Advertisment

ମଥାରେ ୧୭୫ କୋଟି ଟଙ୍କାର ଡାଏମଣ୍ଡ

ଅନେକ ଲୋକଙ୍କର କିଛି ନା କିଛି ସଉକ ରହିଛି। ଯଦି ଜଣଙ୍କ ପାଖରେ ଅର୍ଥ ବଳ ଅଛି, ତାହେଲେ ସେ ସହଜରେ ନିଜର କିଛି ସଉକ ପୂରଣ କରିପାରିବ। ହୁଏତ ଏହି ସଉକ ପାଇଁ ଜଣଙ୍କୁ ପାଗଳ କୁହାଯାଇପାରେ। କିନ୍ତୁ ଯେତେବେଳେ ଲୋକଙ୍କ ପାଖରେ ଅର୍ଥ ଆସେ, ସେ ସର୍ବପ୍ରଥମେ ନିଜର ସଉକ ପୂରଣ କରନ୍ତି, ତେଣିକି ତାହା ରଙ୍ଗୀନ ହେଉ କି ନହେଉ। ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜର ସଉକ ପୂରଣ କରିବା […]

ମଥାରେ ୧୭୫ କୋଟି ଟଙ୍କାର ଡାଏମଣ୍ଡ

lil

Advertisment

ଅନେକ ଲୋକଙ୍କର କିଛି ନା କିଛି ସଉକ ରହିଛି। ଯଦି ଜଣଙ୍କ ପାଖରେ ଅର୍ଥ ବଳ ଅଛି, ତାହେଲେ ସେ ସହଜରେ ନିଜର କିଛି ସଉକ ପୂରଣ କରିପାରିବ। ହୁଏତ ଏହି ସଉକ ପାଇଁ ଜଣଙ୍କୁ ପାଗଳ କୁହାଯାଇପାରେ। କିନ୍ତୁ ଯେତେବେଳେ ଲୋକଙ୍କ ପାଖରେ ଅର୍ଥ ଆସେ, ସେ ସର୍ବପ୍ରଥମେ ନିଜର ସଉକ ପୂରଣ କରନ୍ତି, ତେଣିକି ତାହା ରଙ୍ଗୀନ ହେଉ କି ନହେଉ। ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜର ସଉକ ପୂରଣ କରିବା ପାଇଁ ନିଜ ମଥାରେ ବହୁମୂଲ୍ୟ ହିରା ବା ଡାଏମଣ୍ଡର ପିୟର୍ସିଙ୍ଗ କରାଇଛନ୍ତି।

Advertisment

https://twitter.com/LILUZIVERT/status/1357140185222434816?s=20

ସେହି ବ୍ୟକ୍ତି ଜଣକ ହେଉଛନ୍ତି ଆମେରିକୀୟ ରାପର୍ ଲିଲ୍ ଉଜି ବର୍ଟ। ହେଲେ ଏହି ରାପରଙ୍କ ପ୍ରକୃତ ନାମ ହେଉଛି ସିମେରା ବାଇସିଲ୍ ଉଡ୍ସ। ବର୍ଟ ନିକଟରେ ସୋଶାଲ୍ ମିଡିଆରେ ନିଜର କିଛି ଫଟୋ ଓ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ନିଜ ମଥାରେ ୧୧ କ୍ୟାରେଟର ବହୁମୂଲ୍ୟ ଗୋଲାପୀ ହିରା ଲଗାଇଛନ୍ତି। ଏହି ହୀରାର ମୂଲ୍ୟ ୨୪ ମିଲିୟନ୍ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ଦାମ୍ ୧୭୪ କୋଟି ୯୯ ଲକ୍ଷ ୮୪ହଜାର ହେବ।

https://twitter.com/LILUZIVERT/status/1355560514542309381?s=20

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ବର୍ଟ ନିଜର ଟ୍ୱିଟର୍ ଆକାଉଣ୍ଟରେ ଅନେକ ଫଟୋ ଶେଆର୍ କରି କହିଛନ୍ତି, ସେ ଦୀର୍ଘ ବର୍ଷ ଧରି ସାରା ଦୁନିଆରେ ହୀରାର ଡିଜାଇନ୍ କରିଥିବା ଜଣାଶୁଣା କମ୍ପାନୀ ଇଲିଅଟକୁ ଏହି ଗୋଲାପୀ ହୀରା ପାଇଁ ପ୍ରାପ୍ୟ ଦେଇଆସୁଛନ୍ତି। ବର୍ଟ କହିଛନ୍ତି ସେ ୨୦୧୭ରୁ ଏହି ମୂଲ୍ୟ ଦେଇ ଆସୁଛନ୍ତି ଏବଂ ଏବେ ଏହି ହୀରା ତାଙ୍କର ହୋଇପାରିଛି। ମଥାରେ ଗୋଲାପୀ ହୀରାର ପିୟର୍ସିଙ୍ଗ୍ କରିବା ତାଙ୍କ ସ୍ୱପ୍ନ ଥିଲା ଏବଂ ସେ ମୋଟା ଅଙ୍କର ଦାମ୍ ମଧ୍ୟ ଦେଇଛନ୍ତି। ବର୍ଟଙ୍କ ଏହି ଭିଡିଓ ଓ ଫଟୋ ଭାଇରାଲ୍ ହେଲା ପରେ ତାଙ୍କୁ ଅନେକ ପ୍ରତିକ୍ରିୟା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe