Advertisment

ଟିକା ନେଲେ ମିଳିବ ୧୦ କୋଟି ଟଙ୍କା!

ସାରା ଦୁନିଆରେ ଏବେ କରୋନା ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି । ସରକାର ଏହାକୁ ସଫଳ କରାଇବା ପାଇଁ ଲାଗି ପଡ଼ିଛନ୍ତି। ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଦ୍ରୁତ କରାଯାଇଛି। କିନ୍ତୁ ଏହାରି ଭିତରେ ଏମିତି ଏକ ଦେଶ ଅଛି, ଯେଉଁଠାରେ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ କୋଟି କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଉଛି। ଇଣ୍ଡିଆ ଟାଇମ୍ସ ମୁତାବକ, ହଂକଂର ଏକ ଡେଭେଲପର ଟିକାକରଣ କରାଉଥିବା ବ୍ୟକ୍ତିଙ୍କୁ ଏହି ଅନନ୍ୟ ଅଫର୍ ଦେଇଛନ୍ତି । ଏହି ଆଧାରରେ […]

ଟିକା ନେଲେ ମିଳିବ ୧୦ କୋଟି ଟଙ୍କା!

vaccine

Advertisment

ସାରା ଦୁନିଆରେ ଏବେ କରୋନା ଟିକାକରଣ ଅଭିଯାନ ଜୋରସୋରରେ ଚାଲିଛି । ସରକାର ଏହାକୁ ସଫଳ କରାଇବା ପାଇଁ ଲାଗି ପଡ଼ିଛନ୍ତି। ଟିକାକରଣ ପ୍ରକ୍ରିୟାକୁ ମଧ୍ୟ ଦ୍ରୁତ କରାଯାଇଛି। କିନ୍ତୁ ଏହାରି ଭିତରେ ଏମିତି ଏକ ଦେଶ ଅଛି, ଯେଉଁଠାରେ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ କୋଟି କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଉଛି।

Advertisment

ଇଣ୍ଡିଆ ଟାଇମ୍ସ ମୁତାବକ, ହଂକଂର ଏକ ଡେଭେଲପର ଟିକାକରଣ କରାଉଥିବା ବ୍ୟକ୍ତିଙ୍କୁ ଏହି ଅନନ୍ୟ ଅଫର୍ ଦେଇଛନ୍ତି । ଏହି ଆଧାରରେ ଯେଉଁ ବ୍ୟକ୍ତି ଟିକା ନେବ, ତାଙ୍କୁ ୧.୪ ମିଲିୟନ୍ ଡଲାର ଅର୍ଥାତ୍ ପାଖାପାଖି ୧୦ କୋଟି ଟଙ୍କାର ପୁରସ୍କାର ମିଳିପାରିବ। ଏହି ପୁରସ୍କାର ରାଶି ଲଟେରୀ ଆକାରରେ ଦିଆଯାଇପାରିବ ଏବଂ ବିଜେତାଙ୍କୁ ସମାନ ମୂଲ୍ୟର ଏକ ଆପାର୍ଟମେଣ୍ଟ ଦିଆଯିବ।

ସିନୋ ଗ୍ରୁପ୍ ନାମକ ଏକ କମ୍ପାନୀ ଟେଙ୍ଗ ଫଙ୍ଗ ଚ୍ୟାରିଟେବୁଲ୍ ଫାଉଣ୍ଡେସନ୍ ସହ ଲୋକଙ୍କୁ ଟିକାକରଣ ପାଇଁ ପ୍ରୋତ୍ସାହିତ କରିବା କାମ କରୁଛି। କମ୍ପାନୀର କହିବା ଅନୁଯାୟୀ, ବିଜେତାଙ୍କୁ ଉପହାର ଆକାରରେ ଗ୍ରାଣ୍ଡ ସେଣ୍ଟ୍ରାଲ୍ ପ୍ରୋଜେକ୍ଟ ଆଧାରରେ ଏକ ବ୍ରାଣ୍ଡ ନ୍ୟୁ ଆପାର୍ଟମେଣ୍ଟ ଦିଆଯିବ।

Advertisment

ଏହି ପୁରସ୍କାର ଏକ ଲକି ଡ୍ର’ ଆକାରରେ ଦିଆଯିବ। ଏହି ଅଫର୍ ଜିତିଥିବା ବ୍ୟକ୍ତିଙ୍କୁ ପ୍ରାୟ ୪୫୦ ବର୍ଗ ଫୁଟର ଏକ ବିଳାସପୂର୍ଣ୍ଣ ଘର ପୁରସ୍କାରରେ ଦିଆଯିବ। ଏପର‌୍ୟ୍ୟନ୍ତ ସେଠାରେ ଟିକାକରଣକୁ ନେଇ ଲୋକେ ଘରୁ ବାହାରିବାକୁ ପ୍ରସ୍ତୁତ ନାହାନ୍ତି। ପାଖାପାଖି ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ହଂକଂରେ ଏପର‌୍ୟ୍ୟନ୍ତ ୧୨ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇଛି। ଅନ୍ୟପକ୍ଷରେ ପଡ଼ୋଶୀ ଦେଶ ସିଙ୍ଗାପୁରରେ ୨୮ ପ୍ରତିଶତ ଲୋକଙ୍କୁ ଟିକା ଦିଆସରିଛି।

ହଂକଂରେ ଟିକାକରଣକୁ ନେଇ ଲୋକଙ୍କ ମନରେ ସେଭଳି ଉତ୍ସାହ ଦେଖିବାକୁ ମିଳିନାହିଁ। ଟିକାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏଭଳି ପରିସ୍ଥିତିରେ ଏଠାରେ ଟିକାର ଡୋଜ୍ ଖରାପ ହେବାର ଆଶଙ୍କା ଦେଖା ଦେଇଛି। ଆଗାମୀ ଅଗଷ୍ଟ ସୁଦ୍ଧା କିଛି ଡୋଜ୍ ଏକ୍ସପାୟର୍ ହେବାକ ଥିବାରୁ ସରକାର ଟିକା ଡୋଜକୁ ଡୋଜକୁ ଦାନ କରିବାକୁ ଯୋଜନା କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe