Advertisment

ସ୍ତ୍ରୀ ଠାରୁ ଦୂରେଇ ରହିବା ପାଇଁ ସ୍ୱାମୀ କଲେ ସାଙ୍ଘାତିକ କାମ

ସ୍ତ୍ରୀ ଠାରୁ ଦୂରେଇ ଯିବା ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାନ୍ତି। କିନ୍ତୁ ଇନ୍ଦୋରର ଜଣେ ବ୍ୟକ୍ତି ଯାହା କଲେ, ତାହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଠାରୁ ଦୂରେଇ ଯିବା ପାଇଁ ନିଜକୁ କରୋନାରେ ଆକ୍ରାନ୍ତ ହୋଇଥିବା ଉପାୟ ଆପଣାଇଛନ୍ତି। ବ୍ୟକ୍ତି ଜଣକ ନକଲି କରୋନା ପଜିଟିଭ୍ ରିପୋର୍ଟ ପ୍ରସ୍ତୁତ କରିଛନ୍ତି‍, ଯାହାକୁ ସେ ହ୍ୱାଟ୍ସଆପରେ ନିଜ ପିତା ଓ ପତ୍ନୀଙ୍କ ପଠାଇଛନ୍ତି ଏବଂ ପରେ […]

ସ୍ତ୍ରୀ ଠାରୁ ଦୂରେଇ ରହିବା ପାଇଁ ସ୍ୱାମୀ କଲେ ସାଙ୍ଘାତିକ କାମ

husabnd

Advertisment

ସ୍ତ୍ରୀ ଠାରୁ ଦୂରେଇ ଯିବା ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାରର ଉପାୟ ଆପଣାନ୍ତି। କିନ୍ତୁ ଇନ୍ଦୋରର ଜଣେ ବ୍ୟକ୍ତି ଯାହା କଲେ, ତାହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଠାରୁ ଦୂରେଇ ଯିବା ପାଇଁ ନିଜକୁ କରୋନାରେ ଆକ୍ରାନ୍ତ ହୋଇଥିବା ଉପାୟ ଆପଣାଇଛନ୍ତି। ବ୍ୟକ୍ତି ଜଣକ ନକଲି କରୋନା ପଜିଟିଭ୍ ରିପୋର୍ଟ ପ୍ରସ୍ତୁତ କରିଛନ୍ତି‍, ଯାହାକୁ ସେ ହ୍ୱାଟ୍ସଆପରେ ନିଜ ପିତା ଓ ପତ୍ନୀଙ୍କ ପଠାଇଛନ୍ତି ଏବଂ ପରେ ଗାୟବ ହୋଇ ଯାଇଛନ୍ତି। ହେଲେ ତାଙ୍କର ଏହି ଚତୁରତା କାମ ଦେଲାନି ଏବଂ ଗ୍ୱାଲଟୋଲୀ ପୁଲିସ୍ ସେହି ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୬୯ ଆଧାରରେ ଏକ ମାମଲା ଦାୟର୍ କରିଛି। ଏହାସହ ପଚରାଉଚରା ପାଇଁ ନୋଟିସ୍ ମଧ୍ୟ ପଠାଇଛି।

Advertisment

ଏ ନେଇ ଗ୍ୱାଲଟୋଲୀ ଥାନାର ପ୍ରଭାରୀ ସଞ୍ଜୟ ଶୁକ୍ଳା କହିଛନ୍ତି, ଅଭିଯୁକ୍ତଙ୍କ ବିବାହ ଫେବୃଆରୀରେ ହୋଇଥିଲା। କିନ୍ତୁ ବ୍ୟକ୍ତିଗତ ସମସ୍ୟା କାରଣରୁ ସେ ନିଜ ନବବିବାହିତ ପତ୍ନୀଙ୍କ ଠାରୁ ଦୂରତା ଅବଲମ୍ବନ କରୁଥିଲେ । ଏହାକୁ ନେଇ ପତି ଓ ପତ୍ନୀଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହେଉଥିଲା।

ଶୁକ୍ଳା କହିଛନ୍ତି ଯେ ଅଭିଯୁକ୍ତ ଇନ୍ଦୋରର ଏକ ବ୍ୟକ୍ତିଙ୍କର କରୋନା ରିପୋର୍ଟ ଡାଉନଲୋଡ୍ କରିଥିଲେ ଏବଂ ଠକେଇ କରି ଏଥିରେ ନିଜ ନାଁ ଉଲ୍ଲେଖ କରିଥିଲେ। ଅଭିଯୁକ୍ତ ଏହି ଜାଲ୍ ରିପୋର୍ଟ ହ୍ୱାଟ୍ସଆପ୍ ଜରିଆରେ ନିଜ ପତ୍ନୀ ଓ ପିତାଙ୍କୁ ପଠାଇଥିଲେ ଏବଂ କାହାକୁ ନ ଜଣାଇ ଗାଏବ ହୋଇଯାଇଥିଲେ ।

Advertisment

ଶୁକ୍ଳା ଆହୁରି କହିଛନ୍ତି, ଅଭିଯୁକ୍ତଙ୍କ ଜାଲ୍ ରିପୋର୍ଟ ମିଳିବା ପରେ ତାଙ୍କ ପରିବାର ଲୋକେ ଚକିତ ହୋଇଯାଇଥିଲେ, କାରଣ ତାଙ୍କର କୌଣସି କୋଭିଡ୍-୧୯ ଲକ୍ଷଣ ନଥିଲା। ପରେ ପରିବାର ଲୋକେ ପ୍ରାଇଭେଟ୍ ପ୍ରୟୋଗଶାଳାରୁ ସୂଚନା ପାଇବା ପରେ ଉକ୍ତ ବ୍ୟକ୍ତିର ଠକେଇ ସାମ୍ନାକୁ ଆସିଥିଲା । ଏବେ ଏହି ମାମଲାର ବିସ୍ତୁତ ତଦନ୍ତ ଜାରି ରହିଛି। ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତାଙ୍କୁ ନୋଟିସ୍ ମଧ୍ୟ ପଠା ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe