Advertisment

ବଧୂ ବେଶରେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ

କୋଲକାତା: ବଧୂ ବେଶରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ। ଲାଲ ରଙ୍ଗର ଶାଢ଼ୀ, ଚୁଡି ମଥାରେ ସିନ୍ଥି ପିନ୍ଧି ସେ ସାଜିଛନ୍ତି କନିଆଁ। ବଙ୍ଗୀୟ ନବବଧୂ ବେଶରେ ସଜେଇ ହୋଇଛନ୍ତି ରାନୁ ମଣ୍ଡଳ। ଯହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବଧୂ ବେଶରେ ସଜେଇ ହୋଇ ପୁଣି ଗୀତ ଗାଇଛନ୍ତି ରାନୁ ମଣ୍ଡଳ। ରାତାରାତି ଷ୍ଟାର ପାଲଟିଥିବା ରାନୁ ବେଶ୍‌ କିଛି ଦିନ ଧରି ସୋଶାଲ ମିଡିଆରେ […]

ଅଦ୍ୟତନ ହୋଇଛି
ବଧୂ ବେଶରେ ରାନୁ ମଣ୍ଡଳ, ଭିଡିଓ ଭାଇରାଲ

Ranu Mandal

Advertisment

କୋଲକାତା: ବଧୂ ବେଶରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳ। ଲାଲ ରଙ୍ଗର ଶାଢ଼ୀ, ଚୁଡି ମଥାରେ ସିନ୍ଥି ପିନ୍ଧି ସେ ସାଜିଛନ୍ତି କନିଆଁ। ବଙ୍ଗୀୟ ନବବଧୂ ବେଶରେ ସଜେଇ ହୋଇଛନ୍ତି ରାନୁ ମଣ୍ଡଳ। ଯହାର ଫଟୋ ଆଉ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବଧୂ ବେଶରେ ସଜେଇ ହୋଇ ପୁଣି ଗୀତ ଗାଇଛନ୍ତି ରାନୁ ମଣ୍ଡଳ। ରାତାରାତି ଷ୍ଟାର ପାଲଟିଥିବା ରାନୁ ବେଶ୍‌ କିଛି ଦିନ ଧରି ସୋଶାଲ ମିଡିଆରେ ଛାଇ ଯାଇଥିଲେ। କିନ୍ତୁ ଏହାପରେ ହଠାତ୍‌ ସେ ଗାଏବ ହୋଇ ଯାଇଥିଲେ। ଏବେ ପୁଣି ସେ ଏକ ନୂଆ ଅବତାରରେ ସୋଶାଲ ମିଡିଆକୁ କମ୍‌ବ୍ୟାକ୍‌ କରିଛନ୍ତି। କନିଆଁ ଗେଟ୍‌ଅପ୍‌ରେ ସେ ଗାଇଛନ୍ତି ଫେମସ୍‌ ଗୀତ 'କାଚା ବାଦାମ୍‌'। ତେବେ ସେ ଗାଇଥିବା ଏହି ଗୀତକୁ ଲୋକେ ପସନ୍ଦ କରିବା ବଦଳରେ ତାଙ୍କୁ ସୋଶାଲ ମିଡିଆରେ କରିଛନ୍ତି ଜୋରଦାର୍‌ ଟ୍ରୋଲ୍‌।

ଭିଡିଓରେ ରାନୁ ମଣ୍ଡଳ 'କଚା ବାଦାମ୍‌' ଗୀତକୁ ନିଜ ଭଏସ୍‌ରେ ଗାଇବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ୟୁଜର୍ସଙ୍କୁ କିନ୍ତୁ ତାଙ୍କର ଏହି ଗୀତ ପସନ୍ଦ ଆସୁନି। ତାଙ୍କୁ ଟ୍ରୋଲ କରିବା ସହ ଅନେକ ଲୋକେ ସମାଲୋଚନା ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ' ଗୀତ ଶୁଣି ପୂରା ମୁଡ୍‌ ଖରାପ ହୋଇଗଲା।' ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, 'ଏହି ଭିଡିଓ ଦେଖି ଆଖିରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଇଛି।'

Advertisment

ରାନୁ ମଣ୍ଡଳ ଏହି ଭିଡିଓରେ ନିଜେ ଗାଇଥିବା ଗୀତ ସହ ନିଜ ଲୁକ୍‌କୁ ନେଇ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି। ବଙ୍ଗୀୟ ବଧୂ ବେଶରେ ରାନୁ ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି। ୨୦୧୯ରେ ରାସ୍ତା ଉପରେ 'ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ' ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ। ସେ ଗାଇଥିବା ଏହି ଗୀତଟି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସେ ରାତାରାତି ଷ୍ଟାର ପାଲଟିଯାଇଥିଲେ। ପଶ୍ଚିମବଙ୍ଗର ରଣଘାଟ ରେଲୱେ ଷ୍ଟେସନର ଜଣେ ଯୁବ ଇଂଜିନିୟର୍‌ଙ୍କ ଦ୍ୱାରା ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବଲିଉଡର ପ୍ରସିଦ୍ଧ ସିଙ୍ଗର୍‌ ତଥା ମ୍ୟୁଜିକ୍‌ କମ୍ପୋଜର୍‌ ହିମେଶ ରେଶମିଆ ତୁରନ୍ତ ରାନୁଙ୍କୁ ନିଜ ଫିଲ୍ମରେ ଏକ ଗୀତ ଗାଇବାର ସୁଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe