Advertisment

ତାଲା ବନ୍ଦ ଶୁଣି ଲୋକେ ଛାନିଆ

ନୂଆଦିଲ୍ଲୀ: ଇଞ୍ଜେକ ସନ୍‌ ନୁହେଁ ଆଲକହଲ କରିବ ଫାଇଦା। ଔଷଧ ନୁହେଁ ପେଗ୍‌ ଦରକାର। ଲକଡାଉନ କଥା ଶୁଣି ମଦ କିଣିବାକୁ ଆସିଥିବା ଜଣେ ଗ୍ରାହକ ଆଜି ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି , ଯେତେ ଜଣ ମଦ ପିଉଛନ୍ତି ସେତିକି ଜଣ କରୋନାରୁ ଦୂରେଇ ରହିବେ। ତାଲା ବନ୍ଦରେ ମଦୁଆମାନଙ୍କୁ ଫରକ ପଡିବ।  ଆମ ଉପରେ ଔଷଧରେ କୌଣସି ପ୍ରଭାବ ପକାଇବ ନାହିଁ। ଗୋଟିଏ ପେଗ୍‌ ମାରିଦେଲେ ପ୍ରଭାବ ପଡିବ।  ଲକଡାଉନ୍‌ରେ ସବୁ ବନ୍ଦ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ତାଲା ବନ୍ଦ ଶୁଣି ଲୋକେ ଛାନିଆ

ALCOHOL BUYER

ନୂଆଦିଲ୍ଲୀ: ଇଞ୍ଜେକ ସନ୍‌ ନୁହେଁ ଆଲକହଲ କରିବ ଫାଇଦା। ଔଷଧ ନୁହେଁ ପେଗ୍‌ ଦରକାର। ଲକଡାଉନ କଥା ଶୁଣି ମଦ କିଣିବାକୁ ଆସିଥିବା ଜଣେ ଗ୍ରାହକ ଆଜି ଏଭଳି କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି , ଯେତେ ଜଣ ମଦ ପିଉଛନ୍ତି ସେତିକି ଜଣ କରୋନାରୁ ଦୂରେଇ ରହିବେ। ତାଲା ବନ୍ଦରେ ମଦୁଆମାନଙ୍କୁ ଫରକ ପଡିବ।  ଆମ ଉପରେ ଔଷଧରେ କୌଣସି ପ୍ରଭାବ ପକାଇବ ନାହିଁ। ଗୋଟିଏ ପେଗ୍‌ ମାରିଦେଲେ ପ୍ରଭାବ ପଡିବ।  ଲକଡାଉନ୍‌ରେ ସବୁ ବନ୍ଦ କରିଲେ ଚଳିବ କିନ୍ତୁ ଠେକା ଖୋଲିବା ଉଚିତ। ମଦ ଦୋକାନ ଖୋଲା ରହିଲେ ଆମେ ହସ୍ପିଟାଲ ଯିବାରୁ ବର୍ତ୍ତି ଯିବୁ ବୋଲି ଗ୍ରାହକ କହିଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜଧାନୀ ଦିଲ୍ଲୀରେ କରୋନାର ଅସମ୍ଭାଳ ସ୍ଥିତିକୁ ଦୃଷ୍ଟିରେ ରଖି ୬ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ତେବେ ତାଲା ବନ୍ଦ କଥା ଶୁଣି ଏବେ ଛାନିଆ ହୋଇଯାଇଛନ୍ତି ଲୋକେ। ମଦ ପାଇଁ ଲଗାଇଛନ୍ତି ଲମ୍ବା ଲାଇନ୍‌। ଭିଡ ଏତେ ଯେ, ଅସମ୍ବାଳ। ବିଶେଷ କରି ୬ ଦିନ ପାଇଁ ମଦ ଷ୍ଟକ ରଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

Advertisment

୨୦୨୦ ଲକଡାଉନ ବେଳେ ଯେଉଁଭଳି ଭିଡ଼ ମଦ ଦୋକାନ ଆଗରେ ଦେଖିବାକୁ ମିଳିଥିଲା,ଆଜି ଅନୁରୂପ ଘଟଣା ଘଟିଛି। ଲୋକମାନେ ସାମାଜିକ ଦୂରତା ଭୁଲି ମଦ ପାଇଁ ଦୋକାନ ଆଗରେ ଧାଡ଼ିରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଲୋକମାନେ ବ୍ୟାଗ ଠାରୁ ଆରମ୍ଭ କରି ଅଖାରେ ମଦ ବୋହିନେଉଛନ୍ତି।

ଦରିୟାଗଞ୍ଜ, କାର୍ଲୋ ବାଗ, ଗୋଏଲ ମାର୍କେଟ ଠାରୁ ଆରମ୍ଭ କରି ଖାନ ମାର୍କେଟରେ ଥିବା ମଦ ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଢୁଢୁ ଖରାରେ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇ ୬ ଦିନ ପାଇଁ ମଦ ଷ୍ଟକ କରିବାରେ ଲାଗିଛନ୍ତି ଲୋକମାନେ । ଧାଡ଼ିରେ ଛିଡ଼ା ହେବା ବେଳେ ଠେଲାପେଲାର ମଧ୍ୟ ଘଟୁଛି। କରୋନା ପାଇଁ ଜାରି ଗାଇଡଲାଇନକୁ ମଦ ପାଇଁ ସମସ୍ତେ ଉଲ୍ଲଙ୍ଘନ କରିବାରେ ଲାଗିଛନ୍ତି।

ଗୋଟିଏ ପଟେ ଦିଲ୍ଲୀରେ କରୋନା ସଂକ୍ରମଣ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ମଦ ପାଇଁ ଏପରି ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।