Advertisment

ବରଣମାଳା ବେଳେ ବର ଗାଲରେ ଚାପୁଡା ବର୍ଷା କଲେ କନିଆଁ

ଲକ୍ଷ୍ନୌ: ଫୁଟୁଥିଲା ବାଣ, ବାଜୁଥିଲା ବାଜା। ରୋଷଣି କରି କନିଆଁ ଦୁଆରରେ ପହଞ୍ଚିଲା ବର। ବରଯାତ୍ରୀରେ ଧୁମ୍‌ ନାଚିଲେ ବରପକ୍ଷ। ବ୍ୟାଣ୍ଡ ବାଜା ସହ କନିଆଁକୁ ନେବା ପାଇଁ ଆସିଥିବା ବରକୁ ମଧ୍ୟ ଧୁମ୍‌ଧାମ୍‌ରେ କରାଗଲା ସ୍ୱାଗତ। ଏହାପରେ ଆରମ୍ଭ ହେଲା ବରଣମାଳା ନୀତି। ମଣ୍ଡପ ଉପରେ ମୁହାଁମୁହିଁ ହୋଇ ଠିଆ ହୋଇଥିଲେ ବର କନ୍ୟା। ବର କନିଆଁ ବେକରେ ବରଣମାଳା ପକାଇଲେ। ହେଲେ କନିଆଁ କିନ୍ତୁ ବରଣମାଳା ପକାଇବା ବଦଳରେ ବର ଗାଲରେ କଷି ଦେଇ […]

ଅଦ୍ୟତନ ହୋଇଛି
ବରଣମାଳା ବେଳେ ବର ଗାଲରେ ଚାପୁଡା ବର୍ଷା କଲେ କନିଆଁ

bride-beaten-groom

Advertisment

ଲକ୍ଷ୍ନୌ: ଫୁଟୁଥିଲା ବାଣ, ବାଜୁଥିଲା ବାଜା। ରୋଷଣି କରି କନିଆଁ ଦୁଆରରେ ପହଞ୍ଚିଲା ବର। ବରଯାତ୍ରୀରେ ଧୁମ୍‌ ନାଚିଲେ ବରପକ୍ଷ। ବ୍ୟାଣ୍ଡ ବାଜା ସହ କନିଆଁକୁ ନେବା ପାଇଁ ଆସିଥିବା ବରକୁ ମଧ୍ୟ ଧୁମ୍‌ଧାମ୍‌ରେ କରାଗଲା ସ୍ୱାଗତ। ଏହାପରେ ଆରମ୍ଭ ହେଲା ବରଣମାଳା ନୀତି। ମଣ୍ଡପ ଉପରେ ମୁହାଁମୁହିଁ ହୋଇ ଠିଆ ହୋଇଥିଲେ ବର କନ୍ୟା। ବର କନିଆଁ ବେକରେ ବରଣମାଳା ପକାଇଲେ। ହେଲେ କନିଆଁ କିନ୍ତୁ ବରଣମାଳା ପକାଇବା ବଦଳରେ ବର ଗାଲରେ କଷି ଦେଇ ଗଲେ ଚାପୁଡା। ଗୋଟିଏ କି ଦୁଇଟି ନୁହେଁ ଧଡାଧଡ ଚାପୁଡା ଉପରେ ଚାପୁଡା ମାରିଚାଲିଲେ ନବବଧୂ। ଏହାପରେ ରାଗ ତମତମ୍‌ରେ ମଣ୍ଡପ ଉପରୁ ତଳକୁ ଓହ୍ଲାଇ ଚାଲିଗଲେ। ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଉତ୍ତରପ୍ରଦେଶର ହମିରପୁରା ଜିଲ୍ଲାର ସ୍ୱାସା ଗାଁକୁ ଚମାରି ଗାଁରୁ ବରଯାତ୍ରୀ ନେଇ ଆସିଥିଲେ ରବିଶଙ୍କର। ବରଯାତ୍ରୀ ପହଞ୍ଚିବା ପରେ କନିଆଁ ପକ୍ଷ ତରଫରୁ ବରଯାତ୍ରୀଙ୍କୁ ଧୁମ୍‌ଧାମରେ ସ୍ୱାଗତ କରାଯାଇଥିଲା। ନାଚଗୀତରେ ସମସ୍ତେ ମସଗୁଲ ଥିଲେ। ଏହାପରେ ବିବାହ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ପ୍ରଥମେ ବରଣମାଳା ପାଇଁ ମଣ୍ଡପ ଉପରକୁ ଯାଇଥିଲେ ରବିଶଙ୍କର। ତାଙ୍କ ସହ ତାଙ୍କ ଭାବି ପତ୍ନୀ ମଧ୍ୟ ମଣ୍ଡପ ଉପରେ ଠିଆ ହୋଇଥିଲେ। ତେବେ ରବିଶଙ୍କର ବରଣମାଳା ପକାଇବା ପରେ ହଠାତ୍‌ ନବବଧୂ ଜଣକ ତାଙ୍କ ଉପରେ କରିଦେଇଥିଲେ ଚାପୁଡା ବର୍ଷା।

ସର୍ବସମ୍ମୁଖରେ ସେ ମାରିଚାଲିଥିରେ ମାଡ। ଏହାପରେ କେହି କିଛି ବୁଝିବା ପୂର୍ବରୁ କନିଆଁ ଜଣକ ମଣ୍ଡପ ଉପରୁ ତଳକୁ ଓହ୍ଲାଇ ଚାଲିଯାଇଥିଲେ। ତେବେ ନବବଧୂ ଜଣକ ବରକୁ କାହିଁକି ଏଭଳି ଚାପୁଡା ମାରିଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କୁହାଯାଉଛି ଯେ, ବରଣମାଳା ବେଳେ ବର ମଦ ପିଇଥିବା ଜାଣିବା ପରେ କନିଆଁ ଜଣକ ଏଭଳି ଆକ୍ସନ ନେଇଛି। ତେବେ ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଛାଇ ଯାଇଛି।

Advertisment

ବୁଝାସୁଝା ପରେ କନିଆଁ ଜଣକର ରାଗ ଶାନ୍ତ ପଡିଥିବା କୁହାଯାଉଛି। ଅଧାରେ ଅଟକି ଯାଇଥିବା ବିବାହ ସମ୍ପନ୍ନ ହୋଇଛି। ବର କନିଆଁକୁ ନେଇ ସାଙ୍ଗରେ ଘରକୁ ଯାଇଥିବା କିଛି ଲୋକେ କହୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe