Advertisment

ବିନା ଇଟା ସିମେଣ୍ଟରେ ତିଆରି କରିଦେଲେ ଘର

ନୂଆଦିଲ୍ଲୀ: ଗୋଟିଏ ଘର ତିଆରି କରୁବାକୁ କେତେ କ’ଣ ଲାଗେ। ଇଟା, ସିମେଣ୍ଟ, ବାଲି, ଛଡ ଆହୁରି କେତେ କ’ଣ। ତେବେ ନିକଟରେ ଜଣେ ବ୍ୟକ୍ତି ଘର ତିଆରି କରିବା ପାଇଁ ଏସବୁ ବ୍ୟବହାର କରି ନାହାନ୍ତି। ବିନା ଇଟା, ପଥର, ସିମେଣ୍ଟରେ ସେ ତୋଳି ଦେଖାଇଛନ୍ତି ତାଙ୍କ ସ୍ୱପ୍ନର ଘର। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ନିକଟରେ ଏଭଳି ହିଁ ଏକ ଘରର ଫଟୋ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ […]

author-image
Madhupriya Mistry
ବିନା ଇଟା ସିମେଣ୍ଟରେ ତିଆରି କରିଦେଲେ ଘର

BOTTLE HOUSE

ନୂଆଦିଲ୍ଲୀ: ଗୋଟିଏ ଘର ତିଆରି କରୁବାକୁ କେତେ କ'ଣ ଲାଗେ। ଇଟା, ସିମେଣ୍ଟ, ବାଲି, ଛଡ ଆହୁରି କେତେ କ'ଣ। ତେବେ ନିକଟରେ ଜଣେ ବ୍ୟକ୍ତି ଘର ତିଆରି କରିବା ପାଇଁ ଏସବୁ ବ୍ୟବହାର କରି ନାହାନ୍ତି। ବିନା ଇଟା, ପଥର, ସିମେଣ୍ଟରେ ସେ ତୋଳି ଦେଖାଇଛନ୍ତି ତାଙ୍କ ସ୍ୱପ୍ନର ଘର। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

Advertisment

ନିକଟରେ ଏଭଳି ହିଁ ଏକ ଘରର ଫଟୋ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଟା କିମ୍ବା ସିମେଣ୍ଟ ନୁହେଁ କେବଳ ପ୍ଲାଷ୍ଟିକ୍‌ ବୋତଲରେ ସେ ଗଢ଼ି ଦେଇଛନ୍ତି ନିଜ ପାଇଁ ଘର। ଟ୍ୱିଟର୍‌ର@iwanfals ନାମକ ଆକାଉଣ୍ଟରେ ଏହି ଘରର ଫଟୋକୁ ଶେଆର କରାଯାଇଛି। ଏହି ଘରକୁ ଯିଏ ଦେଖୁଛି ସିଏ ଚକିତ ହୋଇପଡୁଛନ୍ତି। ଏହି ଘରର ଏକ ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରେ ଭାଇରାଲ ହେବାରେ ଲାଗିଛି।  ଜଣେ କମ୍‌ ବୟସ୍କ ଯୁବକ ଜଣକ ପ୍ଲାଷ୍ଟିକ୍‌ ବୋତଲ ସାହାଯ୍ୟରେ ଏହି ସୁନ୍ଦର ଘରକୁ ତିଆରି କରିଛନ୍ତି।

ତେବେ ଏହି ଯୁବକ ଜଣକ କେଉଁ ସ୍ଥାନର ତାହା ଜଣାପଡି ନାହିଁ। ଅଦରକାରୀ ପ୍ଲାଷ୍ଟିକ ବୋତଲକୁ ଏକାଠି କରି ସେ ଠିଆ କରିଛନ୍ତି ଘର। ଏହି ଘରେ କାବାଟ ସାଙ୍ଗକୁ ଝରକା ମଧ୍ୟ ରହିଛି। କେବେଳ ସେତିକି ନୁହେଁ ଘରର ଚାରି ପଟେ କାନ୍ଥ ମଧ୍ୟ ଉଠିଛି। ଏସବୁ କିଛି ପ୍ଲାଷ୍ଟିକ୍‌ ବୋତଲରେ ତିଆରି ହୋଇଛି। ଘରର କେବଳ ଛାତଟି ପାଳ ନଡାରେ ତିଆରି ହୋଇଛି। ଘରର ଢ଼ାଞ୍ଚାକୁ ବାଉଁଶରେ ତିଆରି କରାଯାଇଛି। ଏହି ଘରକୁ ଦେଖିଲା ପରେ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।

Advertisment

https://twitter.com/iwanfals/status/684062722808348672?s=20&t=a--uegJdWkZ51GcgKGSPhQ