Advertisment

ବାଣରେ ନିଆଁ ଲଗାଇ ପେଟ୍ରୋଲ ପମ୍ପରେ ପକାଇ ଦେଲେ

ସୁରଟ: ଗାଡ଼ିରେ ତେଲ ଭର୍ତ୍ତି କରିବା ପରେ ପେଟ୍ରୋଲ ପମ୍ପକୁ ଫିଙ୍ଗି ଦେଲେ ଜଳନ୍ତା ବାଣ। ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟ ସହରରେ। ଆଉ ଏହାର ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ଗୋଟିଏ ସ୍କୁଟିରେ ତେଲ ଭର୍ତ୍ତି କରିବାକୁ ଆସିଛନ୍ତି। ତେଲ ଭର୍ତ୍ତି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଜଳନ୍ତା ବାଣକୁ ସେଠାରେ ଫିଙ୍ଗି ଦେଇଛି। ପେଟ୍ରୋଲ ପମ୍ପରେ ଥିବା ଜଣେ […]

ଅଦ୍ୟତନ ହୋଇଛି
ବାଣରେ ନିଆଁ ଲଗାଇ ପେଟ୍ରୋଲ ପମ୍ପରେ ପକାଇ ଦେଲେ

Perol Pump

Advertisment

ସୁରଟ: ଗାଡ଼ିରେ ତେଲ ଭର୍ତ୍ତି କରିବା ପରେ ପେଟ୍ରୋଲ ପମ୍ପକୁ ଫିଙ୍ଗି ଦେଲେ ଜଳନ୍ତା ବାଣ। ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟ ସହରରେ। ଆଉ ଏହାର ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି।

Advertisment

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଦୁଇ ଜଣ ଗୋଟିଏ ସ୍କୁଟିରେ ତେଲ ଭର୍ତ୍ତି କରିବାକୁ ଆସିଛନ୍ତି। ତେଲ ଭର୍ତ୍ତି ହେବା ପରେ ସେମାନଙ୍କ ମଧ୍ୟରୁ ଜଣେ ଏକ ଜଳନ୍ତା ବାଣକୁ ସେଠାରେ ଫିଙ୍ଗି ଦେଇଛି। ପେଟ୍ରୋଲ ପମ୍ପରେ ଥିବା ଜଣେ ଆଟେଣ୍ଡାଣ୍ଟ ସଙ୍ଗେ ସଙ୍ଗେ ଉକ୍ତ ବାଣକୁ ଗୋଡ଼ରେ ସେଠାରୁ ଦୂରକୁ ଠେଲି ଦେଉଛନ୍ତି। ବାଣ ଫୁଟିଛି ମଧ୍ୟ। ତେବେ ଏହାର ତୀବ୍ରତା ଖୁବ୍ କମ୍ ଥିଲା।

ସିସିଟିଭି ଯାଞ୍ଚ କରିବା ପରେ ପୁଲିସ୍‌ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୧୮ ବର୍ଷ ହୋଇଛି। ସେମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି। ତେବେ ମଜା କରିବା ପାଇଁ ସେମାନେ ସେମିତି କରିଥିବା କହିଛନ୍ତି। ଏଭଳି କରିବା ପଛରେ ସେମାନଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ପୁଲିସ୍‌କୁ କହିଛନ୍ତି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe