କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ରାମାୟଣ ପାଠ

ଜୟପୁର: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । ରାଜସ୍ଥାନରେ ମଧ୍ୟ ଲଗାତର ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କିନ୍ତୁ ଏଭଳି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ। ଜୟପୁରର ରୁଙ୍ଗଟା ହସ୍ପିଟାଲରେ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ନୂଆ ଉପାୟ ଆପଣା ଯାଇଛି। କୋଭିଡ୍ ରୋଗୀଙ୍କୁ ମାନସିକ ଭାବେ ମଜଭୁତ କରିବା ଲାଗି ଏଠାରେ ରାମାୟଣ ପାଠ କରାଯାଉଛି। ରାମାୟଣ ପାଠ କରିବା ପାଇଁ […]

covid-patient

covid-patient

Ranjit Kumar Jena
  • Published: Friday, 07 May 2021
  • Updated: 07 May 2021, 11:35 PM IST

Sports

Latest News

ଜୟପୁର: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । ରାଜସ୍ଥାନରେ ମଧ୍ୟ ଲଗାତର ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କିନ୍ତୁ ଏଭଳି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ। ଜୟପୁରର ରୁଙ୍ଗଟା ହସ୍ପିଟାଲରେ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ନୂଆ ଉପାୟ ଆପଣା ଯାଇଛି। କୋଭିଡ୍ ରୋଗୀଙ୍କୁ ମାନସିକ ଭାବେ ମଜଭୁତ କରିବା ଲାଗି ଏଠାରେ ରାମାୟଣ ପାଠ କରାଯାଉଛି।

ରାମାୟଣ ପାଠ କରିବା ପାଇଁ ହସ୍ପିଟାଲକୁ ପଣ୍ଡିତ ଡକାଯାଇଛି। ପଣ୍ଡିତ ଜଣକ କୋଭିଡ୍ ଗାଇଡ୍ ଲାଇନ୍ ସହ ପିପିଇ କିଟ୍ ପିନ୍ଧି ରାମାୟଣ ପାଠ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ରୁଙ୍ଗଟା ହସ୍ପିଟାଲର ମାଲିକ ରାସ ବିହାରୀ ରୁଙ୍ଗଟା କହିଛନ୍ତି, ବର୍ତ୍ତମାନ ଚାରିଆଡ଼େ ନକାରାତ୍ମକ ବାତାବରଣ ଦେଖିବାକୁ ମିଳୁଛି ଏବଂ ଏଭଳି ସମୟରେ ଲୋକଙ୍କୁ ମାନସିକ ଓ ଶାରୀରିକ ଭାବେ ମଜଭୁତ୍ କରିବା ଦରକାର। କୋଭିଡ୍ ରୋଗୀ ପୂର୍ବରୁ ହିଁ ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି। କିନ୍ତୁ ଆମେ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ କେବଳ ରାମାୟଣ ପାଠ ନୁହେଁ ବରଂ ଯୋଗ ସେସନ୍ ମଧ୍ୟ କରାଉଛୁ।

https://twitter.com/Manish_IndiaTV/status/1390579767783542789?s=20

କୋଭିଡ୍ ରୋଗୀଙ୍କ ପାଇଁ ରାମାୟଣ ପାଠ ସହ ଯୋଗ ଓ ପୁସ୍ତକ ମଧ୍ୟ ପଢା ଯାଉଛି। ଏହି ହସ୍ପିଟାଲରେ ରୋଗୀଙ୍କୁ ପର୍ଯ୍ୟାୟ କ୍ରମେ ଯୋଗ ଠାରୁ ଆରମ୍ଭ କରି ରାମାୟଣ ପାଠ ସହ ଧାର୍ମିକ ଓ ମଣିଷ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଥିବା କିଛି ପୁସ୍ତକ ମଧ୍ୟ ପାଠ କରାଯାଉଛି। ଯାହାଦ୍ୱାରା ରୋଗୀ ନିଜକୁ ଉନ୍ନତ ମନେ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos