ଆଉ କାହାକୁ ଦିଲ୍ ଦେଲେ ସ୍ତ୍ରୀ, ପ୍ରେମିକ ସହ ବିବାହ କରାଇଲେ ସ୍ୱାମୀ

ପାଟନା: ଅଢେଇ ଅକ୍ଷର ଶବ୍ଦ ପ୍ରେମ । କେତେବେଳେ, କାହାକୁ, କେମିତି ଓ କାହା ସହ ହୋଇଯିବ ସେକଥା କେହି କହି ପାରିବେ ନାହିଁ । ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା । ସ୍ୱାମୀ ଥାଉ ଥାଉ ଆଉ କାହାକୁ ଦିଲ୍ ଦେଇ ବସିଲେ । ସ୍ୱାମୀ ଜାଣିଲେ ଏକଥା। ଖୁସି ଖୁସିରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ହାତରେ ଛନ୍ଦିଦେଲେ । ହିନ୍ଦି ଫିଲ୍ମ ହମ୍ ଦିଲ୍ […]

unique-marriage

Madhupriya Mistry
  • Published: Friday, 28 May 2021
  • , Updated: 28 May 2021, 01:49 PM IST

ପାଟନା: ଅଢେଇ ଅକ୍ଷର ଶବ୍ଦ ପ୍ରେମ । କେତେବେଳେ, କାହାକୁ, କେମିତି ଓ କାହା ସହ ହୋଇଯିବ ସେକଥା କେହି କହି ପାରିବେ ନାହିଁ । ବିବାହ ପରେ ଗୋଟିଏ ଝିଅର ମାଆ ହୋଇ ବି ମହିଳାଙ୍କୁ ପ୍ରେମ ହୋଇଗଲା । ସ୍ୱାମୀ ଥାଉ ଥାଉ ଆଉ କାହାକୁ ଦିଲ୍ ଦେଇ ବସିଲେ । ସ୍ୱାମୀ ଜାଣିଲେ ଏକଥା। ଖୁସି ଖୁସିରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ହାତରେ ଛନ୍ଦିଦେଲେ । ହିନ୍ଦି ଫିଲ୍ମ ହମ୍ ଦିଲ୍ ଦେ ଚୁକେ ସମନ୍ ଭଳି କାହାଣୀ ଲାଗୁଛି । କିନ୍ତୁ ଏମିତି ଘଟଣା ସାମନାକୁ ଆସିଛି ବିହାର ଛାପରା ଅଞ୍ଚଳରୁ । ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି ।

ମହିଳା ଜଣଙ୍କ ପ୍ରଥମେ ଲଭ୍ ମ୍ୟାରେଜ୍ କରିଥିଲେ । ସେମାନଙ୍କର ଗୋଟିଏ ଝିଅ ଅଛି । ତାପରେ ବଦଳିଗଲା ମହିଳାଙ୍କ ପସନ୍ଦ । ଆଉ ଜଣେ ପୁରୁଷଙ୍କ ହୃଦୟ ଦେଇଥିଲେ । ନୂଆ ପ୍ରେମିକଙ୍କୁ ନେଇ ସୁନେଲୀ ସ୍ୱପ୍ନ ଦେଖୁଥିଲେ ମହିଳା । ଶେଷରେ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ସ୍ୱାମୀ । ଖୁସି ଖୁସିରେ ପ୍ରେମିକ ସହ ପତ୍ନୀଙ୍କୁ ବିବାହ କରାଇଦେଲେ।

ସେପଟେ ପୁର୍ବ ପ୍ରେମିକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ମହିଳା । କହିଛନ୍ତି, ପ୍ରଥମ ବିବାହ ପରେ ସ୍ୱାମୀ ତାଙ୍କୁ ମାରପିଟ କରୁଥିଲେ । ଏବେ ନିଜ ଇଚ୍ଛାରେ ଦ୍ୱିତୀୟ ଲଭ୍ ମ୍ୟାରେଜ କରିଛନ୍ତି । ସେହିପରି ମହିଳାଙ୍କ ଦ୍ୱିତୀୟ ସ୍ୱାମୀ ବି ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ବିବାହ ବେଳେ ପ୍ରଥମ ସ୍ୱାମୀଙ୍କ ସହ ସାତ ଜନ୍ମକୁ ସାଥି ହେବାକୁ କଥା ଦେଇଥିଲେ ମହିଳା । କିନ୍ତୁ ଗୋଟିଏ ଜନ୍ମ ବି ସ୍ୱାମୀ-ସ୍ତ୍ରୀ ହୋଇ ରହି ପାରିଲେ ନାହିଁ । ପ୍ରେମ ସେମାନଙ୍କୁ ଏକାଠି କରିଥିଲା । ଆଉ କାହା ସହ ପ୍ରେମ ବିବାହରେ ବିଚ୍ଛେଦ ଟାଣିଲା ।

Related story