Advertisment

ସାପ ପାଇଁ ଜାଳିଦେଲେ ୭ କୋଟିର ଘର

ୱାଶିଂଟନ୍‌: ସାପକୁ ସମସ୍ତେ ଭୟ କରନ୍ତି। ଏହି ଜୀବ ଯଦି ଘରେ ପଶିଯାଏ ତେବେ ତାକୁ ଘଉଡାଇବା ପାଇଁ ମଣିଷ ସବୁ ଚେଷ୍ଟା ଆପଣାଇଥାଏ। ଅଧିକାଂଶ ଲୋକ ସାପକୁ ଏଡାଇବା ପାଇଁ ଉଦ୍ଧାରକାରୀ ଦଳ କିମ୍ବା ବନ ବିଭାଗ କର୍ମଚାରୀଙ୍କୁ ଡାକନ୍ତି। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ନିଜେ ସାପ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଚକ୍କରରେ ସେ ନିଜର ହିଁ କୋଟି କୋଟି ଟଙ୍କାର କ୍ଷତି କରିପକାଇଲେ। ସାପ ଘଉଡାଇବାକୁ ଯାଇ ସେ ଜାଳିଦେଲେ […]

ସାପ ପାଇଁ ଜାଳିଦେଲେ ୭ କୋଟିର ଘର

homeowner burned-down-their-home

Advertisment

ୱାଶିଂଟନ୍‌: ସାପକୁ ସମସ୍ତେ ଭୟ କରନ୍ତି। ଏହି ଜୀବ ଯଦି ଘରେ ପଶିଯାଏ ତେବେ ତାକୁ ଘଉଡାଇବା ପାଇଁ ମଣିଷ ସବୁ ଚେଷ୍ଟା ଆପଣାଇଥାଏ। ଅଧିକାଂଶ ଲୋକ ସାପକୁ ଏଡାଇବା ପାଇଁ ଉଦ୍ଧାରକାରୀ ଦଳ କିମ୍ବା ବନ ବିଭାଗ କର୍ମଚାରୀଙ୍କୁ ଡାକନ୍ତି। କିନ୍ତୁ ନିକଟରେ ଜଣେ ବ୍ୟକ୍ତି ନିଜେ ସାପ ମୁକାବିଲା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଚକ୍କରରେ ସେ ନିଜର ହିଁ କୋଟି କୋଟି ଟଙ୍କାର କ୍ଷତି କରିପକାଇଲେ। ସାପ ଘଉଡାଇବାକୁ ଯାଇ ସେ ଜାଳିଦେଲେ ନିଜ ଘର।

Advertisment

ଆମେରିକାର ମେରିଲ୍ୟାଣ୍ଡରେ ଘଟିଛି ଏଭଳି କିଛି ଘଟଣା। ସିଏନ୍‌ଏନ୍‌ ରିପୋର୍ଟ ମୁତାବକ, ନଭେମ୍ବର ୨୩ ତାରିଖ ଦିନ ମଣ୍ଟଗୋମେରୀ କାଉଣ୍ଟିରେ ସ୍ଥିତ ଏକ ଘରକୁ ସାପମାନେ କବ୍‌ଜା କରିନେଇଥିଲେ। ଘର ମାଲିକା ସାପ ଉଦ୍ଧାରକାରୀ ଦଳକୁ ଡାକିବା ବଦଳରେ ନିଜେ ସାତ ଘଉଡାଇବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବାଡି ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ସାପମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହୋଇଥିଲେ।

ପରେ ସେ କୋଇଲା ଜାଳି ଧୂଆଁ କରି ସାପ ଘଉଡାଇବାକୁ ଚେଷ୍ଟା କରିଥିଲେ। ଫଳରେ କୋଇଲା ଆଞ୍ଚରୁ ନିଆଁ ବାହାରି ପ୍ରଥମେ ଘରର ବେସ୍‌ମେଣ୍ଟରେ ନିଆଁ ଲାଗିଥିଲା ପରେ ପୂରା ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା। ଉକ୍ତ ଘରଟି ୧୦ ହଜାର ସ୍କ୍ୟୁଆର୍‌ ଫୁଟ୍‌ରେ ବିସ୍ତୃତ ଏବଂ ଏହାର ଦାମ୍‌ ୧ ମିଲିଅନ୍‌ ଡଲାର ଅର୍ଥାତ ସାଢ଼େ ୭ କୋଟି ଟଙ୍କା।

Advertisment

ରିପୋର୍ଟ ଅନୁଯାୟୀ, ରାତି ୧୦ଟାରେ ଏହି ଘଟଣା ଘଟିଥିଲା ​। ଜଣେ ବ୍ୟକ୍ତି ଘରୁ ଧୂଆଁ ବାହାରୁଥିବା ଦେଖି ୯୧୧ (ଜରୁରୀକାଳୀନ ସେବା) କୁ ଡାକିଲେ ଏବଂ ଶୀଘ୍ର ୭୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଲେ। ବହୁ ପରିଶ୍ରମ କରି ନିଆଁକୁ ଆୟତ୍ତ କରାଗଲା, କିନ୍ତୁ ସେତେବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ ସୌଭାଗ୍ୟବଶତଃ କୌଣସି ମୃତାହତ ହୋଇନାହିଁ। ମଣ୍ଟଗୋମେରୀ କାଉଣ୍ଟି ଫାୟାର ଆଣ୍ଡ ରେସକ୍ୟୁ ସର୍ଭିସର ମୁଖ୍ୟ ପିଟ ପିରିଙ୍ଗର ମୁତାବକ ପବ୍ଲିକ୍‌ ରେକର୍ଡ ଅନୁଯାୟୀ ଉକ୍ତ ଘରଟିକୁ ନିକଟରେ ୧.୮ ମିଲିୟନ୍ ଡଲାରରେ କିଣାଯାଇଥିଲା।

https://twitter.com/mcfrsPIO/status/1466741480412823555?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe