Advertisment

'ସ୍ୱାମୀଙ୍କୁ କେମିତି ମାରିବ?' ବହି ଲେଖିଥିଲେ, ଏବେ ସ୍ୱାମୀ ହତ୍ୟା ମାମଲାରେ ଜେଲ୍‌ରେ

ନୂଆଦିଲ୍ଲୀ: ଯେଉଁ କାହାଣୀ ଲେଖିଥିଲେ ସେହି କାଣ୍ଡ ଭିଆଇଲେ। ସ୍ୱାମୀଙ୍କୁ ମାରିବା ପାଇଁ ଯେଉଁ ସୂତ୍ର ଲେଖିଥିବା ମହିଳା ନିଜେ ସେହି ଫର୍ମୁଲା ବ୍ୟବହାର କରିଥିଲେ। ଏମିତି ଏକ ଅଦ୍ଭୁତ ଅପରାଧ ଘଟାଇଥିବା ମହିଳା ଗିରଫ ହୋଇ ଏବେ ଜେଲ୍‌ରେ କାଟୁଛନ୍ତି ସଜା। ‘How to Murder Your Husband‘ ବହି ଲେଖି ଚର୍ଚ୍ଚାକୁ ଆସିଥିଲେ ଲେଖିକା ନେନ୍‌ସି କ୍ରମ୍ପଟନ୍‌ ବର୍ଫି। ସେ ଲେଖିଥିବା ଏହି ବହିକୁ ନେଇ ଚାରିଆଡୁ ପାଇଥିଲେ ପ୍ରଶଂସା। ଏବେ କିନ୍ତୁ ସ୍ୱାମୀଙ୍କୁ […]

ଅଦ୍ୟତନ ହୋଇଛି
'ସ୍ୱାମୀଙ୍କୁ କେମିତି ମାରିବ?' ବହି ଲେଖିଥିଲେ, ଏବେ ସ୍ୱାମୀ ହତ୍ୟା ମାମଲାରେ ଜେଲ୍‌ରେ

How to Murder Your Husband

Advertisment

ନୂଆଦିଲ୍ଲୀ: ଯେଉଁ କାହାଣୀ ଲେଖିଥିଲେ ସେହି କାଣ୍ଡ ଭିଆଇଲେ। ସ୍ୱାମୀଙ୍କୁ ମାରିବା ପାଇଁ ଯେଉଁ ସୂତ୍ର ଲେଖିଥିବା ମହିଳା ନିଜେ ସେହି ଫର୍ମୁଲା ବ୍ୟବହାର କରିଥିଲେ। ଏମିତି ଏକ ଅଦ୍ଭୁତ ଅପରାଧ ଘଟାଇଥିବା ମହିଳା ଗିରଫ ହୋଇ ଏବେ ଜେଲ୍‌ରେ କାଟୁଛନ୍ତି ସଜା।

Advertisment

'How to Murder Your Husband' ବହି ଲେଖି ଚର୍ଚ୍ଚାକୁ ଆସିଥିଲେ ଲେଖିକା ନେନ୍‌ସି କ୍ରମ୍ପଟନ୍‌ ବର୍ଫି। ସେ ଲେଖିଥିବା ଏହି ବହିକୁ ନେଇ ଚାରିଆଡୁ ପାଇଥିଲେ ପ୍ରଶଂସା। ଏବେ କିନ୍ତୁ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ୍‌ରେ ଅଛନ୍ତି। ଯୋଜନାବଦ୍ଧ ରୂପେ ସେ ନିଜ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି ବୋଲି କୋର୍ଟରେ ତାଙ୍କ ମାମଲା ଏବେ ବିଚାରଧୀନ ରହିଛି। ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨ ଜୁନ୍‌ ୨୦୧୮ରେ ପୋର୍ଟଲ୍ୟାଣ୍ଡର ଏକ କଲିନାରୀ ଇନଷ୍ଟିଚ୍ୟୁଟ୍‌ରେ ନେନ୍ସିଙ୍କ ସ୍ୱାମୀ ଡାନିଏଲ୍‌ ବର୍ଫିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ମୃତଦେହ ମିଳିଥିଲା। ଆକ୍ରମଣକାରୀ ତାଙ୍କ ପିଠି ଓ ଛାତିରେ ଗୁଳିମାଡ କରିଥିଲା। ତେବେ ଯେଉଁ ସମୟରେ ହତ୍ୟା କରାଯାଇଥିଲା ସେତେବେଳେ ନେନ୍ସି ପୋର୍ଟଲ୍ୟାଣ୍ଡରେ ହିଁ ଥିଲେ ବୋଲି କୋର୍ଟରେ ଦାଖଲ କରାଯାଇଥିବା ଡକ୍ୟୁମେଣ୍ଟରେ କୁହାଯାଇଛି।

Advertisment

କେବଳ ସେତିକି ନୁହେଁ ଘଟଣାସ୍ଥଳରେ ନେନ୍ସିଙ୍କ ମିନିଭ୍ୟାନ୍‌ ଥିବା ସିସିଟିଭି କ୍ୟାମେରାରୁ ଦେଖିବାକୁ ମିଳିଥିବା ତଦନ୍ତକାରୀ ଦଳ କହିଛନ୍ତି। ତେବେ ନେନ୍ସି କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି। ଏହା ମିଥ୍ୟା ଅଭିଯୋଗ ସେ ଘଟଣା ଦିନ ତାଙ୍କ ଘରେ ଥିଲେ ବୋଲି କହିଥିଲେ।

ଘଟଣାରେ ୩ ମାସ ପରେ ତଥା ସେପ୍ଟେମ୍ବର ୨୦୧୮ରେ ନେନ୍ସିଙ୍କୁ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ମହାମାରୀ କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲେ ଏହି ମାମଲାର ଶୁଣାଣି ସ୍ଥିଗିତ ରହିଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବା ପରେ ସୋମବାର ଠାରୁ ଏହି ମାମଲାର ଶୁଣାଣି ପୁଣି ଆରମ୍ଭ ହୋଇଛି। ନେନ୍ସିଙ୍କ ବିରୋଧରେ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ବ୍ୟତୀତ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe