Advertisment

କାର୍‌ ଛାତ ଉପରେ ପ୍ରେମିକାକୁ ବାନ୍ଧି ସହର ପରିକ୍ରମା

ମସ୍କୋ: ନିଜ ପ୍ରେମିକା ପାଇଁ ପ୍ରେମିକମାନେ ସବୁକିଛି କରିପକାନ୍ତି। ତାଙ୍କୁ ବୁଲାଇବା ଠାରୁ ଆରମ୍ଭ କରି ଲଙ୍ଗ ଡ୍ରାଇଭ୍‌ ଏବଂ ସପିଂ ସବୁକିଛି। ନିଜ ଗାର୍ଲଫ୍ରେଣ୍ଡଙ୍କୁ ଖୁସି ରଖିବାକୁ କିଛି ବି କରିବାକୁ ଆଗେଇ ଆସନ୍ତି। ପ୍ରେମିକାମାନେ ମଧ୍ୟ ପ୍ରେମିକଙ୍କୁ କିଭଳି ଖୁସି ରଖିବେ ସେନେଇ ସବୁ ଉପାୟ ଆପଣାଇଥା’ନ୍ତି। ନିକଟରେ ଏଭଳି ଜଣେ ପ୍ରେମୀକ ସାମ୍ନାକୁ ଆସିଛନ୍ତି।, ଯିଏକି ନିଜ ପ୍ରେମିକାକୁ ଖୁସି କରିବାକୁ ଯାଇ ଆପଣାଇଛନ୍ତି ଭୟାନକ ଷ୍ଟଣ୍ଟ। ପ୍ରେମିକର ଏହି କାରନାମା ଏବେ […]

କାର୍‌ ଛାତ ଉପରେ ପ୍ରେମିକାକୁ ବାନ୍ଧି ସହର ପରିକ୍ରମା

girlfriend-on car roof

Advertisment

ମସ୍କୋ: ନିଜ ପ୍ରେମିକା ପାଇଁ ପ୍ରେମିକମାନେ ସବୁକିଛି କରିପକାନ୍ତି। ତାଙ୍କୁ ବୁଲାଇବା ଠାରୁ ଆରମ୍ଭ କରି ଲଙ୍ଗ ଡ୍ରାଇଭ୍‌ ଏବଂ ସପିଂ ସବୁକିଛି। ନିଜ ଗାର୍ଲଫ୍ରେଣ୍ଡଙ୍କୁ ଖୁସି ରଖିବାକୁ କିଛି ବି କରିବାକୁ ଆଗେଇ ଆସନ୍ତି। ପ୍ରେମିକାମାନେ ମଧ୍ୟ ପ୍ରେମିକଙ୍କୁ କିଭଳି ଖୁସି ରଖିବେ ସେନେଇ ସବୁ ଉପାୟ ଆପଣାଇଥା'ନ୍ତି। ନିକଟରେ ଏଭଳି ଜଣେ ପ୍ରେମୀକ ସାମ୍ନାକୁ ଆସିଛନ୍ତି।, ଯିଏକି ନିଜ ପ୍ରେମିକାକୁ ଖୁସି କରିବାକୁ ଯାଇ ଆପଣାଇଛନ୍ତି ଭୟାନକ ଷ୍ଟଣ୍ଟ। ପ୍ରେମିକର ଏହି କାରନାମା ଏବେ ସୋଶାଲ ମିଡିଆରେ ଭରାଇଲ ହୋଇଛି।

Advertisment

ନିଜ ପ୍ରେମିକାକୁ କାର୍‌ର ଛାତ ଉପରେ ବାନ୍ଧିଲା ପ୍ରେମିକ। ଏହାପରେ ପୁରା ସହ ପରିକ୍ରମା କଲା। ଋସର ରାଜଧାନୀ ମସ୍କୋ ସହରରୁ ଆସିଛି କିଛି ଏଭଳି ଭିଡିଓ, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ଲଗ୍‌ଜୁରୀ ବେଣ୍ଟଲି କାର୍‌ର ଛାତ ଉପରେ ଦଉଡି ଏବଂ ଟେପ୍‌ ସହାୟତାରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବନ୍ଧି ରଖିଛି ବୟଫ୍ରେଣ୍ଡ। କାର୍‌ ଚଳାଇବା ସମୟରେ ପ୍ରେମିକାର ହାତକୁ ଧରି ରହିଛି ପ୍ରେମିକ। ଏଭଳି ଅବସ୍ଥାରେ ପୂରା ସହର ପରିକ୍ରମା କରିଛନ୍ତି ଉଭୟ। ଏଥିସହ ଉଭୟ ଟ୍ରଷ୍ଟ ଟ୍ରଷ୍ଟ ଅର୍ଥାତ ବିଶ୍ୱାସ ବିଶ୍ୱାସ କରୁଛନ୍ତି।

ପ୍ରେମୀ ଯୁଗଳଙ୍କ ଏହି ଷ୍ଟଣ୍ଟ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଯାଏଁ ଏହି ଭିଡିଓକୁ ୭୯ ହଜାରରୁ ବି ଅଧିକ ଲୋକ ଲାଇକ୍‌ ମିଳିସାରିଲେଣି।

Advertisment

ଏହି ପ୍ରମୀ ଯୁଗଳ ଇନ୍‌ଷ୍ଟାଗ୍ରାମରେ ନିଜ ୫ ମିଲିଅନ୍‌ ଫଲୋଅର୍ସଙ୍କୁ ଇମ୍ପ୍ରେସ କରିବା ପାଇଁ ଏଭଳି କାରନାମା କରିଛନ୍ତି। କିନ୍ତୁ ତାଙ୍କୁ ଏଭଳି ଷଣ୍ଟ କରିବା ମହଙ୍ଗା ପଡିଛି। ଏଥିପାଇଁ ଉଭୟଙ୍କୁ ପୁଲିସ ଗିରଫ କିରଛି। ଏଥିସହ ଟ୍ରାଫିକ ପୁଲିସ ତାଙ୍କ ଠାରୁ ୮୦୦ ଟଙ୍କା ଫାଇନ୍‌ ଆଦାୟ କରିଛି। ଏଥିସହ ଏଭଳି ପୁର୍ନବାର ନ କରିବା ପାଇଁ ପ୍ରେମୀ ଯୁଗଳଙ୍କୁ ସତର୍କ ମଧ୍ୟ କରାଇଛି। କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ୟୁଜର୍ସମାନେ ଜୋରଦାର ଟ୍ରୋଲ ମଧ୍ୟ କରିଛନ୍ତି। ଏହାପରେ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଦ୍ୱୟ ଲୋକଙ୍କୁ କ୍ଷମା ମାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe