/odisha-reporter/media/post_attachments/uploads/2020/08/chori.jpg)
chori
ନୂଆଦିଲ୍ଲୀ : ମହାମାରୀ କରୋନା ପାଇଁ ହ୍ୟାଣ୍ଡ ସାନିଟାଇଜରର ଡିମାଣ୍ଡ ମାର୍କେଟରେ ବଢ଼ିବାରେ ଲାଗିଛି। ମୋବାଇଲ୍ ପରି ସବୁଲୋକଙ୍କ ହାତରେ ଏବେ ସାନିଟାଇଜର। କହିବାକୁ ଗଲେ ସାନିଟାଇଜର ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଛି। ବଜାରରେ ମଧ୍ୟ ବିଭିନ୍ନ କମ୍ପାନୀ ଓ ଫ୍ଲେଭର୍ର ସାନିଟାଇଜର ଇଉପଲବ୍ଧ ହେଉଛି। ହେଲେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ସାନିଟାଇଜରରେ ଟଙ୍କା ଖର୍ଚ୍ଚ ନକରି ଅନ୍ୟମାନଙ୍କଠାରୁ ମାଗି ଲଗାଇବାକୁ ପସନ୍ଦ କରୁଛନ୍ତି।
ଏବେ ସାନିଟାଇଜର୍କୁ ନେଇ ସୋଶାଲ ମିଡିଆରେ ଏକ ମଜାଳିଆ ଭିଡିଓ ଭାଇରାଲ୍ ହେଉଛି। ଯେଉଁ ଭିଡିଓଟିକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି
ସାନିଟାଇଜର ଚୋରାଉଛନ୍ତି। ହେଲେ ହଠାତ୍ ସାମ୍ନାରେ ଲାଗିଥିବା କ୍ୟାମେରାକୁ ଦେଖି ଡ଼ରି ଯାଇଛନ୍ତି ଏବଂ ଚୋରାଇଥିବା ସାନିଟାଇଜରକୁ ପୁଣିଥରେ ଡ଼ବାରେ ରଖିଦେଇଛନ୍ତି। ଏହାପରେ ଖାଲି ସାନିଟାଇଜର ଡବାକୁ ନିଜ ଲୁଙ୍ଗି ଭିତରେ ଲୁଚାଇ ରଖୁଛନ୍ତି।
ଭିଡିଓଟିକୁ Kondotty Abu ନାମରେ ଏକ ଫେସବୁକ ପେଜ ଶେଆର୍ କରିଛି। ଶେଆର୍ ହେବାମାତ୍ରେ ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ୟୁଜର ଦେଖିସାରିଛନ୍ତି ଏବଂ ଅଢ଼େଇ ହଜାରରୁ ଅଧିକ ଲାଇକ୍ ଓ ୫୦୦ରୁ ଅଧିକ କମେଣ୍ଟ ମିଳିସାରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
