Advertisment

ଶୋଇଥିବା ଚିତାବାଘର ଫଟୋ ନେଉଥିଲେ, ତା'ପରେ…

କଥାରେ ଅଛି ଶୋଇଥିବା ବାଘକୁ ଉଠାଇବା ଠିକ୍ ନୁହେଁ। କିନ୍ତୁ ଯଦି କେହି ଶୋଇଥିବା ବାଘକୁ ଉଠାଇ ଦିଏ, ତାହେଲେ ଭାବନ୍ତୁ ପରିଣାମ କେତେ ବିପଜ୍ଜନକ ହୋଇପାରେ। ନିକଟରେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଏଭଳି କିଛି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର୍ କରିଛନ୍ତି ଆଇପିଏସ୍ ରୂପିନ୍ ଶର୍ମା। ସୋଶାଲ ମିଡିଆରେ ଏବେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଚିତାବାଘ ଖାଲ ଭିତରେ ପଡ଼ିଯାଇଥିବା ଦେଖିବାକୁ […]

ଅଦ୍ୟତନ ହୋଇଛି
ଶୋଇଥିବା ଚିତାବାଘର ଫଟୋ ନେଉଥିଲେ, ତା'ପରେ…

tiger

Advertisment

କଥାରେ ଅଛି ଶୋଇଥିବା ବାଘକୁ ଉଠାଇବା ଠିକ୍ ନୁହେଁ। କିନ୍ତୁ ଯଦି କେହି ଶୋଇଥିବା ବାଘକୁ ଉଠାଇ ଦିଏ, ତାହେଲେ ଭାବନ୍ତୁ ପରିଣାମ କେତେ ବିପଜ୍ଜନକ ହୋଇପାରେ। ନିକଟରେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଏଭଳି କିଛି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଶେଆର୍ କରିଛନ୍ତି ଆଇପିଏସ୍ ରୂପିନ୍ ଶର୍ମା।

Advertisment

ସୋଶାଲ ମିଡିଆରେ ଏବେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଚିତାବାଘ ଖାଲ ଭିତରେ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଚିତାବାଘ ପାଖରେ ଲୋକେ ଖୁବ୍ ଭିଡ଼ କରିଥିଲେ। ସବୁ ଲୋକ ଜୋରରେ ଚିତ୍କାର କରୁଥିଲେ ଏବଂ ସମସ୍ତେ ଚିତାବାଘଟିର ଫଟୋ ଉଠାଇବାରେ ଲାଗିପଡ଼ିଲେ। କିନ୍ତୁ ଜଣେ ବ୍ୟକ୍ତି ଅତି ନିକଟରୁ ମୋବାଇଲରେ ଚିତାବାଘଟିର ଫଟୋ ଉଠାଉଥିବା ଦେଖିବାକୁ ମିଳିଛି।

ତା'ପରେ ଯାହା ହେଲା, ତାହା ଦେଖି ଆପଣ ଭୟରେ ଥରି ଉଠିବେ। ଚିତାବାଘଟି ଧୈର୍ଯ୍ୟ ହରାଇବା ପରେ ଫଟୋ ଉଠାଉଥିବା ବ୍ୟକ୍ତିଙ୍କ ଉପରକୁ ଲମ୍ଫ ମାରିଥିଲା। ଚିତାବାଘଟି ସେହି ବ୍ୟକ୍ତିକୁ ଟାଣି ଆଣିଥିଲା, ଯାହାକୁ ଦେଖି ଲୋକେ ଛାନିଆ ହୋଇଯାଇଥିଲେ। ସୌଭାଗ୍ୟବଶତଃ, କିଛି ସେକେଣ୍ଡ ପରେ ଚିତାବାଘଟି ସେହି ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲା। ଚିତାବାଘଟି କାହାରିକୁ କୌଣସି କ୍ଷତି ପହଞ୍ଚାଇ ନାହିଁ, କିନ୍ତୁ ଏହି ଭିଡିଓ ଲୋକଙ୍କୁ ଏକ ବଡ଼ ଶିକ୍ଷା ଦେଇଛି।

Advertisment

https://twitter.com/rupin1992/status/1410925155069489152?s=20

ଏହି ଭିଡିଓ କ୍ୟାପଟେନରେ ଆଇପିଏସ୍ ରୂପିନ୍ ଶର୍ମା ଲେଖିଛନ୍ତି, ଆମେ ପଶୁମାନଙ୍କୁ ଦୋଷ ଦେଉ। ବହୁତ ଲୋକ ଏହାକୁ ଫଟୋଗ୍ରାଫୀ ପାଇଁ ସୁଯୋଗ ବୋଲି ଭାବୁଥିଲେ। ଦୟାକରି ଏମାନଙ୍କୁ ଶାନ୍ତିରେ ରହିବାକୁ ଦିଆଯାଉ। ସୂଚନାଯୋଗ୍ୟ, ଏହା ଏକ ପୁରୁଣା ଭିଡିଓ, ଯାହାକୁ ରୂପିନ ଶର୍ମା ନିଜର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରିଛନ୍ତି। ଲୋକଙ୍କ ମନରେ ପଶୁମାନଙ୍କ ପ୍ରତି ଥିବା ଚିନ୍ତାଧାରାକୁ ବଦଳାଇବା ପାଇଁ ରୂପିନ୍ ଶର୍ମା ଏହି ଭିଡିଓ ଶେଆର୍ କରିଛନ୍ତି।

ଏହି ଭିଡିଓରେ ଲୋକେ ପଶୁମାନଙ୍କ ସହ ହେଉଥିବା ଆଚରଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି, ବନ୍ୟ ଜନ୍ତୁଙ୍କ ସହ ଏଭଳି ବ୍ୟବହାର ନିନ୍ଦନୀୟ। କୁହାଯାଏ ବାଘ ହୁଅନ୍ତୁ କି ଚିତାବାଘ, ଯେପର୍ଯ୍ୟନ୍ତ ଏମାନଙ୍କୁ କେହି ହଇରାଣ ନକରିଛନ୍ତି, ସେ ଯାଏ ଏମାନେ କାହାକୁ କ୍ଷତି ପହଞ୍ଚାନ୍ତି ନାହିଁ। କିନ୍ତୁ ତାଙ୍କ ସହ ଯଦି ଏଭଳି ବ୍ୟବହାର କରିବ, ତାହେଲେ ପରିଣାମ ଭୟାବହ ହୋଇପାରେ।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe