Advertisment

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

କୋଲକାତା: ଆଖିରେ କଳା ଚଷମା ଆଉ ଦେହରେ ହଳଦିଆ କୁର୍ତା। କାନ୍ଧରେ ବ୍ୟାଗ୍‌। ଚିତା ଚଇତନ କାଟି ପୁଣି ଟ୍ରାକ୍‌ ଫେରିଛନ୍ତି କାଚା ବାଦାମ୍‌… ସିଙ୍ଗର ଭୁବନ ବାଦ୍ୟାକାର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଭୁବନ ଏବେ ପୁଣ ଦେଖାଇଛନ୍ତି ନିଜ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ। ହସ୍ପିଟାଲ ବେଡ୍‌ରୁ ଉଠି ସେ ଗାଇଛନ୍ତି ନୂଆ ଗୀତ। ତେବେ ଏଥର କାଚା ବାଦାମକୁ ନେଇ ନୁହେଁ ତାଙ୍କ ନୂଆ କାର୍‌କୁ ନେଇ ସେ ତିଆରି କରିଛନ୍ତି ଗୀତ। ଯାହାର ଭିଡିଓ […]

ଅଦ୍ୟତନ ହୋଇଛି
ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

bhuban-badyakar

Advertisment

କୋଲକାତା: ଆଖିରେ କଳା ଚଷମା ଆଉ ଦେହରେ ହଳଦିଆ କୁର୍ତା। କାନ୍ଧରେ ବ୍ୟାଗ୍‌। ଚିତା ଚଇତନ କାଟି ପୁଣି ଟ୍ରାକ୍‌ ଫେରିଛନ୍ତି କାଚା ବାଦାମ୍‌… ସିଙ୍ଗର ଭୁବନ ବାଦ୍ୟାକାର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଭୁବନ ଏବେ ପୁଣ ଦେଖାଇଛନ୍ତି ନିଜ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ। ହସ୍ପିଟାଲ ବେଡ୍‌ରୁ ଉଠି ସେ ଗାଇଛନ୍ତି ନୂଆ ଗୀତ। ତେବେ ଏଥର କାଚା ବାଦାମକୁ ନେଇ ନୁହେଁ ତାଙ୍କ ନୂଆ କାର୍‌କୁ ନେଇ ସେ ତିଆରି କରିଛନ୍ତି ଗୀତ। ଯାହାର ଭିଡିଓ ଏବେ ପୁଣିଥରେ ଭାଇରାଲ ହେବାରେ ଲାଗିଛି।

Advertisment

ବାଦାମ ବିକାଳିରୁ ସୋଶାଲ ମିଡିଆ ସେନ୍‌ସେସନ୍‌ ପାଲଟିଥିବା ଭୁବନ ନିଜ କାର୍‌ ଦୁର୍ଘଟଣାକୁ ନେଇ ତିଆରି କରିଦେଇଛନ୍ତି ଗୀତ। ପୁଣି ଥରେ ନିଜ ଧୁନ୍‌ ଜରିଆରେ ସେ ଲୋକଙ୍କୁ କରିଛନ୍ତି ମତୁଆଲା। ଆଉ ଭୁବନଙ୍କ ଗୀତ ଶୁଣି ଦର୍ଶକମାନେ କିଛି ବିଝି ପାରୁନଥିଲେ ମଧ୍ୟ ଝୁମିବାରେ ଲାଗିଛନ୍ତି। ନିଜ ନୂଆ ଗାଡିକୁ ନେଇ ଭୁବନ 'ଆମାର ନୂତନ ଗାଡି ତଥା ମୋ ନୂଆଁ ଗାଡି' ବୋଲି ଗୀତ ଗାଇଛନ୍ତି। ଏହି ଗୀତ ଜରିଆରେ ଭୁବନ କାର୍‌ ଦୁର୍ଘଟଣା କେମିତି ହେଲା ତାହା ବଖାଣିଛନ୍ତି।

ସୂଚନା ମୁତାବକ, ଭୁବନ 'କାଚା ବାଦାମ' ଗୀତ ଗାଇ ଗାଁ ଗାଁ ବୁଲି ବାଦାମ ବିକ୍ରି କରି ନିଜ ଗୁଜରାଣା ମେଣ୍ଟାଉଥିଲେ। ତେବେ ଦିନେ ଜଣେ ୟୁଜର୍ସ ତାଙ୍କର ଏଭଳି ଗୀତ ଗାଇ ବାଦାମ ବିକ୍ରି କରିବା ବେଳର ଭିଡିଓକୁ ସୋଶାଲ ମିଡିଆରେ ସେଆର କରିଥିଲେ। ଏହାପରେ ତାଙ୍କର ସେହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଆଉ ରାତାରାତି ସେ ପାଲଟି ଯାଇଥିଲେ ସୋଶାଲ ମିଡିଆ ସେନ୍‌ସେସନ୍‌। ତାଙ୍କ ଗୀତରେ ପିଲାଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଝୁମିଥିଲେ। ତାଙ୍କ କଚା ବାଦାମ ଗୀତର ରିମିକ୍ସ ମଧ୍ୟ ତିଆରି କରାଯାଇଥିଲା। ଶହ ଶହ ଲୋକ ଭୁବନଙ୍କ ଗୀତରେ ରିଲ ଭିଡିଓ ତିଆରି କରି ହଲାଇବାକୁ ଲାଗିଥିଲେ ଅଣ୍ଟା।

Advertisment

ନିକଟରେ ଭୁବନ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ସେ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣି ଚଲାଇବା ଶିଖୁଥିଲେ, ଏହି ସମୟରେ ଦୁର୍ଘଟଣା ଘଟିଥିଲା। ତାଙ୍କ ଛାତିରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ଅଙ୍ଗରେ ଖଣ୍ଡିଆ ଖାବରା ହୋଇଯାଇଥିଲା। ଏହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି। ସୁସ୍ଥ ହେବା ପରେ ହସ୍ପିଟାଲ ବେଡ୍‌ ଉଠି ପୁଣି ଥରେ ସେ ଦେଖାଇଛନ୍ତି ନିଜ ଗୀତର ଜଲୱା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe