Advertisment

ଛୁଇଁ ଚାଲିଗଲା ମୃତ୍ୟୁ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଛୁଇଁ ଚାଲିଗଲା ମୃତ୍ୟୁ। ଅଳ୍ପକେ ବର୍ତ୍ତିଲେ ଜଣେ ଅତ୍ୟନ୍ତ ଦାୟିତ୍ୱହୀନ ଓ ବେପରୁଆ ବାଇକ୍ ଚାଳକ। ରାଜସ୍ଥାନରେ ଘଟିଛି ଏହି ଘଟଣା। ଟ୍ରେନ୍ ଆସୁଥିଲା। ଏଣୁ ନିୟମ ଅନୁଯାୟୀ ଲେବଲ କ୍ରସିଂର ଫାଟକ ବନ୍ଦ ଥିଲା। କିନ୍ତୁ ନିୟମ ଭାଙ୍ଗି ଫାଟକ ଡେଇଁ ଜଣେ ବାଇକ୍ ଚାଳକ ରେଳ ଧାରଣା ଅତିକ୍ରମ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ରେଳ ଧାରଣାର ନିକଟତର ହୋଇଥିବା ବେଳେ ଟ୍ରେନ୍ ପହଞ୍ଚି ଆସିଲା। ପ୍ରାଣ ବିକଳରେ ସେ ବାଇକ୍ […]

ଅଦ୍ୟତନ ହୋଇଛି
ଛୁଇଁ ଚାଲିଗଲା ମୃତ୍ୟୁ! ଦେଖନ୍ତୁ ଭିଡିଓ

Train Accident

Advertisment

ନୂଆଦିଲ୍ଲୀ: ଛୁଇଁ ଚାଲିଗଲା ମୃତ୍ୟୁ। ଅଳ୍ପକେ ବର୍ତ୍ତିଲେ ଜଣେ ଅତ୍ୟନ୍ତ ଦାୟିତ୍ୱହୀନ ଓ ବେପରୁଆ ବାଇକ୍ ଚାଳକ। ରାଜସ୍ଥାନରେ ଘଟିଛି ଏହି ଘଟଣା।

Advertisment

ଟ୍ରେନ୍ ଆସୁଥିଲା। ଏଣୁ ନିୟମ ଅନୁଯାୟୀ ଲେବଲ କ୍ରସିଂର ଫାଟକ ବନ୍ଦ ଥିଲା। କିନ୍ତୁ ନିୟମ ଭାଙ୍ଗି ଫାଟକ ଡେଇଁ ଜଣେ ବାଇକ୍ ଚାଳକ ରେଳ ଧାରଣା ଅତିକ୍ରମ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ରେଳ ଧାରଣାର ନିକଟତର ହୋଇଥିବା ବେଳେ ଟ୍ରେନ୍ ପହଞ୍ଚି ଆସିଲା। ପ୍ରାଣ ବିକଳରେ ସେ ବାଇକ୍ ଛାଡ଼ି ଦେଇଥିଲେ। ଆଉ ତା’ପରେ ପରେ ଟ୍ରେନ୍‌ଟି ବାଇକ୍‌ଟିକୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲା। ବାଇକ୍‌ଟି କିଛି ଦୂରକୁ ଛିଟିକି ପଡ଼ିଥିଲା। ତେବେ ପଡ଼ିଉଠି ଦୌଡ଼ି ଥିଲେ ବାଇକ୍ ଚାଳକ ଜଣଙ୍କ। ବାଇକ୍ ଛାଡ଼ି ଦୌଡ଼ିବା ବେଳେ ପଡ଼ିଯିବାରୁ ସେ ଆହତ ମଧ୍ୟ ହୋଇଛନ୍ତି। ଏହି ଭିଡିଓ କ୍ଲିପ୍‌ଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

ରାଜସ୍ଥାନର କିଲୋଡେ ଓ ଶ୍ରୀ ମହାବୀରଜୀ ଷ୍ଟେସନ ମଧ୍ୟରେ ଥିବା ଲେବଲ କ୍ରିସିଂରେ ଗତ ୧୨ ତାରିଖରେ ଏହି ଦୁର୍ଘଟଣା ଘଟିଛି। ଲେବଲ କ୍ରସିଂ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁର୍ଘଟଣାର ଦୃଶ୍ୟ କଏଦ ହୋଇଛି। ଏନେଇ ୱେଷ୍ଟର୍ଣ୍ଣ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।
https://twitter.com/rajtoday/status/1493129784314175489?s=20&t=LD2De79P-KihnOyJzI3Eeg

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe