Advertisment

ଲାସ୍ୟମୟୀ କି ହାସ୍ୟମୟୀ ନୁହେଁ, ପ୍ରେସ୍‌ର କୁକରକୁ ବାହାହେଲେ ଯୁବକ

ନୂଆଦିଲ୍ଲୀ: ଲାସ୍ୟମୟୀ, ହାସ୍ୟମୟୀ…। ବିବାହ ପୂର୍ବରୁ ଏମିତି କେତେ କଣ ସ୍ୱପ୍ନ ଆଖି ଆଗରେ ଘୂରିବୁଲେ। ଆଉ ତା’ପରେ ବାସ୍ତବ ଜୀବନରେ ସେମିତି ପାଇବାକୁ ମନ ହୋଇଥାଏ। ଏ ସ୍ୱପ୍ନ ପ୍ରତ୍ୟେକ ପୁରୁଷ ତା’ ଜୀବନରେ ଦେଖିଥାଏ। ହେଲେ ଏ ଅଜବ ଦୁନିଆରେ ଦେଖିବାକୁ ମିଳିଛି ଏକ ଗଜବ ଘଟଣା। ଜଣେ ଯୁବକ ଲାସ୍ୟମୟୀ ବା ହାସ୍ୟମୟୀଙ୍କ ପାଇଁ ପାଗଳ ହୋଇନାହିଁ। ହୋଇଛି ଏକ ବିଦ୍ୟୁତ ଚାଳିତ ପ୍ରେସରକୁକର ପାଇଁ। କଥାଟି ବିଶ୍ୱାସ ହେଉନଥିଲେ ବି ବାସ୍ତବରେ […]

ଲାସ୍ୟମୟୀ କି ହାସ୍ୟମୟୀ ନୁହେଁ, ପ୍ରେସ୍‌ର କୁକରକୁ ବାହାହେଲେ ଯୁବକ

Viral News

Advertisment

ନୂଆଦିଲ୍ଲୀ: ଲାସ୍ୟମୟୀ, ହାସ୍ୟମୟୀ...। ବିବାହ ପୂର୍ବରୁ ଏମିତି କେତେ କଣ ସ୍ୱପ୍ନ ଆଖି ଆଗରେ ଘୂରିବୁଲେ। ଆଉ ତା’ପରେ ବାସ୍ତବ ଜୀବନରେ ସେମିତି ପାଇବାକୁ ମନ ହୋଇଥାଏ। ଏ ସ୍ୱପ୍ନ ପ୍ରତ୍ୟେକ ପୁରୁଷ ତା’ ଜୀବନରେ ଦେଖିଥାଏ। ହେଲେ ଏ ଅଜବ ଦୁନିଆରେ ଦେଖିବାକୁ ମିଳିଛି ଏକ ଗଜବ ଘଟଣା। ଜଣେ ଯୁବକ ଲାସ୍ୟମୟୀ ବା ହାସ୍ୟମୟୀଙ୍କ ପାଇଁ ପାଗଳ ହୋଇନାହିଁ। ହୋଇଛି ଏକ ବିଦ୍ୟୁତ ଚାଳିତ ପ୍ରେସରକୁକର ପାଇଁ। କଥାଟି ବିଶ୍ୱାସ ହେଉନଥିଲେ ବି ବାସ୍ତବରେ ଏମିତି ଘଟିଛି। ଜଣେ ଯୁବକ ଏକ ବିଦ୍ୟୁତ ପ୍ରେସର କୁକରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି।

Advertisment

ବିବାହ କରିଥିବା ଏହି ଯୁବକ ଜଣକ ଇଣ୍ଡୋନେସିଆର୍‌ ଖୋଇରୋଲ୍‌ ଅମନ ବୋଲି କୁହାଯାଉଛି। ସେ ରୋଷେଇରେ ବ୍ୟବହାର କରୁଥିବା ବିଦ୍ୟୁତ ପ୍ରେସର କୁକରକୁ ବିବାହ କରିଛି। ତାହା ପୁଣି ପାରମ୍ପରିକ ରୀତିନୀତିରେ। ଖୋଇରୋଲ୍‌ ନିଜେ ଧଳା ରଙ୍ଗର ପୋଷାକ ସେରୱାନୀ ପିନ୍ଧି ଥିବା ବେଳେ ଟୋପି ପିନ୍ଧିଛନ୍ତି। ଆଉ ବେକରେ ପକାଇଛନ୍ତି ମାଳ। ସେ ଧଳା ରଙ୍ଗର ବିଦ୍ୟୁତ ଚାଳିତ ପ୍ରେସର କୁକୁର ଉପରେ ଓଢ଼ଣୀ ପକାଇ କେତେ ବେଳେ ପ୍ରିତିମୟୀ ତୁମ୍ୱନ ଦେଉଛନ୍ତି ତ ଆଉ କେତେବେଳେ ଆଲିଙ୍ଗନ କରୁଛନ୍ତି, ସତେ ଯେପରି ପ୍ରେମିକାଟିଏ ପରି।

https://twitter.com/ETimesLifestyle/status/1443855423535128584?s=20

ଖୋଇରୋଲ୍‌ ବିବାହ ପରେ ଏମିତି କିଛି ଆବେଗପୂର୍ଣ୍ଣ ମୁହୂର୍ତ୍ତର ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଛି। ଏପରିକି ସେ ନିଜେ ମଧ୍ୟ ଟ୍ୱିଟରରେ ଏହି ଫଟୋ ଗୁଡ଼ିକ ସେୟାର୍‌ କରିଛନ୍ତି। ଆଉ ତା’ରେ ଲୋକମାନେ ବିନ୍ଦାସ ଭାବେ କମେଣ୍ଟ ଦେଉଛନ୍ତି।

Advertisment

https://twitter.com/lagidirumah/status/1443895562055548928?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe