Advertisment

ସହସ୍ରାଧିକ ଲୋକଙ୍କ ଜୀବନ ବଞ୍ଚାଇଥିବା ମୂଷା ଚାକିରିରୁ ନେଲା ଅବସର

ଆଫ୍ରିକୀୟ ପ୍ରଜାତିର ଏକ ମୂଷା ସାରା ବିଶ୍ୱରେ ‘ହିରୋ’ ରୂପରେ ଖୁବ୍ ପ୍ରସିଦ୍ଧ ହୋଇଛି। ତା’ର ସାହସିକତାର କାହାଣୀ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମାଗାୱା ନାମକ ଏହି ୭ ବର୍ଷୀୟ ମୂଷା ତାଙ୍କ ବୋମା ସ୍କ୍ରିନିଙ୍ଗ୍ କ୍ୟାରିୟରରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛି । ଏହା କୌଣସି ସାଧାରଣ ମୂଷା ନୁହେଁ, ବରଂ ଶୁଙ୍ଘିକି ବାରୁଦ ସୁଡଙ୍ଗକୁ ଚିହ୍ନଟ କରୁଥିବା ଏକ ତାଲିମପ୍ରାପ୍ତ ମୂଷା, ଯିଏ ୫ ବର୍ଷ ପରେ ଅବସର ନେଇଛି। […]

ଅଦ୍ୟତନ ହୋଇଛି
ସହସ୍ରାଧିକ ଲୋକଙ୍କ ଜୀବନ ବଞ୍ଚାଇଥିବା ମୂଷା ଚାକିରିରୁ ନେଲା ଅବସର

rat

Advertisment

ଆଫ୍ରିକୀୟ ପ୍ରଜାତିର ଏକ ମୂଷା ସାରା ବିଶ୍ୱରେ ‘ହିରୋ’ ରୂପରେ ଖୁବ୍ ପ୍ରସିଦ୍ଧ ହୋଇଛି। ତା’ର ସାହସିକତାର କାହାଣୀ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ମାଗାୱା ନାମକ ଏହି ୭ ବର୍ଷୀୟ ମୂଷା ତାଙ୍କ ବୋମା ସ୍କ୍ରିନିଙ୍ଗ୍ କ୍ୟାରିୟରରେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଛି । ଏହା କୌଣସି ସାଧାରଣ ମୂଷା ନୁହେଁ, ବରଂ ଶୁଙ୍ଘିକି ବାରୁଦ ସୁଡଙ୍ଗକୁ ଚିହ୍ନଟ କରୁଥିବା ଏକ ତାଲିମପ୍ରାପ୍ତ ମୂଷା, ଯିଏ ୫ ବର୍ଷ ପରେ ଅବସର ନେଇଛି। ସେ ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆରେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବାର କାମ ପୂରା ଦାୟିତ୍ୱବାନ ହୋଇ କରିଛି।

Advertisment

ମାଗାୱାଙ୍କୁ ଏମିତି ଟ୍ରେନିଂ ଦିଆଯାଇଥିଲା ଯେ ସେ ବିସ୍ଫାେରଣକୁ ଶୁଙ୍ଘିକି ସମୟ ପୂର୍ବରୁ ନିଜ ହ୍ୟାଣ୍ଡଲର୍ (ମୂଷାର ଯତ୍ନ ନେଉଥିବା)କୁ ଆଲର୍ଟ କରିପାରିବ। ସେ ଡ୍ୟୁଟି ବେଳେ ୭୧ ଲ୍ୟାଣ୍ଡମାଇନ୍ସ ଓ ୩୧ ଜୀବନ୍ତ ବିସ୍ଫୋଟକକୁ ଚିହ୍ନଟ କରି ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି। ବେଲଜିୟମର ଅଣ ଲାଭାଂଶ ସଂସ୍ଥା ଏପିଓପିଓ ମାଗାୱାକୁ ତାଲିମ ଦେଇଥିଲା। ଏହି ସଂସ୍ଥା ଲ୍ୟାଣ୍ଡମାଇନ୍ ଏବଂ ଦୃଶ୍ୟହୀନ ବିସ୍ଫୋରଣ ଚିହ୍ନଟ କରିବା ପାଇଁ ମୂଷାମାନଙ୍କୁ ତାଲିମ ଦେଇଥାଏ। ମାଗାୱା ୧.୪ ଲକ୍ଷ ବର୍ଗ ମିଟରରୁ ଅଧିକ ଜମି ଅନୁସନ୍ଧାନ କରିଛି, ଯାହା ପ୍ରାଖାପାଖି ୨୦ଟି ଫୁଟବଲ୍ ଗ୍ରାଉଣ୍ଡ ସହିତ ସମାନ।

Hero Rat Magawa Wins Gold Medal for Detecting Landmines in Cambodia

କେବଳ ଏତିକି ନୁହେଁ ମାଗାୱାକୁ ତା’ର କାମ ପାଇଁ ବ୍ରିଟିଶ ଚ୍ୟାରିଟି ପକ୍ଷରୁ ମେଡାଲ୍‌ ଦିଆଯାଇ ସମ୍ମାନିତ କରାଯାଇଛି। ‘ବ୍ରିଟିଶ ଚ୍ୟାରିଟି’ ହେଉଛି ପଶୁମାନଙ୍କ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର, ଯାହା ବିଶେଷ ଭାବେ କୁକୁରଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏବେ ମାଗାୱା ଏହି ପୁରସ୍କାର ଜିତିଛି। ମାଗାୱା ଆହୁରି କାମ କରିପାରିଥାନ୍ତା। କିନ୍ତୁ ଏପିଓପିଓର କହିବା ଅନୁଯାୟୀ‘ ଏବେବି ମାଗାୱା ସୁସ୍ଥ ଅଛି, କିନ୍ତୁ ସେ ଅବସର ବୟସରେ ପହଞ୍ଚି ସାରିଛି ଏବଂ ସେ ଏବେ ଧୀମା ପଡ଼ିଯାଇଛି ।

Advertisment

ମାଗାଓ୍ବାର ହ୍ୟାଣ୍ଡଲର୍ କହିଛନ୍ତି ଯେ ସେ ନିଜ କାର୍ଯ୍ୟକାଳରେ ବହୁତ ଭଲ କାମ କରିଛି। ଯଦିଓ ସେ ଛୋଟ, କିନ୍ତୁ ତା’ ସହ କାନ୍ଧରେ କାନ୍ଧ ମିଳାଇ କାମ କରିବା ନେଇ ମୁଁ ଗର୍ବିତ। ସୂଚନାଯୋଗ୍ୟ, ଅବସର ପରେ ମଧ୍ୟ ମାଗାୱା ପୂର୍ବଭଳି ପଞ୍ଜୁରୀରେ ରହିବ। ତାଙ୍କର ନିତ୍ୟକର୍ମ ମଧ୍ୟ ପୂର୍ବ ପରି ସମାନ ହେବ। ଏଥିସହ ଏହା ପୂର୍ବରୁ ଯେମିତି ତା’ର ଯତ୍ନ ନିଆଯାଉଥିଲା, ଏବେ ମଧ୍ୟ ସେମିତି ଯତ୍ନ ନିଆଯିବ।

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe