Advertisment

ଦୁଇ ବସ୍‌ ମୁହାଁମୁହିଁ ଧକ୍କା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଚେନ୍ନାଇ: ସାମ୍ନାକୁ ଆସିଛି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ। ଦୁଇ ବସ୍‌ ପରସ୍ପରକୁ ମୁହାମୁହିଁ ଧକ୍କା ଦେବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗୋଟିଏ ବସ୍‌ ଭିତରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଥିବା ଏହି ମୁହାଁମୁହିଁ ଧକ୍କାରେ ୩୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମିଳିଥିବା ସୂଚନା ଅନୁଯାୟୀ, […]

ଦୁଇ ବସ୍‌ ମୁହାଁମୁହିଁ ଧକ୍କା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

Bus

Advertisment

ଚେନ୍ନାଇ: ସାମ୍ନାକୁ ଆସିଛି ଭୟଙ୍କର ଦୁର୍ଘଟଣାର ଦୃଶ୍ୟ। ଦୁଇ ବସ୍‌ ପରସ୍ପରକୁ ମୁହାମୁହିଁ ଧକ୍କା ଦେବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗୋଟିଏ ବସ୍‌ ଭିତରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଥିବା ଏହି ମୁହାଁମୁହିଁ ଧକ୍କାରେ ୩୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଗୋଟିଏ ଯାତ୍ରୀବାହୀ ଘରୋଇ ବସ୍‌ ଇଡାପ୍ପାଡିରୁ ଆସୁଥିବା ବେଳେ ଅନ୍ୟଟି ତିରୁଚେଙ୍ଗୋଡେରୁ ସାଲେମ ଆସୁଥିଲା। ଏହି ସମୟରେ ଦୁଇ ବସ୍‌ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଯେଉଁ ବସରେ କ୍ୟାମେରା ଲାଗିଥିଲା ଉକ୍ତ ଗାଡ଼ିର ଡ୍ରାଇଭର ବେଶ ଜୋରରେ ଏହାକୁ ଚଳାଉଥିଲେ। ହଠାତ୍ ବିପରୀତ ଦିଗରୁ ଅନ୍ୟ ଏକ ବସ୍ ଏହାକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ସମ୍ଭବତଃ ଧକ୍କା ଦେଇଥିବା ବସଟି ଭୁଲ ଦିଗରେ ଆସୁଥିବାରୁ ଏତେ ବଡ଼ ଘଟଣା ଘଟିଛି।

ଧକ୍କା ହେବା ପରେ କ୍ୟାମେରା ଲାଗିଥିବା ବସ୍‌ର ଡ୍ରାଇଭର ଓ କିଛି ଯାତ୍ରୀ ନିଜ ନିଜ ସିଟ୍‌ରୁ ଛିଟିକି ପଡ଼ିଥିଲେ। ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଥିବା ମଧ୍ୟ କ୍ୟାମେରା ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ହଠତ୍‌ ଏହାର ଷ୍ଟାର୍ଟ ବନ୍ଦ ହେବା ସହ ଗାଡ଼ିଟି ଉକ୍ତ ସ୍ଥାନରେ ହିଁ ଅଟକି ଯାଇଥିଲା। ଯଦି ଏହା ଓଲଟି ପଡ଼ିଥାଆନ୍ତା, ତା’ହେଲେ ଆହୁରି କ୍ଷୟକ୍ଷତି ହୋଇଥାଆନ୍ତା ବୋଲି ଆଶଙ୍କା କରାଯାଉଛି।

Advertisment

ଘଟଣା ପରେ ପୁଲିସ୍ ତୁରନ୍ତ ପହଞ୍ଚି ଉଭୟ ବସରେ ଥିବା ଆହତ ଲୋକଙ୍କୁ ଉଦ୍ଧାର କରିଥିଲା। ଏବେ ସମସ୍ତଙ୍କୁ ସାଲେମ ଓ ଇଡାପାଡ୍ଡି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe