ନିଜ ନିଶକୁ ନେଇ ମହିଳା ଗର୍ବିତ

ଥିରୁବନ୍ତପୁରମ: ନିଜ ନିଶକୁ ନେଇ ମହିଳା ଗର୍ବିତ। ଏହି କଥାଟି ଅପ୍ରିୟ ଲାଗୁଥିଲେ ହେଁ ସତ। କେରଳ କାନ୍ନୁର ଜିଲ୍ଲାର ଜଣେ ମହିଳା ନିଜର ନିଶକୁ ନେଇ ଖୁବ୍ ଗର୍ବିତ ବୋଲି ପ୍ରକାଶ କରିବା ପରେ ଏହା ଆଲୋଚନାକୁ ଆସିଛି। ତାଙ୍କ ନାମ ସାୟଜା। ବୟସ ପ୍ରାୟ ୩୫। ସେ ତାଙ୍କ ସୁନ୍ଦର ନିଶ ଥିବା ମୁହଁର କିଛି ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହା ଭାଇରାଲ ହୋଇଛି। ଏହି ଘଟଣା ଜାତୀୟ ଗଣମାଧ୍ୟମରେ ମଧ୍ୟ […]

saya

  • Published: Tuesday, 26 July 2022
  • , Updated: 26 July 2022, 06:03 PM IST

ଥିରୁବନ୍ତପୁରମ: ନିଜ ନିଶକୁ ନେଇ ମହିଳା ଗର୍ବିତ। ଏହି କଥାଟି ଅପ୍ରିୟ ଲାଗୁଥିଲେ ହେଁ ସତ। କେରଳ କାନ୍ନୁର ଜିଲ୍ଲାର ଜଣେ ମହିଳା ନିଜର ନିଶକୁ ନେଇ ଖୁବ୍ ଗର୍ବିତ ବୋଲି ପ୍ରକାଶ କରିବା ପରେ ଏହା ଆଲୋଚନାକୁ ଆସିଛି। ତାଙ୍କ ନାମ ସାୟଜା। ବୟସ ପ୍ରାୟ ୩୫। ସେ ତାଙ୍କ ସୁନ୍ଦର ନିଶ ଥିବା ମୁହଁର କିଛି ଫଟୋ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହା ଭାଇରାଲ ହୋଇଛି। ଏହି ଘଟଣା ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

ନିଶକୁ ନେଇ ତାଙ୍କୁ ଅନେକ ଲୋକ ଥଟାମଜା କରନ୍ତି। ତେବେ କିଏ କ’ଣ କହୁଛି ତାହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ସାୟଜା କହିଛନ୍ତି।

ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଭିଡ଼ିଓ ଓ ଫଟୋରେ ସେ ତାଙ୍କ ନିଶକୁ ଖୁବ୍ ପସନ୍ଦ କରନ୍ତି ବୋଲି ଉଲ୍ଲେଖ କରିଛନ୍ତି। ସେ ଅନ୍ୟ ମହିଳାଙ୍କ ଭଳି ତାଙ୍କ ଆଇବ୍ରୋ ସେଫ୍ କରନ୍ତି, ମାତ୍ର ତାଙ୍କ ନିଶକୁ ସେଫ୍ କରିବାକୁ କେବେ ବି ଚିନ୍ତା କରିନାହାନ୍ତି। ୫ ବର୍ଷ ତଳେ ନିଶ ବଡ଼ ହେବା ସହ ବାହାରକୁ ସ୍ପଷ୍ଟ ଦେଖାଯାଇଥିଲା। ଲୋକେ ଥଟାମଜା କରିଥିଲେ। ତେବେ ସେ ଏହାକୁ ଖାତିର ନ କରି ନିଶ ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଅନେକ ଲୋକେ ଏହି ନିଶକୁ ହଟାଇ ଦେବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି। ମାତ୍ର ସେ କେବଳ ନିଜ ମନର କଥା ଶୁଣିଛନ୍ତି। ନିଶ ଆସିବା ପରେ ଏହା ମୁହଁର ସୁନ୍ଦରତା ଉପରେ କୌଣସି ଫରକ ପକାଇବନି ବୋଲି ସେ କହିଛନ୍ତି।

ତାଙ୍କୁ ସୋସିଆଲ ମିଡ଼ିଆରେ ଅନେକ ଲୋକ ଓ ପ୍ରତିଦିନ ଭେଟୁଥିବା ଲୋକେ ମଧ୍ୟ ପ୍ରଶ୍ନ କରନ୍ତି, ଯେ ସେ ଏଭଳି ନିଶ କାହିଁକି ରଖିଛନ୍ତି। ତେବେ ସେ ଗୋଟିଏ ଜବାବ ଦିଅନ୍ତି। ଏହି ନିଶ ତାଙ୍କୁ ବହୁତ ପସନ୍ଦ।

ବିବିସି ରିପୋର୍ଟ ମୁତାବକ, ସାୟଜା ଅନେକ ବର୍ଷ ହେବ ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୧୦ ବର୍ଷ ଭିତରେ ତାଙ୍କର ଅନେକ ସର୍ଜରୀ କରାଯାଇଛି। ପ୍ରଥମେ ତାଙ୍କ ବ୍ରେଷ୍ଟରେ ଆବୁ ହଟାଇବା ନିମନ୍ତ ଓ ଦ୍ୱିତୀୟରେ ତାଙ୍କ ଗର୍ଭାଶୟରୁ ଟ୍ୟୁମର ହଟାଇବା ନିମନ୍ତ ସର୍ଜରୀ କରାଯାଇଥିଲା। ୫ ବର୍ଷ ତଳେ ତାଙ୍କ ଗର୍ଭାଶୟକୁ କାଢ଼ି ଦିଆଯାଇଛି। ତାଙ୍କ କହିବା କଥା, ସର୍ଜରୀ ସରିବା ପରେ ସେ ପୁଣି କେବେ ସର୍ଜରୀ ହେବାକୁ ଯିବେ ବୋଲି ଆଶା ପ୍ରକାଶ କରିଥାନ୍ତି। ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବା ପରେ ଖୁବ୍ ସୁସ୍ଥ ମଧ୍ୟ ରୁହନ୍ତି। ତାଙ୍କ କହିବା କଥା ଜୀବନରେ ସର୍ବଦା ଖୁସି ରହିବା ଉଚିତ୍।

ସୂଚନା ଥାଇକି, ମହିଳା ଦାଢ଼ି ନିଶ ରଖିବା ଏହା ପ୍ରଥମ ଘଟଣା ନୁହେଁ। ଏହାକୁ ନେଇ ଗିନିଜ୍ ୱାଲ୍ଡ ରେକର୍ଡ ମଧ୍ୟ ରହିଛି। ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଦଭବ ମହିଳା  ହରନାମ କୌର ଦାଢ଼ି ରଖିଥିବା ଦୁନିଆର ସବୁଠାରୁ କମ୍ ବୟସ୍କ ମହିଳା। ତାଙ୍କ ନାମ ଗିନିଜ ରେକର୍ଡରେ ସ୍ଥାନ ପାଇଛି।

Related story