Advertisment

ପୁଲିସ ଅବତାରରେ ବାବା କାଳ ଭୈରବ

ଲକ୍ଷ୍ନୌ: ନୂଆ ରୂପରେ ବାବା କାଳ ଭୈରବ।  ପୁଲିସ ୟୁନିଫର୍ମ ପିନ୍ଧିଛନ୍ତି ବାବା କାଳ ଭୈରବ। ମନ୍ଦିର ଭିତରେ ବସିଛନ୍ତି କାଶୀର କୋତୱାଲ। ପୁଲିସ ୟୁନିଫର୍ମ ପିନ୍ଧିଥିବା ବେଳେ ମୁଣ୍ଡରେ ଟୋପି, ହାତରେ ବାଡି ଓ ଆଉ ଏକ ହାତରେ ରେଜିଷ୍ଟର ଧରିଥିବା ନଜର ଆସିଛନ୍ତି ବାବା କାଳ ଭୈରବ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାରଣାସୀରେ। ବାସ୍ତବରେ ମନ୍ଦିର ଭିତରେ ଠାକୁରଙ୍କ ମୂର୍ତ୍ତିକୁ ବିଭିନ୍ନ ବେଶଭୂଷାରେ ସୁନ୍ଦର ଭାବେ ସଜାଯାଇଥାଏ। କିନ୍ତୁ ବାରଣାସୀର ଏହି […]

ଅଦ୍ୟତନ ହୋଇଛି
ପୁଲିସ ଅବତାରରେ ବାବା କାଳ ଭୈରବ

Baba kaal-bhairav

Advertisment

ଲକ୍ଷ୍ନୌ: ନୂଆ ରୂପରେ ବାବା କାଳ ଭୈରବ।  ପୁଲିସ ୟୁନିଫର୍ମ ପିନ୍ଧିଛନ୍ତି ବାବା କାଳ ଭୈରବ। ମନ୍ଦିର ଭିତରେ ବସିଛନ୍ତି କାଶୀର କୋତୱାଲ। ପୁଲିସ ୟୁନିଫର୍ମ ପିନ୍ଧିଥିବା ବେଳେ ମୁଣ୍ଡରେ ଟୋପି, ହାତରେ ବାଡି ଓ ଆଉ ଏକ ହାତରେ ରେଜିଷ୍ଟର ଧରିଥିବା ନଜର ଆସିଛନ୍ତି ବାବା କାଳ ଭୈରବ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାରଣାସୀରେ।

Advertisment

ବାସ୍ତବରେ ମନ୍ଦିର ଭିତରେ ଠାକୁରଙ୍କ ମୂର୍ତ୍ତିକୁ ବିଭିନ୍ନ ବେଶଭୂଷାରେ ସୁନ୍ଦର ଭାବେ ସଜାଯାଇଥାଏ। କିନ୍ତୁ ବାରଣାସୀର ଏହି କାଳ ଭୈରବ ମୂର୍ତ୍ତିକୁ ଆପଣ ପୁଲିସ ବେଶରେ ଦେଖିବାକୁ ପାଇବେ। ପ୍ରଥମଥର ପାଇଁ ଏଠାରେ କାଶୀର କୋତୱାଲ କୁହାଯାଉଥିବା ବାବା କାଳ ଭୈରବଙ୍କୁ ପୁଲିସ ପୋଷାକ ପିନ୍ଧା ଯାଇଛି।  ଭୈରବ ବାବାଙ୍କ ମୁଣ୍ଡରେ ପୋଲିସ୍ କ୍ୟାପ୍, ଛାତିରେ ବ୍ୟାଜ୍ ମଧ୍ୟ ଲାଗିଛି। ଏବେ କାଳ ଭୈରବଙ୍କ ଏଭଳି ମୂର୍ତ୍ତିକୁ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସେପଟେ ସୋଶାଲ ମିଡିଆରେ ମଧ୍ୟ ପୁଲିସ ଅବତାରରେ ସଜେଇ ହୋଇଥିବା କାଳ ଭୈରବଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

ଭକ୍ତଙ୍କ  କହିବା ଅନୁଯାୟୀ, 'ଯଦି ବାବା ରେଜିଷ୍ଟର ଏବଂ କଲମ ସହିତ ବସିଛନ୍ତି, ତେବେ କାହାର ଅଭିଯୋଗକୁ ଅଣଦେଖା କରିବେ ନାହିଁ ଏବଂ ବାବା ମହାମାରୀ ସମୟରେ ଲୋକଙ୍କୁ ସୁରକ୍ଷା ଦେବେ ଓ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ମଧ୍ୟ ଦେବେ।'

Advertisment

ବାବା କାଳ ଭୈରବ ମନ୍ଦିରର ମହନ୍ତ ଅନୀଲ ଦୁବେ କହିଛନ୍ତି, ପ୍ରଥମଥର ପାଇଁ ଭଗବାନଙ୍କୁ ପୁଲିସ ପୋଷାକ ପିନ୍ଧି ଯାଇଛି। ସେ କହିଛନ୍ତି, 'ଦେଶବାସୀଙ୍କୁ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଠାରେ ବିଶେଷ ପୂଜା କରାଯାଇଛି। ଆଖପାଖ ଅଞ୍ଚଳର ଲୋକଙ୍କ ସୁଖ ସମ୍ପୃଦ୍ଧି ପାଇଁ ମଧ୍ୟ ଆରାଧନା କରାଯାଉଛି। ପ୍ରଦେଶ ଆଉ ଦେଶ ସମୃଦ୍ଧି ହୋଉ। ଲୋକେ ସୁସ୍ଥ ରୁହନ୍ତୁ ଏବଂ କାଶୀକୁ କୌଣସି ପ୍ରକାରର ସମସ୍ୟାର ସାମ୍ନାକୁ କରିବାକୁ ନ ପଡୁ ବୋଲି ମହନ୍ତ କହିଛନ୍ତି।'

ଭକ୍ତଙ୍କ ବିଶ୍ୱାସ ରହିଛି ଯେ, ବାବା କାଳ ଭୈରବଙ୍କର ଅନେକ ରୂପ ରହିଛି ଏବଂ ଏଠାରେ ସେ ଜଣେ ପୁଲିସ ଅଫିସରର ଅବତାର ଧାରଣ କରିଛନ୍ତି। ବାବା କାଳ ଭୈରବ କାଶୀବାସୀଙ୍କ ରକ୍ଷକ।

https://twitter.com/patrakarswati/status/1479809784396189699?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe