/odisha-reporter/media/post_attachments/uploads/2021/09/viral.jpg)
viral
ନୂଆଦିଲ୍ଲୀ: ପ୍ରେମର କୌଣସି ବୟସ ସୀମା ନଥାଏ। କୁନି ପିଲା ଠାରୁ ଆରମ୍ଭ କରି ବୃଦ୍ଧ ଯାଏ, ସମସ୍ତଙ୍କର ଭଲପାଇବା କିଛି ନା କିଛି ନିଆରା। ଆଜିକାଲି ସୋଶାଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହା ଲୋକଙ୍କର ହୃଦୟକୁ ଜିଣି ନେଇଛି।
ଏହି ଭିଡିଓରେ ଜଣେ ବୟସ୍କ ଦମ୍ପତି ଏକାଠି ତଳେ ବସିଛନ୍ତି। ଏହାରି ଭିତରେ ଜେଜେ ମା’ ହଠାତ୍ ଜେଜେଙ୍କ ଗାଲକୁ କିସ୍ କରି ପକାଉଛନ୍ତି। ଏହା ପରେ ଜେଜେ ଲାଜେଇକି ନିଜ ମୁହଁକୁ ତଳକୁ କରିନେଇଛନ୍ତି। ଆଉ ସୋଶାଲ ମିଡିଆରେ ଏହି ଦୃଶ୍ୟ ଦେଖି ଲୋକେ ବହୁତ ଖୁସି ମଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଜେଜେ ମା’ ମଧ୍ୟ ନିଜ ହସଭରା ମୁହଁକୁ ଅନ୍ୟ ଆଡ଼କୁ କରି ନେଉଛନ୍ତି।
ଏହି ଭିଡିଓକୁ ଇନଷ୍ଟାଗ୍ରାମ୍ ପେଜ୍ @kethamma__avvaରେ ଶେଆର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬୧ ମିଲିୟନରୁ ଅଧିକ ଲୋକେ ଦେଖି ସାରିଲେଣି। ଏହି ପେଜର ବାୟୋରେ କୁହାଯାଇଛି ଯେ ଏଠାରେ ଦର୍ଶକଙ୍କୁ ମଧ୍ୟବର୍ଗୀୟ ପରିବାରର କିଛି ମଜାଦାର ଏବଂ କମେଡି ଭିଡିଓ ମିଳିବ। ଏହି ପେଜକୁ ୧ଲକ୍ଷ ୧୧ହଜାରୁ ଅଧିକ ଲୋକେ ଫଲୋ କରିଛନ୍ତି।
ବାସ୍ କେଇ ସେକେଣ୍ଡର ଏହି ଭିଡିଓ ସୋଶାଲ ମିଡିଆରେ ଲୋକଙ୍କ ହୃଦୟ ଜିଣି ନେଇଛି। ହଜାର ହଜାର ଲୋକେ ଜେଜେମା’ ଓ ଜେଜେଙ୍କର ଏହି କ୍ଲିପ୍ ଉପରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲେଖିଛନ୍ତି, ପ୍ରକୃତ ଭଲପାଇବାର କୌଣସି ବୟସ ନଥାଏ। ଆଉ ଜଣେ କହିଛନ୍ତି, ଏହାକୁ ହିଁ ପ୍ରକୃତ ଭଲପାଇବା କୁହନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
