Advertisment

ଗିଟାର ବଦଳରେ ବନ୍ଧୁକ ଧରିଲେ ରକ୍‌ଷ୍ଟାର, ଯୁଦ୍ଧ ଭିତରେ ଗାଇଲେ ଗୀତ

କିଭ୍‌:  ୟୁକ୍ରେନ୍‌ ଓ ରୁଷ ଭିତରେ ବଢ଼ି ଚାଲିଛି ବିବାଦ। ଥମୁନି ଯୁଦ୍ଧ। ଉଭୟ ପଟୁ ହେଉଛି ଗୁଳି ବର୍ଷା। ରୁଷ ଦୀର୍ଘ ୫ ଦିନ ହେବ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଭଳି ବିପଦ ଭିତରେ ବି ୟୁକ୍ରେନ୍‌ର ନାଗରିକମାନେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି। ନିଜ ଦେଶକୁ ରକ୍ଷା କିରବା ପାଇଁ ଆଗେଇ ଆସିଛନ୍ତି ସାଧାରଣ ନାଗରିକ ଆଉ ଧରୁଛନ୍ତି ବନ୍ଧୁକ। ସେନାରେ ହେଉଛନ୍ତି ଭର୍ତ୍ତି। ବୟସ୍କଙ୍କ ଠାରୁ ଆରମ୍ଭ କରି […]

ଅଦ୍ୟତନ ହୋଇଛି
ଗିଟାର ବଦଳରେ ବନ୍ଧୁକ ଧରିଲେ ରକ୍‌ଷ୍ଟାର, ଯୁଦ୍ଧ ଭିତରେ ଗାଇଲେ ଗୀତ

ukrainian-rockstar

Advertisment

କିଭ୍‌:  ୟୁକ୍ରେନ୍‌ ଓ ରୁଷ ଭିତରେ ବଢ଼ି ଚାଲିଛି ବିବାଦ। ଥମୁନି ଯୁଦ୍ଧ। ଉଭୟ ପଟୁ ହେଉଛି ଗୁଳି ବର୍ଷା। ରୁଷ ଦୀର୍ଘ ୫ ଦିନ ହେବ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରହିଛି। ଏଭଳି ବିପଦ ଭିତରେ ବି ୟୁକ୍ରେନ୍‌ର ନାଗରିକମାନେ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି। ନିଜ ଦେଶକୁ ରକ୍ଷା କିରବା ପାଇଁ ଆଗେଇ ଆସିଛନ୍ତି ସାଧାରଣ ନାଗରିକ ଆଉ ଧରୁଛନ୍ତି ବନ୍ଧୁକ। ସେନାରେ ହେଉଛନ୍ତି ଭର୍ତ୍ତି। ବୟସ୍କଙ୍କ ଠାରୁ ଆରମ୍ଭ କରି ମହିଳା ସମସ୍ତେ ଦେଶକୁ ବଞ୍ଚାଇବେ ବୋଲି ପଣ କରିଛନ୍ତି। ଏଥିରେ ଏବେ ଜଣେ ଲୋକପ୍ରିୟ ରକ୍‌ଷ୍ଟାର ମଧ୍ୟ ସାମିଲ ହୋଇଛନ୍ତି। ସେ ହାତରେ ଗିଟାର ବଦଳରେ ଉଠାଇଛନ୍ତି ବନ୍ଧୁକ।

Advertisment

ବୁମ୍‌ବକ୍ସ ବ୍ୟାଣ୍ଡର ୟୁକ୍ରେନ୍‌ ରକଷ୍ଟାର ତଥା ଗାୟକ ଆଣ୍ଡ୍ରି ଖଲିଭନ୍ୟୁକ ଗିଟାର ବଦଳରେ ଉଠାଇଛନ୍ତି ବନ୍ଧୁକ। ସେ ୟୁକ୍ରେନ୍‌ ସେନାରେ ଭର୍ତ୍ତି ହୋଇଛନ୍ତି। ଦେଶକୁ ରକ୍ଷା କରିବା ପାଇଁ ସେ ନେଇଛନ୍ତି ଶପଥ। ହତରେ ବନ୍ଧୁକ ଧରି ଯୁଦ୍ଧଗ୍ରସ୍ତ ୟୁକ୍ରେନର ରାଜଧାନୀ କିଭ୍‌ର ରାସ୍ତାରେ ଠିଆ ହୋଇ ସେ ଗାଇଛନ୍ତି ଗୀତ। ଲୋକପ୍ରିୟ ଗାୟକ ଆଣ୍ଡ୍ରିଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆଣ୍ଡ୍ରି ସେନା ପୋଷାକ ପିନ୍ଧି ହାତରେ ବନ୍ଧୁକ ଧରିଛନ୍ତି। ସେଣ୍ଟ୍ରାଲ କିଭ୍‌ର ଶୂନଶାନ ସଡକ ଉପରେ ଠିଆ ହୋଇ ସେ ୟୁକ୍ରେନ୍‌ର ଏକ ଲୋକ ଗୀତ ଗାଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। ଏଥିରେ ଅନେକ ୟୁଜର୍ସ କମେଣ୍ଟ ମାଧ୍ୟମରେ 'ନୋ ୱାର୍‌' ବୋଲି ମଧ୍ୟ ଲେଖିଛନ୍ତି। ବର୍ତ୍ତମାନ ଯାଏ ଏହି ଭିଡିଓକୁ ୩୩ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି।

Advertisment

ଉଲ୍ଲେଖ ଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷ ଆକ୍ରମଣର ଆଜି ପଞ୍ଚମ ଦିନ। କଳେବଳେ କୌଶଳେ ୟୁକ୍ରେନକୁ କବ୍‌ଜା କରିବା ପାଇଁ ରୁଷ ଚଳାଇଛି ଚେଷ୍ଟା। ଘନ ଘନ ରକେଟ୍‌ ମାଡ ସାଙ୍ଗକୁ କରୁଛି ମିସାଇଲ୍‌ ମାଡ। ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଭିତରେ ରୁଷ ସେନା ପଶି ସାରିଛନ୍ତି। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ଅଟକାଇବା ପାଇଁ ଜାରି ରଖିଛି ସଂଘର୍ଷ। ଏହି ଯୁଦ୍ଧରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୟୁକ୍ରେନ୍‌ର ସାଧାରଣ ନାଗରିକମାନେ ଅନେକ ଅସୁବିଧା ଭୋଗୁଛନ୍ତି। ଶହ ଶହ ଲୋକେ ନିଜ ଘର ଛାଡି ବମ୍‌ ଶେଲ୍ଟର ଭିତରେ ଭୟରେ ଜୀବନ କାଟୁଛନ୍ତି।

Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe