Advertisment

ମୁଣ୍ଡ ଉପରେ ବଜ୍ରପାତ, ତଥାପି ବଞ୍ଚିଗଲେ

ଜାକର୍ତା: ପ୍ରକୃତିର ତାଣ୍ଡବ ଆଗରେ ସବୁ କିଛି ଫେଲ୍‌। ଏହା ବେଳେବେଳେ ମଣିଷକୁ ବିଚଳିତ କରିଦିଏ। ବର୍ଷା ଏବଂ ବଜ୍ରପାତ ପାଇଁ ଘରୁ ବାହାରିବା ମୁସ୍‌କିଲ୍‌ ହୋଇପଡେ। ଏହି ସମୟରେ ଘରୁ ନ ବାହାରିବା ପାଇଁ ମଧ୍ୟ ସତର୍କ କରାଯାଇଥାଏ। କାରଣ ବେଳେ ବେଳେ ବଜ୍ରପାତ ମୁଣ୍ଡ ଉପରେ ଛିଡ଼ିପଡ଼େ। ଏହା ହଠାତ୍‌ ଜୀବନ ମଧ୍ୟ ନେଇପାରେ। ନିକଟରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ବଜ୍ରପାତ ହେବା ପରେ ମଧ୍ୟ ସେ ବଞ୍ଚିଯାଇଛନ୍ତି। ‘ରଖେ ହରି ତ […]

ଅଦ୍ୟତନ ହୋଇଛି
ମୁଣ୍ଡ ଉପରେ ବଜ୍ରପାତ, ତଥାପି ବଞ୍ଚିଗଲେ

man struck by lightning

Advertisment

ଜାକର୍ତା: ପ୍ରକୃତିର ତାଣ୍ଡବ ଆଗରେ ସବୁ କିଛି ଫେଲ୍‌। ଏହା ବେଳେବେଳେ ମଣିଷକୁ ବିଚଳିତ କରିଦିଏ। ବର୍ଷା ଏବଂ ବଜ୍ରପାତ ପାଇଁ ଘରୁ ବାହାରିବା ମୁସ୍‌କିଲ୍‌ ହୋଇପଡେ। ଏହି ସମୟରେ ଘରୁ ନ ବାହାରିବା ପାଇଁ ମଧ୍ୟ ସତର୍କ କରାଯାଇଥାଏ। କାରଣ ବେଳେ ବେଳେ ବଜ୍ରପାତ ମୁଣ୍ଡ ଉପରେ ଛିଡ଼ିପଡ଼େ। ଏହା ହଠାତ୍‌ ଜୀବନ ମଧ୍ୟ ନେଇପାରେ। ନିକଟରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ବଜ୍ରପାତ ହେବା ପରେ ମଧ୍ୟ ସେ ବଞ୍ଚିଯାଇଛନ୍ତି। 'ରଖେ ହରି ତ ମାରେ କିଏ' ଏହି ଉକ୍ତିଟି ଏହି ବ୍ୟକ୍ତିଙ୍କ ପାଖରେ ସତ ପ୍ରମାଣିତ ହୋଇଛି। ଚମତ୍କାରବଶତଃ ସେ ବଞ୍ଚିଯାଇଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଇଣ୍ଡୋନେସିଆର ଜାକର୍ତାରେ ଘଟିଛି ଏଭଳି ଘଟଣା। ଜଣେ ସିକ୍ୟୁରିଟି ଗାର୍ଡ ବର୍ଷାରେ ଛତା ଧରି ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ବଜ୍ରପାତ ଘଟିଥିଲା, ଆଉ ତାଙ୍କ ମୁଣ୍ଡ ଉପରେ ହୋଇଥିଲା ଭୟଙ୍କର ନିଆଁ ବର୍ଷା। ପରେ ଜୋର୍‌ରେ ବିସ୍ଫୋରଣ ମଧ୍ୟ ହୋଇଥିଲା। ୩୫ ବର୍ଷୀୟ ଯୁବକ ଜଣକ ହଠାତ୍‌ ବଜ୍ରପାତ ମାରିବାରୁ ସେହିଠାରେ ହିଁ ଟଳିପଡିଥିଲେ। ପରେ ସେଠାରେ ଥିବା କିଛି ସାଥୀ କର୍ମଚାରୀ ଦୌଡି ଆସି ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୂର୍ଣ୍ଣ ଭିଡିଓ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସବୁଠାରୁ ବଡ କଥା ହେଉଛି ଏତେ ଭୟଙ୍କର ବିସ୍ଫୋରଣ ପରେ ବି ଯୁବକଜଣକ ବର୍ତ୍ତିଯାଇଛନ୍ତି। ଭିଡିଓରେ ଥିବା ଯୁବକ ଜଣକ ଅବଦୁଲ ଉତ୍ତର ଜାକର୍ତ୍ତାର ଉପକୂଳବର୍ତ୍ତୀ ସିଲିନ୍ସିଂ ସହରର ପ୍ରାଙ୍ଗଣରେ ପାଟ୍ରୋଲିଂ କରୁଥିବା ଅବଦୁଲ ରୋଜିଡ ବୋଲି ଜଣାପଡିଛି। ବଜ୍ରପାତରେ ଅବଦୁଲଙ୍କ କେବଳ ଦୁଇ ହାତ ଜଳି ଯାଇଛି। ଗୁରୁତର ଅବସ୍ଥାରେ ଅବଦୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ଘଟଣାର ୪ଦିନ ପରେ ତାଙ୍କାର ଚେତା ଫେରିଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଏଭଳି କ୍ଷେତ୍ରରେ ଜୀବନ ବଞ୍ଚିବା ଘଟଣା ବିରଳ। କାରଣ ବଜ୍ରପାତ ଏତେ ଭୟଙ୍କର ଭାବେ ମାଡ ହୋଇଥିଲା ଯେ, ଯାହାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ।

https://twitter.com/Heritzal/status/1475005899580133379?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe