ଗୋବର ଗିଳି ଗଲେ ଡାକ୍ତର, ଭିଡିଓ ଭାଇରାଲ

ଚଣ୍ଡିଗଡ: ଗୋ’ ମୂତ୍ରାର ଅନେକ ଉପକାରିତା ରିହଛି। ଏହା ଅଧିକାଂଶ ଲୋକ ଜାଣନ୍ତୁ। ଟିଭି ଠାରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଲୋକଙ୍କୁ ଗୋ ମୂତ୍ର ପିଉଥିବାର ନିଶ୍ଚୟ ଦେଖିଥିବେ। ତେବେ ଗୋବର ମଧ୍ୟ ଜାଳେଣି ବ୍ୟବହାର ହେଉଥିବା ଶୁଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ କିଏ କେବେ ଗୋବାର ଖାଇଯାଉଥିବା ଦେଖିଛନ୍ତି କି? ନିକଟରେ ଏଭଳି ହିଁ ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି, ଯିଏ ଗାଈ ଗୋବର ଗିଳି ଯାଉଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ […]

Eat Cow Dung

Madhupriya Mistry
  • Published: Thursday, 18 November 2021
  • , Updated: 18 November 2021, 04:59 PM IST

ଚଣ୍ଡିଗଡ: ଗୋ' ମୂତ୍ରାର ଅନେକ ଉପକାରିତା ରିହଛି। ଏହା ଅଧିକାଂଶ ଲୋକ ଜାଣନ୍ତୁ। ଟିଭି ଠାରୁ ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ଲୋକଙ୍କୁ ଗୋ ମୂତ୍ର ପିଉଥିବାର ନିଶ୍ଚୟ ଦେଖିଥିବେ। ତେବେ ଗୋବର ମଧ୍ୟ ଜାଳେଣି ବ୍ୟବହାର ହେଉଥିବା ଶୁଣିଥିବେ ଦେଖିଥିବେ ମଧ୍ୟ। କିନ୍ତୁ କିଏ କେବେ ଗୋବାର ଖାଇଯାଉଥିବା ଦେଖିଛନ୍ତି କି? ନିକଟରେ ଏଭଳି ହିଁ ଜଣେ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି, ଯିଏ ଗାଈ ଗୋବର ଗିଳି ଯାଉଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଭିଡିଓରେ ଗୋବର ଖାଉଥିବା ବ୍ୟକ୍ତି ଜଣକ ହେଉଛି ହରିୟାଣାର ଜଣେ ଡାକ୍ତର। ତାଙ୍କ ନାଁ ମନୋଜ ମିତ୍ତଲ। ସେ ଗୋବର ଖାଉଥିବା ସହ ଏହାର ଉପକାରିତା ବିଷୟରେ ମଧ୍ୟ କହୁଛନ୍ତି।

ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ କ୍ୟାମେରା ଆଗରେ ଡାକ୍ତର ମନୋଜ ମିତ୍ତଲ ଗାଈ ଗୋବରକୁ ତଳୁ ଉଠାଇ ଖାଉଛନ୍ତି। ଗାଈରୁ ପଞ୍ଚଗବ୍ୟ ପ୍ରାପ୍ତ ହୁଏ, ଯାହାର ପ୍ରତ୍ୟେକ ଅଂଶ ମଣିଷ ପାଇଁ ଲାଭଦାୟକ ବୋଲି ସେ କହୁଛନ୍ତି। ଗାଈ ଗୋବର ଖାଇବା ଦ୍ୱାରା ଆମ ଶରୀର ଏବଂ ମନ ଶୁଦ୍ଧ ହୋଇଯାଏ। ଥରେ ଆମେ ଏହାକୁ ଖାଇବା ପରେ ଆମର ମନ ଆଉ ଆତ୍ମା ​​ଶୁଦ୍ଧ ହୋଇଯାଏ ବୋଲି ଡାକ୍ତର କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ ଗୋ'ମୂତ୍ର ଏବଂ ଗୋବର ଖାଇବା ଦ୍ୱାରା ଅନେକ ଗୁରୁତର ରୋଗରୁ ମୁକ୍ତି ମିଳିଥାଏ ବୋଲି ସେ ଦାବି କରିଛନ୍ତି। ଗୋବର ଖାଇବା କିମ୍ବା ଏହାର ରସ ପିଇବା ଦ୍ୱାରା ମହିଳାଙ୍କୁ ପ୍ରସବ କୌଣସି ଅସୁବିଧା ହୋଇନଥାଏ। ଯଦି ଗର୍ଭବତୀ ମହିଳାମାନେ ନିୟମିତ ଭାବେ ଗୋବର ଖାଆନ୍ତି, ତେବେ ସେମାନଙ୍କର ସାଧାରଣ ପ୍ରସବ ହେବାର ସମ୍ଭାବନା ବଢ଼ିଯାଏ। ଗୋବରରେ ଭିଟାମିନ୍ B12 ପ୍ରଚୁର ପରିମାଣରେ ରହିଛି।  ଯାହା ଶରୀରରେ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସୁବିଧା ଯୋଗାଇବା ସହିତ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ବୋଲି ସେ ଦାବି କରିଛନ୍ତି।

ସୂଚନା ମୁତାବକ, ଏହି ଭାଇରାଲ ଡାକ୍ତର ଜଣକ ହେଉଛନ୍ତି ହରିୟାଣା କରନାଲର ବାସିନ୍ଦା। ସେ ସେଠାକାର ଏକ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଭାବେ ନିଯୁକ୍ତ ଅଛନ୍ତି। ଡାକ୍ତରଙ୍କ ଗୋବର ଖାଇବା ଦାବିକୁ ଅନେକ ଲୋକେ ସୋଶାଲ ମିଡିଆରେ ସମର୍ଥନ କରିଥିବା ବେଳେ ଅନେକ ପ୍ରଶ୍ନ ଉଠାଇଛନ୍ତି।

https://twitter.com/RoflGandhi_/status/1460559424813080577?s=20

Related story