Advertisment

ମନ୍ଦିର ଭିତରେ ଝୁଲିଛି ୫ କୋଟିରୁ ଅଧିକ ଟଙ୍କା

ଅବରାବତୀ: ମନ୍ଦିର ଭିତିରେ ଝୁଲିଛି ପୁଳା ପୁଳା ଟଙ୍କା। ଠାକୁରଙ୍କୁ ବି ଟଙ୍କାରେ ସଜେଇ ଦିଆଯାଇଛି। ୧୦, ୫୦, ୧୦୦, ୨୦୦, ୫୦୦ ଠାରୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ୍‌ ସବୁ ମନ୍ଦିର ଭିତରେ ଖଞ୍ଜା ଯାଇଛି। କେଉଁଠି ଟଙ୍କାରେ ଫୁଲ କରି ଲଗାଯାଇଛି ତ ଆଉ କେଉଁଠି ମାଲ କରି। ପାଖାପାଖି ୫ କୋଟିରୁ ଅଧିକ ଟଙ୍କାରେ ସଜେଇ ହୋଇଛି ମନ୍ଦିର। ଆନ୍ଧ୍ରପ୍ରଦେଶ ନେଲ୍ଲୋର ସ୍ଥିତ କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ଦଶହରା ଅବସରରେ ଏଭଳି […]

ଅଦ୍ୟତନ ହୋଇଛି
ମନ୍ଦିର ଭିତରେ ଝୁଲିଛି ୫ କୋଟିରୁ ଅଧିକ ଟଙ୍କା

currency-notes in temple

Advertisment

ଅବରାବତୀ: ମନ୍ଦିର ଭିତିରେ ଝୁଲିଛି ପୁଳା ପୁଳା ଟଙ୍କା। ଠାକୁରଙ୍କୁ ବି ଟଙ୍କାରେ ସଜେଇ ଦିଆଯାଇଛି। ୧୦, ୫୦, ୧୦୦, ୨୦୦, ୫୦୦ ଠାରୁ ଆରମ୍ଭ କରି ୨୦୦୦ ଟଙ୍କିଆ ନୋଟ୍‌ ସବୁ ମନ୍ଦିର ଭିତରେ ଖଞ୍ଜା ଯାଇଛି। କେଉଁଠି ଟଙ୍କାରେ ଫୁଲ କରି ଲଗାଯାଇଛି ତ ଆଉ କେଉଁଠି ମାଲ କରି। ପାଖାପାଖି ୫ କୋଟିରୁ ଅଧିକ ଟଙ୍କାରେ ସଜେଇ ହୋଇଛି ମନ୍ଦିର।

Advertisment

ଆନ୍ଧ୍ରପ୍ରଦେଶ ନେଲ୍ଲୋର ସ୍ଥିତ କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ଦଶହରା ଅବସରରେ ଏଭଳି ବିଡା ବିଡା ଟଙ୍କାରେ ସଜା ଯାଇଛି। ବର୍ଷ ବର୍ଷ ଧରି ଏହି ମନ୍ଦିରରେ ଦେବୀଙ୍କ ମୂର୍ତ୍ତିକୁ ବିଭିନ୍ନ ରୂପରେ ପୂଜା କରାଯାଇଥାଏ। ନଅ ଦିନର ନବରାତ୍ରୀ ତଥା ଦଶହରା ସମୟରେ ଦେବୀଙ୍କୁ ଧନଦାତ୍ରୀ ତଥା ଧନଲକ୍ଷ୍ମୀ ରୂପେ ସେଠାକାର ଲୋକେ ପୂଜା କରନ୍ତି।

[caption id="attachment_683543" align="aligncenter" width="650"]Note in tample ଟଙ୍କାରେ ସଜେଇ ହୋଇଛି ମନ୍ଦିର[/caption]

Advertisment

ଏଥିଲାଗି ୧୦୦ରୁ ଅଧିକ ସ୍ୱୟଂସେବକମାନେ ୫ କୋଟି ୧୬ ଲକ୍ଷ ଟଙ୍କାର ବିଭିନ୍ନ ନୋଟ୍‌ରେ ମନ୍ଦିରକୁ ସଜାଇଛନ୍ତି। ଏଥିପାଇଁ ୨୦୦୦ ଟଙ୍କା ଠାରୁ ଆରମ୍ଭ କରି ୧୦ ଟଙ୍କିଆ ନୋଟ୍‌ର ବ୍ୟବହାର କରାଯାଇଛି। ଏହି ମନ୍ଦିରକୁ ଦେଖିବା ପାଇଁ ଏବେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ସେପର୍ଟ ସୋଶାଲ ମିଡିଆରେ ମଧ୍ୟ ଟଙ୍କାରେ ସୁସଜ୍ଜିତ ମନ୍ଦିରର ଫଟୋ ମଧ୍ୟ ଭାଇରାଲ ହୋଇଛି।

ଚାରି ବର୍ଷ ପୂର୍ବେ ୧୧ କୋଟି ଟଙ୍କା ଖର୍ଚ୍ଚରେ ପୁରୁଣା କନ୍ୟାକା ପରମେଶ୍ୱରୀ ମନ୍ଦିରର ମିଖ୍ୟ ଦ୍ୱାର ତିଆରି ହୋଇଥିଲା। ସେହି ଦିନଠାରୁ ପ୍ରତି ବର୍ଷ ଦଶହରା ସମାରୋହକୁ ଏଠି ଭବ୍ୟ ରୂପେ ଆୟୋଜିତ କରାଯାଉଛି। ନେଲ୍ଲୋର ମହାନଗର ନିଗମ ଅଧ୍ୟକ୍ଷ କୁହନ୍ତି, ୭ କିଲୋ ସୁନା ଏବଂ ୬୦ କିଲୋ ରୂପେରେ ମଧ୍ୟ ଦେବାଦେବୀଙ୍କୁ ଏଠି ସଜାଯାଏ। ଅନେକ ସ୍ଥାନରେ ଟଙ୍କାରେ ମଧ୍ୟ ଦେବାଦେବୀଙ୍କୁ ସଜାଇ ପୂଜା କରାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe