେ ଷ୍ଟେଜ୍‌ ଉପରେ ପରଫର୍ମ କରୁଛନ୍ତି ସେତେବେଳେ ଫ୍ୟାନ୍‌ମାନେ ତାଙ୍କ କାର୍ଯ୍ୟକ୍ରମରେ ବିଭୋର ହୋଇ ତାଙ୍କ ଉପରେ ପୁଳା ପୁଳା ଟଙ୍କା ମଧ୍ୟ ଉଡାନ୍ତି। ନିକଟରେ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଗାୟିକାଙ୍କ ଉପରେ ଫ୍ୟାନ୍‌ମାନେ ଢ଼ାଳିଛନ୍ତି ବାଲ୍ଟି ବାଲ୍ଟି ଟଙ୍କା।

Advertisment

ଗୁଜୁରାଟର ଜଣେ ପ୍ରସିଦ୍ଧ ଗାୟିକା ଉର୍ବଶୀ ରାଡିୟା। ଏହି ପ୍ରସିଦ୍ଧ ଗାୟକଙ୍କ ଉପରେ ଏକ ଇଭେଣ୍ଟ ସମୟରେ ତାଙ୍କ ପ୍ରଶଂସକମାନେ ତାଙ୍କ ଉପରେ କରି ଟଙ୍କା ବର୍ଷା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

[caption id="attachment_692953" align="aligncenter" width="650"]Urvashi ଗାୟିକା ଉର୍ବଶୀ ରାଡିୟା[/caption]

Advertisment

ଭିଡିଓରେ ଦେଖିବାକୁ ମିଳେ ଯେ ଉର୍ବଶୀ ମଞ୍ଚରେ ଗୀତ ଗାଉଛନ୍ତି।  ଏତିକି ବେଳେ ତାଙ୍କର ଜଣେ ପ୍ରଶଂସକ ପଛରୁ ଆସି ଏକ ବାଲ୍ଟିରେ ଟଙ୍କା ଆଣି ତାଙ୍କ ଉପରେ ଢ଼ାଳିବା ଆରମ୍ଭ କରୁଛନ୍ତି। କେବଳ ସେତିକି ନୁହେଁ ମଞ୍ଚ ତଳେ ଠିଆ ହୋଇଥିବା ଲୋକେ ମଧ୍ୟ ତାଙ୍କ ଉପରେ ଟଙ୍କା ଉଡାଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଉର୍ବଶୀ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ସେ କ୍ୟାପସରେ ଲେଖିଛନ୍ତି, 'ଶ୍ରୀ ସମସ୍ତ ହୀରାବାଡି ସଙ୍ଗଠନ ଦ୍ୱାରା ତୁଳସୀ ବିବାହ ଆୟୋଜନ ହୋଇଥିଲା। ଯେଉଁଥିରେ ଲୋକଦିରା ଆୟୋଜିତ ହୋଇଥିଲା। ଅମୂଲ୍ୟ ପ୍ରେମ ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।' ଲୋକମାନେ ଉର୍ବଶୀଙ୍କର ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଉର୍ବଶୀ ହେଉଛନ୍ତି ପ୍ରସିଦ୍ଧ ଗୁଜରାଟି ଫୋକ୍‌ ସିଙ୍ଗର। ଗୁଜୁରାଟରେ ଉର୍ବଶୀ କାଥିଆୱାଡର କୁକୁ ନାମରେ ମଧ୍ୟ ପ୍ରସିଦ୍ଧ। ସେ 'ନାଗର ନନ୍ଦ ଜୀ ନା ଲାଲ' ଗୀତରୁ ବେଶ୍ ପ୍ରସିଦ୍ଧ ହୋଇଛନ୍ତି। ଉର୍ବଶୀ ୬ ବର୍ଷ ବୟସରୁ ନିଜ ସଙ୍ଗୀତ କ୍ୟାରିଅର୍ ଆରମ୍ଭ କରିଥିଲେ।

Viral Video Social Media
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe