ନାଇଟି ପିନ୍ଧି ଫ୍ଲାଏଓଭର ଉପରେ ନାଚିଲେ, ଫାଇନ୍‌ ଗଣିଲେ

କୋଲକାତା: ସୋଶାଲ ମିଡିଆରେ ପପୁଲାର ହେବା ପାଇଁ ଆଜିକାଲି ସମସ୍ତେ ଚେଷ୍ଟା କରୁଛନ୍ତି। କିଭଳି ତାଙ୍କ ଫଲୋଅର୍ସ ସଂଖ୍ୟା, ଲାଇକ୍ସ ଏବଂ ସେଆର ବଢ଼ିବ ସେନେଇ ଉଦ୍ୟମ କରୁଛନ୍ତି। ଅଧିକାଂଶ ଲୋକଙ୍କ ଏହି ଉଦ୍ୟମ ସଫଳ ମଧ୍ୟ ହୋଇଛି। କିଏ ଡ୍ୟାନ୍ସ କରି ପପୁଲାର ହେଉଛି ତ’ ଆଉ କିଏ କମେଡି କରି। ସେହିପରି କିଏ ଗୀତ ଗାଇ ପପୁଲାର ହେଉଛି ତ ଆଉ କିଏ ଜୋକ୍ସ ଶୁଣାଇ। ତେବେ ନିକଟରେ ସୋଶାଲ ମିଡିଆରେ ପୂର୍ବରୁ ସକ୍ରିୟ […]

Sandy saha

Sandy saha

Madhupriya Mistry
  • Published: Thursday, 23 September 2021
  • Updated: 23 September 2021, 03:50 PM IST

Sports

Latest News

କୋଲକାତା: ସୋଶାଲ ମିଡିଆରେ ପପୁଲାର ହେବା ପାଇଁ ଆଜିକାଲି ସମସ୍ତେ ଚେଷ୍ଟା କରୁଛନ୍ତି। କିଭଳି ତାଙ୍କ ଫଲୋଅର୍ସ ସଂଖ୍ୟା, ଲାଇକ୍ସ ଏବଂ ସେଆର ବଢ଼ିବ ସେନେଇ ଉଦ୍ୟମ କରୁଛନ୍ତି। ଅଧିକାଂଶ ଲୋକଙ୍କ ଏହି ଉଦ୍ୟମ ସଫଳ ମଧ୍ୟ ହୋଇଛି। କିଏ ଡ୍ୟାନ୍ସ କରି ପପୁଲାର ହେଉଛି ତ' ଆଉ କିଏ କମେଡି କରି। ସେହିପରି କିଏ ଗୀତ ଗାଇ ପପୁଲାର ହେଉଛି ତ ଆଉ କିଏ ଜୋକ୍ସ ଶୁଣାଇ। ତେବେ ନିକଟରେ ସୋଶାଲ ମିଡିଆରେ ପୂର୍ବରୁ ସକ୍ରିୟ ଥିବା ଜଣେ ବ୍ୟକ୍ତିଙ୍କୁ ଏଭଳି କିଛି କରିବା ମହଙ୍ଗା ପଡିଛି।

ସ୍ୟାଣ୍ଡି ଶାହା ନମକ ଜଣେ ସୋଶାଲ ମିଡିଆ ୟୁଜର୍ସଙ୍କୁ ପଶ୍ଚିମବଙ୍ଗର ଏକ ଫ୍ଲାଏଓଭର ଉପରେ ଡ୍ୟାନ୍ସ କରିବା ଭାରି ପଡିଛି। ତାଙ୍କ ନାଁରେ ଏଫ୍‌ଆଇ୍ଆର୍‌ ରୁଜୁ ହେବା ସହ ତାଙ୍କୁ ମୋଟା ଅଙ୍କର ଫାଇନ୍‌ ମଧ୍ୟ ଗଣିବାକୁ ପଡିଛି।

ସୂଚନା ମୁତାବକ, ସ୍ୟାଣ୍ଡି ଜଣେ ସୋଶାଲ ମିଡିଆ ୟୁଜର୍ସ। ସେ ମଙ୍ଗଳବାର ଦିନ କୋଲକାତାର ମା' ଫ୍ଲାଏଓଭର ଉପରେ ନିଜ କାର୍‌ ରଖି। ରାସ୍ତା ମଝିରେ ଡିଭାଇଡର ଉପରେ ଠିଆ ହୋଇ ନାଇଟି ପିନ୍ଧି ଡ୍ୟାନ୍ସ କରିଥିଲେ। ୩ ମିନିଟ୍‌ ୩୮ ସେକେଣ୍ଡର ଏହି ଭିଡିଓଟିକୁ ସେ ନିଜ ସୋଶାଲ ମିଡିଆରେ ଶେଆର ମଧ୍ୟ କରିଥିଲେ। ଫେସ୍‌ବୁକ୍‌ରେ ଏହି ଭିଡିଓଟି ଭାଇରାଲ ହୋଇଛି। ଏଯାଏଁ ଏହି ଭିଡିଓକୁ ୪.୨ ମିଲିଅନରୁ ବି ଅଧିକ ଲୋକ ଦେଖିସାରିଲେଣି। ସେପଟେ ଅନେକ ଲୋକେ ଏହି ଭିଡିଓଟିକୁ କୋଲକାତା ପୁଲିସକୁ ଟ୍ୟାଗ୍‌ କରିଛନ୍ତି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିବା ପାଇଁ ପ୍ରଭାବିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସେପଟେ କୋଲକାତା ପୁଲିସ ମଧ୍ୟ କାର୍‌ ମାଲିକ ଏବଂ ସ୍ୟାଣ୍ଡିଙ୍କ ବିରୋଧରେ ଆକ୍ସନ ନେଇଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କାର୍‌ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏଥିସହ ସିସିଟିଭି ଫୁଟେଜ ଆଧାରରେ କାର୍‌ର ମାଲିକ କିଏ ତାହା ଜଣାପଡିଛି। ପୁଳିସ ସ୍ୟାଣ୍ଡି ଶାହା ଏବଂ ଭିଡିଓ ରେକର୍ଡ କରୁଥିବା ସମୟରେ ତାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ନୋଟିସ ପଠାଇଛି। ଏଥିସହ ଫାଇନ୍‌ ଭରିବାକୁ ମଧ୍ୟ କହିଛି ପୁଲିସ୍‌।

ସେପଟେ ସୋଶାଲ ମିଡିଆରେ ୧୫ ଲକ୍ଷରୁ ବି ଅଧିକ ଫର୍ଲୋଅର୍ସ ଥିବା ସ୍ୟାଣ୍ଡି ଶାହା ପ୍ରଥମେ ମନା କରୁଥିଲେ କିନ୍ତୁ, ପରେ ନିଜ ଭୁଲ୍‌ ସ୍ୱୀକାର କରିଛନ୍ତି। ନିୟମ ଅନୁଯାୟୀ ଫ୍ଲାଏଓଭର ଉପରେ କାର୍‌ ଅଟକାଇବା ମନା ବୋଲି ସେ ପୂର୍ବରୁ ଜଣିଥିବା କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos