Advertisment

କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ରାମାୟଣ ପାଠ

ଜୟପୁର: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । ରାଜସ୍ଥାନରେ ମଧ୍ୟ ଲଗାତର ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କିନ୍ତୁ ଏଭଳି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ। ଜୟପୁରର ରୁଙ୍ଗଟା ହସ୍ପିଟାଲରେ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ନୂଆ ଉପାୟ ଆପଣା ଯାଇଛି। କୋଭିଡ୍ ରୋଗୀଙ୍କୁ ମାନସିକ ଭାବେ ମଜଭୁତ କରିବା ଲାଗି ଏଠାରେ ରାମାୟଣ ପାଠ କରାଯାଉଛି। ରାମାୟଣ ପାଠ କରିବା ପାଇଁ […]

କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ରାମାୟଣ ପାଠ

covid-patient

Advertisment

ଜୟପୁର: ସାରା ଦେଶରେ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । ରାଜସ୍ଥାନରେ ମଧ୍ୟ ଲଗାତର ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି। କିନ୍ତୁ ଏଭଳି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ। ଜୟପୁରର ରୁଙ୍ଗଟା ହସ୍ପିଟାଲରେ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ନୂଆ ଉପାୟ ଆପଣା ଯାଇଛି। କୋଭିଡ୍ ରୋଗୀଙ୍କୁ ମାନସିକ ଭାବେ ମଜଭୁତ କରିବା ଲାଗି ଏଠାରେ ରାମାୟଣ ପାଠ କରାଯାଉଛି।

Advertisment

ରାମାୟଣ ପାଠ କରିବା ପାଇଁ ହସ୍ପିଟାଲକୁ ପଣ୍ଡିତ ଡକାଯାଇଛି। ପଣ୍ଡିତ ଜଣକ କୋଭିଡ୍ ଗାଇଡ୍ ଲାଇନ୍ ସହ ପିପିଇ କିଟ୍ ପିନ୍ଧି ରାମାୟଣ ପାଠ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ରୁଙ୍ଗଟା ହସ୍ପିଟାଲର ମାଲିକ ରାସ ବିହାରୀ ରୁଙ୍ଗଟା କହିଛନ୍ତି, ବର୍ତ୍ତମାନ ଚାରିଆଡ଼େ ନକାରାତ୍ମକ ବାତାବରଣ ଦେଖିବାକୁ ମିଳୁଛି ଏବଂ ଏଭଳି ସମୟରେ ଲୋକଙ୍କୁ ମାନସିକ ଓ ଶାରୀରିକ ଭାବେ ମଜଭୁତ୍ କରିବା ଦରକାର। କୋଭିଡ୍ ରୋଗୀ ପୂର୍ବରୁ ହିଁ ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି। କିନ୍ତୁ ଆମେ ସେମାନଙ୍କ ମନୋବଳ ବଢ଼ାଇବା ପାଇଁ କେବଳ ରାମାୟଣ ପାଠ ନୁହେଁ ବରଂ ଯୋଗ ସେସନ୍ ମଧ୍ୟ କରାଉଛୁ।

https://twitter.com/Manish_IndiaTV/status/1390579767783542789?s=20

କୋଭିଡ୍ ରୋଗୀଙ୍କ ପାଇଁ ରାମାୟଣ ପାଠ ସହ ଯୋଗ ଓ ପୁସ୍ତକ ମଧ୍ୟ ପଢା ଯାଉଛି। ଏହି ହସ୍ପିଟାଲରେ ରୋଗୀଙ୍କୁ ପର୍ଯ୍ୟାୟ କ୍ରମେ ଯୋଗ ଠାରୁ ଆରମ୍ଭ କରି ରାମାୟଣ ପାଠ ସହ ଧାର୍ମିକ ଓ ମଣିଷ ମନରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରୁଥିବା କିଛି ପୁସ୍ତକ ମଧ୍ୟ ପାଠ କରାଯାଉଛି। ଯାହାଦ୍ୱାରା ରୋଗୀ ନିଜକୁ ଉନ୍ନତ ମନେ କରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe