IAS
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ୍। ପ୍ରଥମଥର ଜିତିଛି ଥୋମାସା କପ୍। ଆଉ ଏହା ଦେଶବାସୀଙ୍କୁ ବହୁତ ଆନନ୍ଦ ଦେଇଛି। ସେଥିପାଇଁ ଯେଉଁମାନେ ସୋଶାଲ୍ ମିଡିଆରେ ଆକ୍ଟିଭ୍ ଅଛନ୍ତି ସମେସ୍ତ ଭାରତୀୟ ବ୍ୟାଡମିଣ୍ଟନ ଟିମ୍କୁ ଏହି ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛନ୍ତି। ଏହି କ୍ରମରେ ଆଇଏଏସ୍ ଅଫିସର ସୋମେଶ ଉପାଧ୍ୟାୟ ମଧ୍ୟ ଟ୍ୱିଟ୍ କରିଛନ୍ତି।
ଭାରତୀୟ ଟିମ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ ସେ ଲେଖିଛନ୍ତି- ଇଣ୍ଡୋନେସିଆର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ଯେ ଭାରତୀୟମାନେ ବ୍ୟାଡମିଣ୍ଟନରେ ସେମାନଙ୍କ ଠାରୁ ଏତେ ଭଲ କେମିତି ହେଲେ।
ଏହି ଧାଡ଼ିଟି ଠିକ୍ ଅଛି। ଏଥିରେ ଭାରତୀୟ ବ୍ୟାଡ୍ମିଣ୍ଟନ ଟିମ୍ ବା ଭାରତୀୟଙ୍କୁ ଅପମାନିତ କଲା ଭଳି କିଛି ନାହିଁ। କିନ୍ତୁ ସେ ଏହି ଧାଡ଼ିଟି ଲେଖି ତା’ ତଳେ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି, ତାହା ସବୁ ଗଡ଼ବଡ଼ କରି ଦେଲା। ତାହା ତାଙ୍କ ପାଇଁ ବୁମେରାଂ ହେଲା। ହୁଏତ ସେ ଇଣ୍ଡୋନେସିଆକୁ ବ୍ୟଙ୍ଗ କରିବା ଉଦ୍ଦେଶ୍ୟରେ ସେହି ଫଟୋ ପୋଷ୍ଟ କରିଥିବେ। କିନ୍ତୁ ସୋଶାଲ ମିଡିଓ ୟୁଜରଙ୍କ ମତ ହେଲା- ଏହା ଇତିହାସ ରଚିଥିବା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ସହିତ ପ୍ରତିଟି ଭାରତୀୟଙ୍କୁ ବ୍ୟଙ୍ଗ ବା ଉପହାସ କରିଛି।
ଆଇଏଏସ୍ ସୋମେଶ ଉପାଧ୍ୟାୟ ଉକ୍ତ ଲେଖା ସହିତ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ତାହା ହେଉଛି ମଶା ମାରିବା ପାଇଁ ଉଦ୍ଦିଷ୍ଟ ଇଲେକ୍ଟ୍ରିକ୍ ରାକେଟ୍।
ଆଉ ଏହାକୁ ବା କେମିତି କେହି ସହ୍ୟ କରନ୍ତା। ତେଣୁ ସମସ୍ତେ ତାଙ୍କୁ ଟ୍ରୋଲ କରିଛନ୍ତି। ସମସ୍ତେ ତାଙ୍କୁ ସାଂଘାତିକ ସମାଲୋଚନା କରିଛନ୍ତି ଆଇଏଏସ୍ ସୋମେଶ ଉପାଧ୍ୟାୟଙ୍କୁ। ବିଜୟୀ ଟିମ୍କୁ ଏହା ଅସମ୍ମାନ ବୋଲି କିଏ ଲେଖିଥିବା ବେଳେ ଆଉ କେହି କେହି ଲେଖିଛନ୍ତି ଆଇଏଏସ୍ମାନେ ଖେଳାଳିଙ୍କୁ କିଭଳି ସମ୍ମାନ ଦିଅନ୍ତି, ଏଥିରୁ ବୁଝା ପଡ଼ୁଛି। ସେହିଭଳି ଆଉ କିଏ ଲେଖିଛି ଏ ପୋଷ୍ଟ ପୂରା ବିଜୟର ମଜାକୁ ପାଣିଚିଆ କରି ଦେଲା।
ସୂଚନାଯୋଗ୍ୟ, ଗତକାଲି ଥୋମାସ କପ୍ ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା ଭାରତ। ଥୋମାସ କପ୍ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାର୍କ ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍ ଜିତି ପାରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/05/66-4.jpg)